Live Now

Odisha News Live Updates: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚାଣକ୍ୟ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ

Odisha News Live Updates: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚାଣକ୍ୟ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
28 May 2024 10:50 PM (IST)

Odisha News Live Updates: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ମଧ୍ୟାହ୍ନ ସାଢ଼େ...

Odisha News Live Updates: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ବାରିପଦା ଛଉପଡ଼ିଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣା ନିକଟ ନରହରି ପଡ଼ିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଜନସଭାକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ।

28 May 2024 10:27 PM (IST)

Odisha News Live Updates: ଦିନକ ପରେ ରାଜ୍ୟରେ ନିର୍ବାଚନକୁ ନେଇ ଶେଷ ପ୍ରଚାର...

Odisha News Live Updates: ଦିନକ ପରେ ରାଜ୍ୟରେ ନିର୍ବାଚନକୁ ନେଇ ଶେଷ ପ୍ରଚାର କାର୍ଯ୍ୟକ୍ରମ ସରିବ । ତେବେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ପହଞ୍ଚି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି ଚର୍ଚ୍ଚା ହେଉଛି । କାଲି ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ବାରିପଦା ଛଉପଡ଼ିଆରେ ପହଞ୍ଚିବେ । ପରେ ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣା ନିକଟ ନରହରି ପଡ଼ିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଜନସଭାକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ।

28 May 2024 10:00 PM (IST)

Odisha News Live Updates:  ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମକୁ ପଣ୍ଡ...

Odisha News Live Updates:  ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କରିଛନ୍ତି ଯବାନ । କୋଟଗଡ଼ ଥାନା ଲାସେରୀ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌, ଏସ୍‌ଓଜି, ସିଆରପିଏଫ୍‌ ଯବାନମାନେ କମ୍ବିଂ ସମୟରେ ଜଙ୍ଗଲରେ ବିପୁଳ ବିସ୍ଫୋରକ ଠାବ କରିଛନ୍ତି । ବିସ୍ଫୋରକ ସାମଗ୍ରୀ ଜବତ ପରେ ଅପରେସନ ଆହୁରୀ କଡାକଡି କରାଯାଇଥିବା ସୂଚନା ମିଳିଛି ।

28 May 2024 09:30 PM (IST)

Odisha News Live Updates କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢିଛି ପାରଦ । ଆଜି...

Odisha News Live Updates କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢିଛି ପାରଦ । ଆଜି ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାରେ ୨ ମୃତ ବୋଲି ସୂଚନା ମିଳିଛି ।

28 May 2024 09:00 PM (IST)

Odisha News Live Updates : IPS ଡିଏସ୍‌ କୁଟ୍ଟେ ସସ୍‌ପେଣ୍ଡ ହୋଇଛନ୍ତି । ECI ତାଙ୍କୁ...

Odisha News Live Updates : IPS ଡିଏସ୍‌ କୁଟ୍ଟେ ସସ୍‌ପେଣ୍ଡ ହୋଇଛନ୍ତି । ECI ତାଙ୍କୁ ସସପେଣ୍ଡ କରିଥିବା ଜଣାପଡିଛି । CMO କାର୍ଯ୍ୟାଳୟ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଶ୍ରୀଯୁକ୍ତ ଡିଏସ କୁଟ୍ଟେ ।

28 May 2024 08:49 PM (IST)

Odisha News Live Updates: ଶ୍ରୀମନ୍ଦିର ହୁଣ୍ଡିରୁ ଏକ କେଜିରୁ ଅଧିକ ସୁନା ଦାନ...

Odisha News Live Updates: ଶ୍ରୀମନ୍ଦିର ହୁଣ୍ଡିରୁ ଏକ କେଜିରୁ ଅଧିକ ସୁନା ଦାନ ସୂତ୍ରରେ ଆଜି ମିଳିଛି।ହୁଣ୍ଡିରୁ ପ୍ରାୟ 6,28,237/-ଟଙ୍କା ଦାନ ହିସାବରେ ମିଳିଥିବା ବେଳେ ଏକ କେଜି  800 mg ସୁନା ଓ ଏକ ଗ୍ରାମ  200 mg ରୁପା ଦାନରେ ପ୍ରାପ୍ତି ହୋଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହୁଣ୍ଡି ଗଣତି ସମୟରେ ଏହି ଦାନ ଟଙ୍କା ଓ ସୁନା ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

28 May 2024 08:36 PM (IST)

Odisha News Live Updates: ଆଜି ସୁଦ୍ଧା ତିନି ରଥର ୧୬ ଟି ଚକ ନିର୍ମାଣ ଶେଷ ହୋଇ...

