ଷ୍ଚ୍ରୋକ୍ କାହିଁକି ବଢୁଛି ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ ?
Advertisement
Article Detail0/zeeodisha/odisha1916265

ଷ୍ଚ୍ରୋକ୍ କାହିଁକି ବଢୁଛି ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ ?

ବିଶ୍ୱସ୍ତରରେ ଷ୍ଟ୍ରୋକ୍ କାରଣରୁ ମୃତ୍ୟୁ ସଂଖ୍ଯା ଦିନକୁ ଦିନ ବଢି ଚାଲିଛି । ୨୦୧୯ରେ ଭାରତରେ ୧୩ ଲକ୍ଷ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥିଲେ ।ହାର୍ଟ୍ ଷ୍ଟ୍ରୋକ୍ ମାମଲାରେ ଭାରତ ଦକ୍ଷୀଣ ଏସିଆରେ ପ୍ରଥମ ସ୍ଥାନରେ ରହିଛି । ୨୦୫୦ ବେଳକୁ ଷ୍ଟ୍ରୋକ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯୭ ଲକ୍ଷ ହେବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅନୁମାନ । ଭାରତରେ ୨୦୧୯ରେ ୧୩ ଲକ୍

SOCIAL MEDIA

ବିଶ୍ୱସ୍ତରରେ ଷ୍ଟ୍ରୋକ୍ କାରଣରୁ ମୃତ୍ୟୁ ସଂଖ୍ଯା ଦିନକୁ ଦିନ ବଢି ଚାଲିଛି । ୨୦୧୯ରେ ଭାରତରେ ୧୩ ଲକ୍ଷ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥିଲେ ।ହାର୍ଟ୍ ଷ୍ଟ୍ରୋକ୍ ମାମଲାରେ ଭାରତ ଦକ୍ଷୀଣ ଏସିଆରେ ପ୍ରଥମ ସ୍ଥାନରେ ରହିଛି । ୨୦୫୦ ବେଳକୁ ଷ୍ଟ୍ରୋକ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯୭ ଲକ୍ଷ ହେବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅନୁମାନ । ଭାରତରେ ୨୦୧୯ରେ ୧୩ ଲକ୍ଷ ବ୍ୟକ୍ତି ଷ୍ଚ୍ରୋକରେ ପ୍ରାଣ ହରାଇବାକୁ ଆପୋଲୋ ହସ୍ପିଟାଲର ଡକ୍ଟର ସୁଧିର କୁମାର ଗମ୍ଭୀରତାର ସହିତ ଦେଖନ୍ତି । ତାଙ୍କ ଅନୁସାରେ କିଛି ରିସ୍କ ଏମିତି ରହିଛି ଯାହାକୁ ଆମେ ନିୟନ୍ତ୍ରିତ କରି ପାରିବା ନାହିଁ କିନ୍ତୁ କିଛି ନିରାକରଣ ଓ ପରିବର୍ତ୍ତନୀୟ ରିସ୍କକୁ ସାଧାରଣତଃ ଲୋକ ଜାଣିଶୁଣି ନଜରଅନ୍ଦାଜ କରନ୍ତି ଯାହା ଆଗକୁ ବିପଦର କାରଣ ହୋଇଥାଏ ।

‘ଆଗକୁ ସ୍ଥିତି ଗମ୍ଭୀର ହେବ’

ସୁଧିର କୁମାର ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଲାଇଫ୍ ଷ୍ଟାଇଲକୁ ଆମେ ବଦଳାଇବା ନାହିଁ ଓ ନିରାକରଣ ଉପାୟକୁ ଅନୂସରଣ କରିବା ନାହିଁ ତେବେ ଆଗକୁ ସ୍ଥିତି ଗମ୍ଭୀର ହେବ । ଯଦି ଏବେଠାରୁ ଆମେ ସତର୍କ ହେବାନାହିଁ ତେବେ ୨୦୫୦ ବେଳକୁ ଷ୍ଟ୍ରୋକ୍ ଘଟଣା ଓ ମୃତ୍ୟୁହାରକୁ ନେଇ ଲାସେଣ୍ଟ୍ ଅଧ୍ୟୟନ ନିଶ୍ଚିତ ଭାବେ ସତ୍ୟ ପ୍ରମାଣିତ ହେବ ।

ଷ୍ଟ୍ରୋକର କିଛି କାରକଙ୍କ ଉଦାହରଣ ଦେଇ ଡାକ୍ତର ସୁଧିର କୁମାର କୁହନ୍ତି ଯେ, ‘‘ ସବୁଠାରୁ ଆଗରେ ଉଚ୍ଚ ରକ୍ତଚାପ ରହିଛି,ଯାହା ଷ୍ଟ୍ରୋକ ପାଇଁ ସବୁଠାରୁ ବିପଜ୍ଜନକ କାରକ । ଚିନ୍ତାର ବିଷୟ ହେଉଛି ଯେ,ଅନେକ ସମୟରେ ଏହାର ଲକ୍ଷଣହୀନ ପ୍ରକୃତି କାରଣରୁ ରୋଗୀ ଏବାବଦରେ ଅନଭିଜ୍ଞ ରୁହନ୍ତି । ଯେପର୍ଯ୍ୟନ୍ତ ଜଣେ ନିୟମିତ ଭାବେ ନିଜ ରକ୍ତଚାପର ଯାଂଚ ନକରିବେ ସେପର୍ଯ୍ୟନ୍ତ ଏହାକୁ ଜାଣିବା ସମ୍ଭବ ନୁହେଁ ।  ଏହା ବ୍ୟତିତ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଚିହ୍ନଟ ହୋଇଛି ସେମାନେ ମଧ୍ଯ ନିୟମିତ ଔଶଧ ସେବନ କରନ୍ତି ନାହିଁ । ଯେଉଁଥିପାଇଁ ଚିହ୍ନଟ ରୋଗୀଙ୍କ ମଧ୍ଯରୁ ଅର୍ଧେକଙ୍କ ରକ୍ତଚାପ ଅନିୟନ୍ତ୍ରିତ ହୋଇଯାଏ ।

