Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ଶିଫା ବନିଲେ ସନ୍ଧ୍ୟା ଧରିଲେ ଅନମୋଲଙ୍କ ହାତ
Advertisement
Article Detail0/zeeodisha/odisha2267411

Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ଶିଫା ବନିଲେ ସନ୍ଧ୍ୟା ଧରିଲେ ଅନମୋଲଙ୍କ ହାତ

ଧର୍ମ ଅଲଗା ହୋଇଥିଲେ ମଧ୍ୟ ଦୁହେଁ ଏକାଠି ଜୀବନ ବିତାଇବାକୁ ସ୍ଥିର କରିଛନ୍ତି । ଶିଫା ନାମ ପରିବର୍ତ୍ତନ କରି ସନ୍ଧ୍ୟା ନାମରେ ନାମିତ ହୋଇଥିଲେ । ଅନମୋଲଙ୍କ ସହିତ ସାତ ଫେରା ନେଇ ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଥିଲେ ।

Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ଶିଫା ବନିଲେ ସନ୍ଧ୍ୟା ଧରିଲେ ଅନମୋଲଙ୍କ ହାତ

Love Story: ପ୍ରେମରେ ପଡିଲେ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ପ୍ରେମ ଉଚ୍ଚ, ନିଚ୍ଚ, ଜାତି ଧର୍ମ କିମ୍ବା ଧନୀ ଗରିବ ଦେଖେ ନାହିଁ । ଅନମୋଲ ଏବଂ ଶିଫାର ପ୍ରେମ କାହାଣୀରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଧର୍ମ ଅଲଗା ହୋଇଥିଲେ ମଧ୍ୟ ଦୁହେଁ ଏକାଠି ଜୀବନ ବିତାଇବାକୁ ସ୍ଥିର କରିଛନ୍ତି । ଶିଫା ନାମ ପରିବର୍ତ୍ତନ କରି ସନ୍ଧ୍ୟା ନାମରେ ନାମିତ ହୋଇଥିଲେ । ଅନମୋଲଙ୍କ ସହିତ ସାତ ଫେରା ନେଇ ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଥିଲେ ।

ଏହି ମାମଲା ଆମ୍ରୋହା ନଗର କୋଟୱାଲି ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଶିଫା ୨ ବର୍ଷ ପୂର୍ବରୁ ମୋରଦାବାଦର ଅନମୋଲଙ୍କ ସହ ମୋବାଇଲ୍ କଲ ମାଧ୍ୟମରେ କଥା ହେବା ଆରମ୍ଭ ହୋଇଥିଲେ । କିଛି ଦିନ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତଥାପି, ଆରମ୍ଭରୁ ଶିଫା ଏବଂ ଅନମୋଲଙ୍କ ମଧ୍ୟରେ ଧର୍ମର ପ୍ରତିବନ୍ଧକ ରହିଥିଲା ଯାହାକୁ ଘର ଲୋକେ ଗ୍ରହଣ କରିନଥିଲେ । କିନ୍ତୁ ପରସ୍ପର ନିଷ୍ପତ୍ତି ନେଇଥିଲେ ଯେ, ଆଉ ପଛକୁ ଫେରିବୁ ନାହିଁ ।

ପ୍ରେମ ସମ୍ପର୍କ ବିଷୟରେ ଶିଫାଙ୍କ ସମ୍ପର୍କିୟମାନେ ଜାଣିବା ପରେ ପ୍ରତିବନ୍ଧକ ଲଗାଇଥିଲେ । ଅନମୋଲଙ୍କୁ ଘରକୁ ଡାକି ସମ୍ପର୍କୀୟମାନେ ତାଙ୍କୁ ମାରପିଟ୍ କରିଥିଲେ । ସମ୍ପର୍କୀୟଙ୍କ ବାରମ୍ବାର ବାରଣ ସତ୍ୱେ ଦୁହେଁ ସାତ ଜନ୍ମର ସାଥୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ପ୍ରେମକୁ ସଫଳ କରିବା ପାଇଁ ଶିଫା ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ନିଜ ପ୍ରେମିକ ଅନମୋଲଙ୍କ ସହ ଆର୍ଯ୍ୟ ସମାଜ ମନ୍ଦିରରେ ପହଞ୍ଚି ପ୍ରଥମେ ଧର୍ମ ପରିବର୍ତ୍ତନ କରିଥିଲେ । ତାପରେ ସେ, ସନ୍ଧ୍ୟା ନାମରେ ନାମିତ ହୋଇଥିଲେ । ଅନମୋଲଙ୍କ ସହିତ ସାତ ଫେରା ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ସହିତ ଶାଶୁ ଘରକୁ ଚାଲିଗଲେ। ବର୍ତ୍ତମାନ ଉଭୟଙ୍କର ବିବାହ ସମୟର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି । ଏହି ବିବାହ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଇନ୍ସପେକ୍ଟର ରାଜେଶ କୁମାର ତିୱାରୀଙ୍କ କହିବାନୁଯାୟୀ, ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Also Read- ସାଇବର ଠକେଇର ଶିକାର ହେଲେ ତୁରନ୍ତ ରିପୋର୍ଟ କରନ୍ତୁ ଏହି ୱେବସାଇଟରେ, 'ଏକ୍ସ' ରେ ଓଡ଼ିଶା ପୁଲିସ ଦେଲା ସୂଚନା