Odisha News Live Updates: ଆଜି ସୁଦ୍ଧା ତିନି ରଥର ୧୬ ଟି ଚକ ନିର୍ମାଣ ଶେଷ ହୋଇ ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ପାଇଁ ତିନି ରଥର ମହାରଣା ସେବକ ମାନେ ପଇ ବିନ୍ଧ ଜାରୀ ରଖିଛନ୍ତି, ଏଥିସହ ତିନି ରଥର ଦୁଇଟି ଲେଖାଏଁ ଓରା ଚଉପଟ ପରେ ଉଭୟ ପାର୍ଶ୍ଵରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ଦୁଇଟି ଲେଖାଏଁ ଚକପାଇଁ ସିଙ୍ଗଡ଼ା କଟିଙ୍ଗ ହୋଇ ଅର ସାଲ ଶେଷ ହୋଇଛି। ଅଧିକ ପଢ଼ନ୍ତୁ

28 May 2024 08:15 PM (IST)

Odisha News Live Updates: ଜୀ ସାର୍ଥକ ତାର ଅଗଣିତ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ...

Odisha News Live Updates: ଜୀ ସାର୍ଥକ ତା'ର ଅଗଣିତ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ କାହାଣୀ ଉପହାର ଦେବା ଅବ୍ୟାହତ ଜାରି ରଖିଛି । ନାରୀ ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀକୁ ତୀକ୍ଷ୍ଣ ନଜର ରଖିବା ସହିତ ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଇ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ଧାରାବାହିକ । ସେଇ ପରିପ୍ରେକ୍ଷୀରେ ଜୀ ସାର୍ଥକ ପ୍ରସ୍ତୁତ ନୂଆ ଧାରାବାହିକ "ଭାଗ୍ୟ ରେଖା" ଏବେ ଏକ ନୂଆ ସମୟରେ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୯ ରୁ ଜୀ ସାର୍ଥକରେ ପ୍ରସାରିତ ହେବ । ଅଧିକ ପଢ଼ନ୍ତୁ

28 May 2024 07:40 PM (IST)

Western Railway: ପଶ୍ଚିମ ରେଳବାଇର ପାଲଘର ଠାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି ।...

Western Railway: ପଶ୍ଚିମ ରେଳବାଇର ପାଲଘର ଠାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ମୁମ୍ୱାଇ - ସୁରଟ ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ମାଲ ବୋଝେଇ ଟ୍ରେନରେ ଲୁହା ପ୍ଲେଟ୍ ପରିବହନ କରାଯାଉଥିଲା ।

28 May 2024 07:17 PM (IST)

Odisha News Live Updates: ବଢ଼ୁଥିବା ରାଜନୀତିକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ...

Odisha News Live Updates: ବଢ଼ୁଥିବା ରାଜନୀତିକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ  ଗଞ୍ଜାମ ଏସ୍‍ପି ଜଗମୋହନ ମୀନା ଦୃଢ଼ ପଦକ୍ଷେପ ନେଇଛନ୍ତି।  ଜୁନ୍ ୪ ତାରିଖ ପର୍ଯ୍ଯନ୍ତ ରାତି ସାଢ଼େ ୮ଟା ପରେ ଗଞ୍ଜାମ ପୋଲିସ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ଆଦେଶ ଜାରି କରିଛନ୍ତି। ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲ୍ଲାରେ କୌଣସି ହୋଟେଲ୍, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। 

28 May 2024 06:55 PM (IST)

Odisha News Live Updates: ଇଣ୍ଡି  ମେଣ୍ଟ ସରକାରକୁ ଆସିଲେ ଆରକ୍ଷଣ...

Odisha News Live Updates: ଇଣ୍ଡି  ମେଣ୍ଟ ସରକାରକୁ ଆସିଲେ ଆରକ୍ଷଣ ବ୍ୟବସ୍ଥାକୁ ସଂଶୋଧନ କରିବ। ୫୦ ପ୍ରତିଶତ ଆରକ୍ଷଣ ସିଲିଂକୁ ହଟାଇବ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହା ସହ ସମ୍ବିଧାନକୁ ‘ଦିଲ୍‍, ଜାନ୍‍ ଔର ଖୁନ୍‍’ରେ ସୁରକ୍ଷିତ ରଖିବ ବୋଲି କହିଛନ୍ତି ଶ୍ରୀ ଗାନ୍ଧି। ଉତ୍ତର ପ୍ରଦେଶର ଏକ ନିର୍ବାଚନ ସଭାକୁ ସମ୍ବାଧିତ କରି ସେ ଏହା କହିଛନ୍ତି। 

28 May 2024 06:00 PM (IST)

Odisha News Live Updates ଦିଲ୍ଲୀ ବିମାନ ବନ୍ଦରରେ ବୋମା ଆତଙ୍କ ପରେ ଖାଲି ହୋଇଛି...