ଖାଦ୍ୟ ଓ ଷ୍ଟ୍ରୋକ୍

ଏହା ସହିତ ଖାଦ୍ୟ ମଧ୍ଯ ଷ୍ଟ୍ରୋକର ଗୋଟିଏ ବଡ଼ କାରଣ । ଅତ୍ୟଧିକ ଲୁଣ ସେବନ ଓ ମୃଦୁପାନୀୟ ତଥା ଅଲ୍ଟ୍ରା ପ୍ରୋସେସଡ୍ ଖାଦ୍ୟ ପଦାର୍ଥ ମଧ୍ଯ ଷ୍ଟ୍ରୋକର କାରଣ ହୋଇଥାଏ । ଏହି ସବୁ ଖାଦ୍ୟ ବିପି ବଢାଇବା ସହିତ ମେଦବହୁଳତ ତଥା ମଧୁମେହର କାରଣ ହୋଇଥାଏ । ଧୂମପାନ,ଅତ୍ୟଧିକ ମଦ୍ୟପାନ ଓ ଅପର୍ଯ୍ୟାପ୍ତ ନିଦ ଭଳି ଜୀବନଶୈଳୀ ମଧ୍ଯ ଷ୍ଟ୍ରୋକର କାରଣ ।

କେମିତି ଷ୍ଟ୍ରୋକରୁ ରକ୍ଷା ପାଇବେ ?

ଯଦିଓ ତଥ୍ଯ ଭୟଭୀତ କଲାଭଳି ଲାଗୁଛି ତେବେ ଡାକ୍ତର ସୁଧିରଙ୍କ ଅନୁସାରେ ଜୀବନଶୈଳୀ ପରିବର୍ତ୍ତନ ଓ ପ୍ରଭାବୀ ରଣନୀତି ଦ୍ୱାରା ଷ୍ଟ୍ରୋକରୁ ରକ୍ଷା ପାଇହେବ । ଛ’ଟି ବିନ୍ଦୁରେ ଷ୍ଟ୍ରୋକର ମୁକାବିଲା ପାଇଁ ସେ ପରାମର୍ଶ ଦିଅନ୍ତି ।

୧. ନିଦକୁ ପ୍ରାଥମିକତା : ଷ୍ଟ୍ରୋକ ରୋକିବା ପାଇଁ ୯ ଘଣ୍ଟାର ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ଯକ ।

୨. ନିୟମିତ ବ୍ୟୟାମ : ଶାରିରିକ ବ୍ୟାୟାମ କେବଳ ଷ୍ଟ୍ରୋକ୍ ନୁହେଁ ଅନ୍ୟ ରୋଗର ମଧ୍ଯ ରାମବାଣ । ତେଣୁ ନିୟମିତ ବ୍ୟୟାମ କରନ୍ତୁ । ଅତିକମରେ ୩୦ ମିନିଟ୍ ବ୍ୟାୟାମ ଦୈନିକ କରନ୍ତୁ ।

 

୩. ଭୋଜନ ପରିବର୍ତ୍ତନ : ଖାଦ୍ୟ ଅଭ୍ଯାସ ବଦଳାନ୍ତୁ । ଲୁଣ କମ ଖାଆନ୍ତୁ । ଜଙ୍କ ଫୁଡରୁ ଦୁରେଇ ରୁହନ୍ତୁ । ଆଇସକ୍ରିମ୍,ଚକଲେଟ୍,ଅଲ୍ଟ୍ରା ପ୍ରୋସେସଡ୍ ପ୍ୟାକେଜଡ୍ ଖାଦ୍ୟକୁ ବର୍ଜନ କରନ୍ତୁ । ମୃଦୁପାନୀୟକୁ ମଧ୍ଯ ବର୍ଜନ କରନ୍ତୁ ।

୪.ଡେସ୍କ୍ ଜବ୍ କରୁଥିଲେ ଲମ୍ବା ସମୟ ଧରି ବସନ୍ତୁ ନାହିଁ । ମଝିରେ ମଝିର ୧୦ରୁ ୧୫ ମିନଟ ପାଇଁ ଛିଡା ହୋଇ କାମ କରନ୍ତୁ । ଲମ୍ବା ସମୟ ଧରି ବସି ରହିବା ଧୂମପାନ ସହିତ ସମାନ ବୋଲି ରିସର୍ଚ୍ଚ କହୁଛି ।

୫.ମଦ କମ ପିଅନ୍ତୁ : ମଦ ପିଇବା ସ୍ୱାସ୍ଥ୍ଯ ପାଇଁ ହାନିକାରକ କିନ୍ତୁ ଯଦି ପିଉଛନ୍ତି ତେବେ ମାତ୍ରା କମ କରନ୍ତୁ ।

୬. ଅଧିକ ସମୟ କାମ କରନ୍ତୁ ନାହିଁ : ଆଜିର ସମୟରେ କାମର କୌଣସି ସମୟ ନାହିଁ । ତେବେ ଅଧିକ ସମୟ କାମ