ଦଳୀୟ ବିଧାୟକଙ୍କ ବିଧାନସଭା ବର୍ଜନ ଏବଂ ଏହା ପରେ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ରଖିଥିବା ବୟାନ ଦଳରେ ଚାଲିଥିବା ଗୋଷ୍ଠୀ ବିବାଦକୁ ଦର୍ଶାଉଛି।
Trending Photos
ଭୋପାଳ: ସରକାରରୁ ଗାଦିଚ୍ୟୁତ ହେବା ପରେ ମଧ୍ୟପ୍ରଦେଶ କଂଗ୍ରେସର ଚାଲିଥିବା ଗୋଷ୍ଠୀ ବିବାଦ ଥମିବାର ନାଁ ଧରୁନାହିଁ। ବିଭିନ୍ନ ସମୟରେ ଏପରି ଖବର ସାମ୍ନାକୁ ଆସିଛି ଯାହା ଦଳରେ ରହିଥିବା ଫାଟକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ସଦ୍ୟ କଂଗ୍ରେସ ବିଧାୟକ ଜିତୁ ପଟୱାରୀଙ୍କୁ ନେଇ ଦଳୀୟ କନ୍ଦଳ ଆହୁରି ବଢିବାର ସମ୍ଭାବନା ସୃଷ୍ଟି ହେଲାଣି।
ମଧ୍ୟ ପ୍ରଦେଶର ବିଧାନସଭାର (Madhya Pradesh Assembly) ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡି଼ଆ ଜରିଆରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ କଂଗ୍ରେସ ବିଧାୟକ ଜିତୁ ପଟୱାରୀ (Congress MLA Jitu Patwari)। ଯେତେବେଳେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା ସେତେବେଳେ କଂଗ୍ରେସ ବିଧାୟକ ଦଳ ନେତା (Congress Legislator Leader) ତଥା ବିରୋଧି ଦଳ (Madhya Pradesh Opposition Leader) ନେତା କମଲ ନାଥ (Kamal Nath) ଏହାକୁ ପରମ୍ପରା ବିରୁଦ୍ଧ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏହା ଦଳର ନିଷ୍ପତ୍ତି ନୁବେଁ ବୋଲି କହିଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି (Madhya Pradesh Congress President) କମଲ ନାଥ।
Also Read: ନିର୍ବାଚନ ମାହୋଲ ମଧ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା!
ଦଳୀୟ ବିଧାୟକଙ୍କ ବିଧାନସଭା ବର୍ଜନ ଏବଂ ଏହା ପରେ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ରଖିଥିବା ବୟାନ ଦଳରେ ଚାଲିଥିବା ଗୋଷ୍ଠୀ ବିବାଦକୁ ଦର୍ଶାଉଛି। ଦଳର ବହୁ ବରିଷ୍ଠ ଦଳୀୟ ସଭାପତିଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବାର ଦେଖିବାକୁ ମିଳୁଥିବାବେଳେ ଏହା ଦଳ ସ୍ୱାର୍ଥରେ ନୁହେଁ ବୋଲି ଅନେକ ନେତା ବିଚାର କରୁଛନ୍ତି।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ପକ୍ଷରୁ କୁହାଯାଇଛି ବିଧାୟକ ଦଳ ନେତା କମଲନାଥ ଦଳୀୟ ବିଧାୟକ ଜିତୁ ପଟୱାରୀଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେବା ଆବଶ୍ୟକ। ପରମ୍ପରା ଦର୍ଶାଇ ଗୃହରେ ଦଳୀୟ ବିଧାୟକଙ୍କୁ ଏକୁଟିଆ ଛାଡି ଦେବା ଭଳି ବାର୍ତ୍ତା ନଦେବା ଆବଶ୍ୟକ। କାରଣ ଏହା କେବଳ ଦଳୀୟ ବିଧାୟକଙ୍କ ମନୋବଳକୁ ଦୁର୍ବଳ କରିବନାହିଁ ବରଂ ବିରୋଧି ବିଜେପିକୁ ଦଳ ଉପରେ ଟାର୍ଗେଟ କରିବାକୁ ସୁଯୋଗ ଦେବ।
Also Read: ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ପରେ ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ ଆଉ ଜଣେ କଂଗ୍ରେସ ନେତା; ଛାଡିବେ କି ଦଳ?
ଏହାପୂର୍ବରୁ ବନ୍ଦ ନିର୍ମାଣ ପ୍ରସଙ୍ଗରେ ଚର୍ଚ୍ଚା କରିବା ଲାଗି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମୟ ନଦେବାକୁ ବିରୋଧ କରି ରାସ୍ତାରେ ଧାରଣା ଦେଇଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲ ନାଥଙ୍କ ସହ ତାଙ୍କର ହୋଇଥିବା ବାର୍ତ୍ତାଳାପ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ନଥିଲା ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
Also Read: ଗଦ୍ଦାର କହିବାକୁ ନେଇ ତାତି ଉଠିଲେ ମହାରାଜା, ରାଜାଙ୍କୁ ଦେଲ ଏପରି ଜବାବ
ପ୍ରଥମେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ ଏବଂ ପରେ ଦଳୀୟ ବିଧାୟକ ଜିତୁ ପଟୱାରୀଙ୍କ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା କମଲ ନାଥ ବୟାନ ଆଗାମୀ ଦିନରେ ଦଳରେ ଚାଲିଥିବା କଳହକୁ ଆହୁରି ବଢାଇପାରେ।