Odisha News Live Updates ଦିଲ୍ଲୀ ବିମାନ ବନ୍ଦରରେ ବୋମା ଆତଙ୍କ ପରେ ଖାଲି ହୋଇଛି ବାରାଣସୀ ଯାଉଥିବା ବିମାନ । ଏହି ବିମାନରେ ବୋମା ଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଇନ୍ଦିରାଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ସକାଳୁ ଏହା ଦେଖିବାକୁ ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷାତ ରହିଛନ୍ତି। ସମ୍ପୂର୍ଣ୍ଣ ବିମାନକୁ ଯାଞ୍ଚ କରାଯାଉଛି। 

28 May 2024 05:10 PM (IST)

Odisha News Live Updates: ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ...

Odisha News Live Updates: ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ... ଅଧିକ ପଢ଼ନ୍ତୁ

28 May 2024 04:50 PM (IST)

Odisha News Live Updates: ଆରବିଆଇର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ କହିଛନ୍ତି...

Odisha News Live Updates: ଆରବିଆଇର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନା ନାହିଁ ଏଥିରେ କୌଣସି ଫରକ୍ ପଡ଼ିବ ନାହିଁ। ଭାରତ ଏହାର ଅର୍ଥନୈତିକ ନୀତି ପଥରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

28 May 2024 04:28 PM (IST)

Top 10 News Today: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Top 10 News Today: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

28 May 2024 04:11 PM (IST)

Odisha News Live Updates: ଆସିଲା ହତ୍ୟା ମାମଲାର ରାୟ, ଗୁରମିତ ରାମ ରହିମ ନିର୍ଦ୍ଦୋଷରେ...

Odisha News Live Updates: ଆସିଲା ହତ୍ୟା ମାମଲାର ରାୟ, ଗୁରମିତ ରାମ ରହିମ ନିର୍ଦ୍ଦୋଷରେ ଖଲାସ୍ 

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଆଜି ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ଡେରା ମୁଖ୍ୟ ଏବଂ ଅନ୍ୟ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଡେରା ମୁଖ୍ୟଙ୍କ ଓକିଲ ଜିତେନ୍ଦ୍ର ଖୁରାନା କହିଛନ୍ତି ଯେ, ରଣଜିତ ସିଂ ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ଏବଂ ଅନ୍ୟ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

28 May 2024 04:10 PM (IST)

Odisha News Live Updates: ବଢ଼ୁଥିବା ରାଜନୀତିକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ...

Odisha News Live Updates: ବଢ଼ୁଥିବା ରାଜନୀତିକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ  ଗଞ୍ଜାମ ଏସ୍‍ପି ଜଗମୋହନ ମୀନା ଦୃଢ଼ ପଦକ୍ଷେପ ନେଇଛନ୍ତି।  ଜୁନ୍ ୪ ତାରିଖ ପର୍ଯ୍ଯନ୍ତ ରାତି ସାଢ଼େ ୮ଟା ପରେ ଗଞ୍ଜାମ ପୋଲିସ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁ ଆଦେଶ ଜାରି କରିଛନ୍ତି। ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲ୍ଲାରେ କୌଣସି ହୋଟେଲ୍, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

28 May 2024 03:58 PM (IST)

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ...

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଅଧିକ ପଢନ୍ତୁ

28 May 2024 03:44 PM (IST)

Odisha News Live Updates: ୯ ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା...

Odisha News Live Updates: ୯ ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ । ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ଅଧିକ ପଢ଼ନ୍ତୁ

28 May 2024 03:25 PM (IST)

Odisha News Live Updates: ପ୍ରେମରେ ପଡିଲେ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ ...

Odisha News Live Updates: ପ୍ରେମରେ ପଡିଲେ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ପ୍ରେମ ଉଚ୍ଚ, ନିଚ୍ଚ, ଜାତି ଧର୍ମ କିମ୍ବା ଧନୀ ଗରିବ ଦେଖେ ନାହିଁ । ଅନମୋଲ ଏବଂ ଶିଫାର ପ୍ରେମ କାହାଣୀରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଧର୍ମ ଅଲଗା ହୋଇଥିଲେ ମଧ୍ୟ ଦୁହେଁ ଏକାଠି ଜୀବନ ବିତାଇବାକୁ ସ୍ଥିର କରିଛନ୍ତି । ଶିଫା ନାମ ପରିବର୍ତ୍ତନ କରି ସନ୍ଧ୍ୟା ନାମରେ ନାମିତ ହୋଇଥିଲେ । ଅନମୋଲଙ୍କ ସହିତ ସାତ ଫେରା ନେଇ ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଥିଲେ । ଅଧିକ ପଢ଼ନ୍ତୁ

28 May 2024 02:42 PM (IST)

Odisha News Live Updates: ଦିନକୁ ଦିନ ରାଜଧାନୀ ସମେତ ରାଜ୍ୟର ସାଇବର ଠକେଇ ବଢ଼ି...

Odisha News Live Updates: ଦିନକୁ ଦିନ ରାଜଧାନୀ ସମେତ ରାଜ୍ୟର ସାଇବର ଠକେଇ ବଢ଼ି ଚାଲିଛି। ସଧାରଣ ଲୋକଙ୍କୁ ସାଇବର ଠକମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୁଟି ଚାଲିଛନ୍ତି। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ସନ୍ଦେହଜନକ ୱେବସାଇଟ୍,  ହ୍ୱାଟସ୍ଅପ୍ ନମ୍ବର, ଟେଲିଗ୍ରାମ୍, ଫୋନ୍ ନମ୍ବର, ଇମେଲ ଆଇଡି ଏବଂ ସୋସିଆଲ୍ ମିଡିଆ ଭଳି ସ୍ଥାନରେ ସାଇବର ଅପରାଧର ଯଦି କିଏ ଶିକାର ହୁଅନ୍ତି, ତାହେଲେ ସାଇବର କ୍ରାଇମ ପୋର୍ଟାଲ cybercrime.gov.in ରେ ରିପୋର୍ଟ କରନ୍ତୁ। ସଜାଗ ଓ ସଚେତନ ରହିଲେ ଏକ ନୂତନ ପରିବର୍ତ୍ତନ ଆଣିପାରେ ବୋଲି ଆଜି ଓଡ଼ିଶା ପୁଲିସ ପକ୍ଷରୁ ' ଏକ୍ସ' ମାଧ୍ୟମରେ ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ

28 May 2024 01:43 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ଓଡ଼ିଶାର ଜନତାଙ୍କୁ ମୋର ନିବେଦନ ନବୀନ ବାବୁ ଆପଣଙ୍କୁ ତ ସହିଗଲେ। କିନ୍ତୁ ଆପଣଙ୍କ ନାଁରେ ଚାଲିଥିବା ଏ ବାବୁଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ। 

28 May 2024 01:43 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ମୋଦି ଜୀ ଗାଁର ଉନ୍ନତି ପାଇଁ ୭ ଲକ୍ଷ କୋଟି ଟଙ୍କା ପଠାଉଛନ୍ତି। ଆପଣଙ୍କ ଗାଁକୁ ଆସିଛି କି। ନବୀନ ସରକାରଙ୍କ ଅଫିସରବାବୁ ସମସ୍ତ ଟଙ୍କା ହଡ଼ପ କରିନେଉଛନ୍ତି। 

28 May 2024 01:41 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ରାଜ୍ୟ ସଭାପତି ମନମୋହନ ସାମଲ ଘୋଷଣା ପତ୍ର ଜାରି କରିଛନ୍ତି। ଏଥିରେ ୧୮ ମାସରେ ସମସ୍ତ ଚିଟଫଣ୍ଡ ମାମଲାର ତଦନ୍ତ ହେବ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷପର୍ଯ୍ୟନ୍ତ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ। ବୟସ୍କଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯିବ। କେଉଟଙ୍କୁ ୧୦ ହଜାର ଟଙ୍କାର ଭତ୍ତା ଦିଆଯିବ। 

28 May 2024 01:40 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ଅନୁପ୍ରବେଶକାରୀମାନଙ୍କୁ ରୋକିବା ଆବଶ୍ୟକ ନା ଆବଶ୍ୟକ ନୁହେ। ଏହି ଅନୁପ୍ରବେଶକାରୀମାନେ ଭଦ୍ରକପର୍ଯ୍ୟନ୍ତ ପହଞ୍ଚୁଛନ୍ତି। ଅପରାଧ ଘଟାଉଛନ୍ତି। ଏମାନଙ୍କୁ ନବୀନବାବୁ ଅଟକାଇ ପାରୁଛନ୍ତି କି। ବିଜେପି ସରକାର ଆସିଲେ ଏମାନେ ଭଦ୍ରକ ନୁହେଁ ଓଡିଶାରେ ମଧ୍ୟ ପଶିପାରିବେ ନାହିଁ। 

28 May 2024 01:39 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ଭଦ୍ରକରେ ଏବେ ବି ଚିକିତ୍ସାଳୟ ପାଇ ଦାବି ହେଉଛି। କିନ୍ତୁ ନବୀନ ବାବୁ ଏଠାରେ କରୁନାହାନ୍ତି। ବିଜେପି ସରକାର ଆସିଲେ ଏହାକୁ କରିବାକୁ ଅଧିକ ସମୟ ଲାଗିବ ନାହିଁ।

28 May 2024 01:38 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ନରେନ୍ଦ୍ର ମୋଦୀ ଘର ଦେଉଛନ୍ତି। ଆଉ ନବୀନ ବାବୁ ବିଜୁ ଆବାସ ଯୋଜନାରେ ଲୁଟି ନେଉଛନ୍ତି। ନରେନ୍ଦ୍ର ମୋଦୀ ପିଇବାକୁ ପାଣି ଦେଉଛନ୍ତି। କିନ୍ତୁ ଏଠି ତାହା ଲାଗୁ କରାଇ ଦେଉନାହାନ୍ତି। ଏବେ ବି ୨୫ ଲକ୍ଷ ଲୋକ ପିଇବାକୁ ପାଣି ପାଉନାହାନ୍ତି। 

28 May 2024 01:37 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ନରେନ୍ଦ୍ର ମୋଦୀ ସରକାର ଗରିବଙ୍କୁ ଖାଦ୍ୟ, ପାନୀୟ ଆଦି ଯୋଗାଇ ଦେଇଛି। ନରେନ୍ଦ୍ର ବାବୁ ଚାଉଳ ଦେଉଛନ୍ତି। ଆଉ ନବୀନ ବାବୁ ବ୍ୟାଗ ଦେଉଛନ୍ତି। ନବୀନ ବାବୁ ବ୍ୟାଗରେ ଚାଉଳ ଦେଇଥିଲେ ଗରୀବର ଲାଭ ହୋଇଥିଲାଯ। 

28 May 2024 01:36 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ। କହିଲେ ପିଓକେ ଭାରତର। କିନ୍ତୁ କଂଗ୍ରେସ କହୁଛି ପାକିସ୍ତାନ ନିକଟରେ ଆଟମ ବମ ଅଛି। ଏହାକୁ ଛାଡ଼ି ଦେବାକୁ କଂଗ୍ରେସ ଦଳ କହୁଛି।

28 May 2024 01:34 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ମହାପ୍ରଭୁଙ୍କ ସହିତ କେହି ଅପମାନ କରନ୍ତି ଭଦ୍ରକବାସୀ ସହିବେ କି। ପୁରୀର ରତ୍ନଭଣ୍ଡାର ଚାବି କେଉଁଠାରେ ରହିଛି ତାର ଉତ୍ତର ନବୀନ ବାବୁ ଦେବା ଜରୁରୀ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଜରୁରୀ। ରତ୍ନଭଣ୍ଡାରର କାହିଁକି ଡୁପ୍ଲିକେଟ ଚାବି ହେଲା ବୋଲି ସେ ନବୀନ ବାବୁଙ୍କୁ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ହେବାର ୪ ମାସ ମଧ୍ୟରେ ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ କରାଯିବ।

28 May 2024 01:33 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାର ଆବଶ୍ୟକତା ଥିଲା ନା ନାହିଁ। ମୋଦୀ ଜୀ ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। କିନ୍ତୁ ତାମିଲ ବାବୁ ଓଡ଼ିଆଙ୍କୁ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ସୁଯୋଗ ଦେଲେ ନାହିଁ। ଓଡ଼ିଆଙ୍କୁ ଏହି ପବିତ୍ର ପର୍ବରେ ତାମିଲ ବାବୁ ଅଟକାଇଥିଲେ। 

28 May 2024 01:32 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ଓଡ଼ିଶା ପ୍ରଦେଶ ହେଉଛି ଦେଶର ସବୁଠାରୁ ଧନୀ ରାଜ୍ୟ। ମାଟିତଳେ ସୁନା ରହିଛି। ଖଣିଜରେ ଭରି ରହିଛି ରାଜ୍ୟ। ତଥାପି ଓଡ଼ିଶାର ଲୋକ ଗରିବ ରହିଛି। ଏଥିପାଇଁ କେବଳ ନବୀନ ବାବୁ ହିଁ ଦାୟୀ। ଏଠାରେ ରୋଜଗାର ନାହିଁ। ରୋଜଗାର ପାଇଁ ଯୁବକମାନେ ରାଜ୍ୟ ବାହାରକୁ ଯାଉଛନ୍ତି।

28 May 2024 12:54 PM (IST)

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ...

Amit Shah at Chandbali: ଚାନ୍ଦବାଲିରେ ପହଞ୍ଚିଲେ ଅମିତ ଶାହ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅମିତ ଶାହ। ଆଗାମୀ ୪ ତାରିଖରେ ବିଜେଡ଼ି  ସରକାରର ଏକ୍ସପାଏରୀ ତାରିଖ।

28 May 2024 12:54 PM (IST)

Odisha News Live Updates: ଜଳେଶ୍ୱରରେ ପାଣ୍ଡିଆନ...

Odisha News Live Updates: ଜଳେଶ୍ୱରରେ ପାଣ୍ଡିଆନ
ଜଳେଶ୍ୱରରେ ପାଣ୍ଡିଆନ: ବିଜୁ ଜନତା ଦଳର ଅନ୍ୟତମ ଷ୍ଟାର କ୍ୟାମ୍ପେନର ଆଜି ଜଳେଶ୍ୱର ବିଧାନସଭା ମଣ୍ଡଳୀ ଗସ୍ତରେ ଅଛନ୍ତି। ଏଠାରେ ଏକ ନିର୍ବାଚନୀ ସଭାକୁ ସେ ଉଦ୍‍ବୋଧନ ଦେବେ। ଏଠାରୁ ବିଧାୟକ ପ୍ରାର୍ଥୀ ଭାବେ ଅଶ୍ୱିନୀ ପାତ୍ର ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏଠାରେ ଉପସ୍ଥିତ ରହି ଜନତାଙ୍କୁ ସମ୍ବୋଧିତ କରିଛନ୍ତି।

28 May 2024 11:54 AM (IST)

Odisha News Live Updates: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ; ଦୁର୍ଘଟଣାରେ...

Odisha News Live Updates: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ; ଦୁର୍ଘଟଣାରେ ଚାଲିଗଲା ଜୀବନ
ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ। ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼ (୪୬)। ଆଜି ସକାଳେ କବିରାଜ ଝିଅ ଘର ସାରଙ୍ଗପାଲି ଗାଁରୁ ସାବିତ୍ରୀ ଭାର ଦେଇ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ସାହାଜବାହାଲ ଗାଁ ନିକଟ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଧାନ ଗଦାକୁ ଧକ୍କା ଦେଇଥିଲା। କବିରାଜ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

28 May 2024 11:53 AM (IST)

Odisha News Live Updates: ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି...

Odisha News Live Updates: ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ‘X’ରେ ନିଜ ଅସୁସ୍ଥତା ବାବଦରେ ସୂଚନା ଦେଲେ ସୁଦର୍ଶନ।

28 May 2024 11:52 AM (IST)

Odisha News Live updates: ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ...

Odisha News Live updates: ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ
ମୃତ୍ୟୁଟ୍ରେଞ୍ଜ ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ। ଅସହ୍ୟ ଯନ୍ତ୍ରଣା ସହି ନପାରି ଆଖି ବୁଜିଛି ହାତୀ। କପ୍ତିପଦା ଏବଂ କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଖବର। ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ବେଳେ ଟ୍ରେଞ୍ଜ ଗାତରେ ଖସି ପଡ଼ିଥିଲା ଏକ ମାଈ ହାତୀ। ଘଟଣା ଜଣାପଡ଼ିବା ପରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହାତୀକୁ ଗାତରୁ କାଢ଼ିବା ପାଇଁ ଜେସିବି ମେସିନ ମଧ୍ୟ ନିୟୋଜିତ କରାଯାଇଥିଲା। ୪ ଘଣ୍ଟା ଧରି ଚାଲିଥିଲା ଅପରେସନ। ତଥାପି ହାତୀର ଜୀବନ ବଞ୍ଚାଇ ପାରି ନାହାନ୍ତି ବନ କର୍ମଚାରୀ। ହାତୀର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ବେଳେ ଗର୍ଭବତୀ ଥିବା ଜଣାପଡ଼ିଛି। ତେବେ ବନ ବିଭାଗର ଅବହେଳା ପାଇଁ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

28 May 2024 11:43 AM (IST)

Odisha News LIve Updates: ଖରାରେ ସୀମା ଜଗିଛନ୍ତି ଯବାନ...

Odisha News LIve Updates: ଖରାରେ ସୀମା ଜଗିଛନ୍ତି ଯବାନ
ଆକାଶରୁ ନିଆଁ ବର୍ଷା। ପ୍ରଚଣ୍ଡ ଖରାରେ ଟକମକ ହୋଇ ଫୁଟୁଛି ମରୁଭୂମିର ବାଲି। ପ୍ରକୃୃତିର ଏଭଳି ରୌଦ୍ର ରୂପ ମଧ୍ୟ ଭାଙ୍ଗିପାରିନି ଯବାନଙ୍କ ସାହସ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଟଳମଳ ହୋଇନି ଦେଶର ବୀର ପୁତ୍ରଙ୍କ ପାଦ। ଦେଶ ମାଟିର ସେବା ପାଇଁ ସୀମାରେ ଅହରହ ଚାଲିଛି ପାଟ୍ରୋଲିଂ। ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଛନ୍ତି ଭାରତର ବିଏସ୍ଏଫ ଯବାନ। ୫୫ ଡିଗ୍ରୀ ତାତିରେ ଭାରତ-ପାକିସ୍ତାନ ସୀମା ଜଗିଛନ୍ତି । ବନ୍ଧୁକ ଧରି ଓଟ ପିଠିରେ ବସି ଯବାନମାନେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

28 May 2024 09:24 AM (IST)

Odisha News Live Updates: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ...

Odisha News Live Updates: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ
ଦିଲ୍ଲୀ ବିମାନ ବନ୍ଦରରେ ବୋମା ଆତଙ୍କ, ଖାଲି ହେଲା ବାରାଣସୀ ଯାଉଥିବା ବିମାନ : ବାରାଣସୀ ଯାଉଥିବା ଏକ ବିମାନକୁ ଜରୁରୀକାଳୀନ ଭିତ୍ତିରେ ଖାଲି କରାଯାଇଛି। ଏହି ବିମାନରେ ବୋମା ଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଇନ୍ଦିରାଗାନ୍ଧି ଆନ୍ତରଜାତିକ ବିମାନ ବନ୍ଦରରେ ଆଜି ସକାଳୁ ଏହା ଦେଖିବାକୁ ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷାତ ରହିଛନ୍ତି। ସମ୍ପୂର୍ଣ୍ଣ ବିମାନକୁ ଯାଞ୍ଚ କରାଯାଉଛି। ଘଟଣା ଦ୍‍ୱାରା ସମଗ୍ର ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀ ଆତଙ୍କିତ ରହିଛନ୍ତି।

28 May 2024 09:23 AM (IST)

Odisha News Live Updates: ବନ୍ଧା ହେଲେ ୨୬ ବର୍ଷ ଧରି ଫେରାର ଥିବା ବିଧାୟକ...

Odisha News Live Updates: ବନ୍ଧା ହେଲେ ୨୬ ବର୍ଷ ଧରି ଫେରାର ଥିବା ବିଧାୟକ
୧୦୧ ଓ୍ୱାରେଣ୍ଟ ଜାରି ଓ ୨୬ ବର୍ଷ ଧରି ଫେରାର। ଶେଷରେ ବନ୍ଧା ହେଲେ ବିଧାୟକ। ୨୬ ବର୍ଷ ଧରି ଫେରାର ଥିବା ସାଧାବାଦୀ ପାର୍ଟି ବିଧାୟକଙ୍କୁ ବାନ୍ଧିଲା ପୁଲିସ। ଉତ୍ତରପ୍ରଦେଶର ମେରଠ ବିଧାନସଭା ଆସନରୁ ସପା ବିଧାୟକ ରଫିକ୍ ଅନସାରୀଙ୍କୁ ବାରବାଙ୍କିର ଜୟତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ସୋମବାର ଗିରଫ କରାଯାଇଛି।

 

28 May 2024 09:22 AM (IST)

Odisha News Live Updates: ୫ ଦିନ ଭିତରେ ଗାଁରେ ୭ ଥର ଲାଗିଲାଣି ନିଆଁ: ଚିନ୍ତାରେ...

Odisha News Live Updates: ୫ ଦିନ ଭିତରେ ଗାଁରେ ୭ ଥର ଲାଗିଲାଣି ନିଆଁ: ଚିନ୍ତାରେ ଗ୍ରାମବାସୀ
ଅଚାନକ ଗାଁରେ ଲାଗୁଛି ନିଆଁ। କେହି କିଛି ଭାବିବା ପୂର୍ବରୁ ଗାଁରେ ନିଆଁ ଗତ ୫ ଦିନ ଭିତରେ ୭ ଥର ନିଆଁ ଲାଗିବା ପରେ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଶେଷରେ ଗାଁ ଠାକୁରାଣୀଙ୍କ ନିକଟରେ ଶରଣ ପଶିଛନ୍ତି ସାରା ଗାଁ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଲୁଗୁମ ପଞ୍ଚାୟତ ବାରବାଟି ଗାଁର ଏହି ଘଟଣା ଏବେ ଚର୍ଚ୍ଚାରେ। ଗାଁ ଲୋକେ ଗାଁ ବୁଢ଼ା ବରଗଛ ମୂଳ ମା ଦୁଲଣାଙ୍କ ପୀଠରେ ଆଶ୍ରୟ ନେଇଛନ୍ତି। ଭୟଭୀତ ସାରା ଗାଁ ରାତି ହେଲେ ଗାଁ ଘର ଛାଡ଼ି ବର ଗଛ ମୂଳ ଗାଁ ଠାକୁରାଣୀଙ୍କୁ ଭରସା କରି ସମୂହ ଆଶ୍ରୟ ନେଉଛନ୍ତି। ଏପର୍ଯ୍ୟନ୍ତ ବି କାହାରି ପାଖରେ ସୂଚନା ନାହିଁ କେମିତି ଲାଗୁଛି ନିଆଁ। ଆଖି ଆଗରେ ନିଆଁ ଲାଗିବାର ଦୃଶ୍ୟ ଦେଖି ଭୟଭୀତ ଲୋକେ। ଏପଟେ ଏହାକୁ କିଏ ଗାଁ ଠାକୁରାଣୀଙ୍କ କୋପ କହୁଛି ତ କିଏ କହୁଛି ଏହା ଅଲୌକିକ ଘଟଣା।

 

28 May 2024 08:09 AM (IST)

Odisha News Live Updates: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ...

Odisha News Live Updates: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ
ବାରାଣାସୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନକୁ ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିଛି। ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରିବାକୁ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକି ଯାଇଥିଲା। ସେହି ସମୟରେ ଏକ ଫୋନ୍‌ କଲ୍‌ ସଭିଙ୍କୁ ଡରାଇ ଦେଲା। ଭୋର୍‌ ପ୍ରାୟ ୫.୪୦ ବେଳକୁ ଏକ ଫୋନ୍‌ କଲ୍‌ ଆସିଲା ଯେ ବିମାନ ମଧ୍ୟରେ ବୋମା ଅଛି। ଏହାବ୍ୟତୀତ ବିମାନ ମଧ୍ୟରେ ୩୦ ମିନିଟ୍‌ ମଧ୍ୟରେ ବିସ୍ଫୋରଣ ଘଟିବ ବୋଲି ଲେଖାଥିବା ଏକ କାଗଜକୁ ପାଇଲଟ୍‌ ପାଇଥିଲେ।

 

28 May 2024 08:06 AM (IST)

Odisha News Live Updates: ୫୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା...

Odisha News Live Updates: ୫୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା
ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଆଗାମୀ କିଛି ଦିନ ପାଇଁ ହିଟ ୱେଭରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ସୂର୍ଯ୍ୟଦେବ ସକାଳୁ ହିଁ ତାଙ୍କର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଦେଉଛନ୍ତି। ଯେଉଁଥିପାଇଁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ପାଞ୍ଚଟି ରାଜ୍ୟରେ ତାପମାତ୍ରା ୪୮ ରୁ ୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଛି। ତେବେ ଏହି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରୁ ଆମକୁ କେବେ ଆଶ୍ୱସ୍ତି ମିଳିବ। ପଢନ୍ତୁ ପୂରା ରିପୋର୍ଟ...

28 May 2024 08:04 AM (IST)

Odisha News Live Updates: ଓଡ଼ିଶାରେ ସ୍ବାଭାବିକଠୁ ଅଧିକ ବର୍ଷା...

Odisha News Live Updates: ଓଡ଼ିଶାରେ ସ୍ବାଭାବିକଠୁ ଅଧିକ ବର୍ଷା
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ୪ ଦିନ ଅର୍ଥାତ୍‌ ମେ’ ୩୧ ମଧ୍ୟରେ ‌ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍‌ରୁ ସେ‌ପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଅର୍ଥାତ୍‌ ୯୪%ରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ୯୨%ରୁ ୧୦୮% ହୋଇପାରେ। ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ଅର୍ଥାତ୍‌ ୧୦୬%ରୁ ଅଧିକ ବର୍ଷା ହେବ।

 

28 May 2024 08:03 AM (IST)

Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜି...

Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?
 ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୮ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

28 May 2024 08:01 AM (IST)

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ...

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

28 May 2024 07:56 AM (IST)

Weather Report: ଭୀଷଣ ବାତ୍ୟା ‘ରେମଲ’ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ପକାଇ ନାହିଁ।...

Weather Report: ଭୀଷଣ ବାତ୍ୟା ‘ରେମଲ’ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ପକାଇ ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିନାହିଁ। ତେବେ ଆଜିଠୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମାତ୍ର ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତିର କୌଣସି ସମ୍ଭାବନା ନାହିଁ। ରିପୋର୍ଟ ଅନୁସାରେ ରାଜ୍ୟର ସ୍ଥଳଭାଗରେ ବର୍ଷା(Rain),ଘଡଘଡି ବିଜୁଳି ପବନ ହେବାର ବିଶେଷ ସମ୍ଭାବନା ନାହିଁ। ଆଜି ମାତ୍ର ୮ଟି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର,କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବା ନେଇ ବିଭାଗ ତରଫରୁ କୁହାଯାଇଛି।

Add Zee News as a Preferred Source

About the Author