'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'
Advertisement
Article Detail0/zeeodisha/odisha840588

'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'

ବେଶ ଲମ୍ବା ସମୟ ଧରି ସେମାନେ ରାମ ମନ୍ଦିର ନିର୍ମାଣ କରିବାକୁ ନାରାବାଜି କରୁଥିଲେ।

'ରାମ ମନ୍ଦିର ଚାନ୍ଦା ଟଙ୍କାରେ ରାତିରେ ମଦ ପିଉଛନ୍ତି ବିଜେପି କର୍ମକର୍ତ୍ତା'

ଭୋପାଳ: ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ଲାଗି ଦେଶବ୍ୟାପୀ ଜାରି ରହିଛି ନିଧି ସଂଗ୍ରହ ଅଭିଯାନ। ବିଭିନ୍ନ ବର୍ଗର ଲୋକେ ଏଥିଲାଗି ସ୍ୱେଚ୍ଛାକୃତ ଭାବେ ମନ୍ଦିର ନିର୍ମାଣର୍ଥେ କରୁଛନ୍ତି। ହେଲେ ଏ ପ୍ରସଙ୍ଗରେ ଜଣେ ବରିଷ୍ଠ କଂଗ୍ରେସ ନେତା ଦେଇଥିବା ବିବାଦୀୟ ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 
 
"ରାମ ମନ୍ଦିର ନିର୍ମାଣ ଲାଗି ଦେଶବ୍ୟାପୀ ନିଧି ସଂଗ୍ରହ ଅଭିଯାନ ମାଧ୍ୟମରେ ବିଜେପି କର୍ମକର୍ତ୍ତା ଦିନରେ ପାଣ୍ଠି ସଂଗ୍ରହ କରୁଛନ୍ତି। ଏହି ଚାନ୍ଦା ଟଙ୍କାରେ ସେମାନେ ରାତିରେ ମଦ ପିଉଛନ୍ତି। " ଏହା କହିଛନ୍ତି ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆ (Kantilal Bhuria)।   

Also Read:  ରାମ ମନ୍ଦିର ନିର୍ମାଣ ଲାଗି ଦାନ ଦେଲେ ଖିଲାଡି କୁମାର, ସହଯୋଗ କରିବାକୁ ଲୋକଙ୍କୁ କରିଲେ ନିବେଦନ

ବିରୋଧି ବିଜେପିକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଭୂରିୟା କହିଛନ୍ତି  ବେଶ ଲମ୍ବା ସମୟ ଧରି ସେମାନେ ରାମ ମନ୍ଦିର ନିର୍ମାଣ କରିବାକୁ ନାରାବାଜି କରୁଥିଲେ। ଏଥିଲାଗି ସେମାନେ ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରିଥିଲେ। ହେଲେ ଏହାର ହିସାବ କାହାକୁ ମିଳିନାହିଁ। ଏବେ ବିଜେପି ନେତା ଘର ଘର ବୁଲି ଚାନ୍ଦା ଏକାଠି କରୁଛନ୍ତି। ଚାନ୍ଦା ଟଙ୍କାରେ ସେମାନେ ମଦ ପିଇ ସେମାନେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବା କଥା କହୁଛନ୍ତି।   

Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

ରାଜ୍ୟର କଂଗ୍ରେସ ବିଧାୟକଙ୍କ ଏପରି ବୟାନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ନାରାଜ ହୋଇ ଉଠିଛନ୍ତି ମଧ୍ୟ ପ୍ରଦେଶ ବିଧାନସଭା (Madhya Pradesh Assembly) ପ୍ରୋ ଟର୍ମ ସ୍ପିକର (Proterm Speaker) ରାମେଶ୍ୱର ଶର୍ମା (Rameswar Sharma)। 

ବିଧାୟକଙ୍କ ବୟାନ ଉପରେ ଜବାବ ଦେଇ ପ୍ରୋ ଟର୍ମ ସ୍ପିକର କହିଛନ୍ତି ସେ ରାମ ଭକ୍ତଙ୍କୁ ବଦନାମ ନକରନ୍ତୁ। ଶାନ୍ତିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ହେବାକୁ ଦିଅନ୍ତୁ। ନିର୍ମାଣରେ ଲାଗୁ ଥିବା ଟଙ୍କାର ହିସାବ ଟ୍ରଷ୍ଟ ଦ୍ୱାରା ରଖାଯାଉଛି।  ତାଙ୍କ ଦଳର ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାମ ମନ୍ଦିର ନିର୍ମାଣ ଲାଗି ନିଜେ ଦାନ କରିଛନ୍ତି। ଏହା ଉପରେ ସେ କ'ଣ କହିବେ। 

ଏହା ସହିତ ପ୍ରୋ ଟର୍ମ ସ୍ପିକର କହିଛନ୍ତି ଅନ୍ୟପଟେ ଦରଗା ନାଁରେ ସଂଗ୍ରହ ହେଉଥିବା ଟଙ୍କା ଦେଶ ବିରୋଧି କାର୍ଯ୍ୟରେ ଲାଗୁଛି। କାନ୍ତିଲାଲ ଭୂରିୟା ଯଦି ମଦ କଥା ନଉଠାଇବା ଆବଶ୍ୟକ। କାରଣ ତାଙ୍କୁ ଜଣାଅଛି କେଉଁ ଦଳର ନେତା କେତେ ମଦ ପିଅନ୍ତି।   

Also Read: ଅଯୋଧ୍ୟା ରାମ ମନ୍ଦିର: ଅଗଷ୍ଟ ୪ରୁ ଆରମ୍ଭ ହେବ ନିଶାନ ପୂଜନ

 

ରାମ ମନ୍ଦିର ନିର୍ମାଣ ଲାଗି ସୃଗୃହୀତ ହେଉଥିବା ଟଙ୍କାକୁ ନେଇ ରାଜନୀତି ବନ୍ଦ ହେବାର ନାଁ ଧରୁନାହିଁ। ଏ ପ୍ରସଙ୍ଗରେ ମତ ରଖି ମହାରାଷ୍ଟ୍ର କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ କରିବା ବିଜେପି ଲାଗି୍ ବ୍ୟପାର ହୋଇଗଲାଣି। ସାଧାରଣ ଲୋକ ସେମାନଙ୍କ ଠାରୁ ସତର୍କ ରୁହନ୍ତୁ। ରାମ ମନ୍ଦିର ଲାଗି ସଂଗ୍ରହ ହେଉଥିବା ପାଣ୍ଠି ନିର୍ମାଣ କାର୍ଯ୍ୟରେ ଲାଗୁ।  ହେଲେ ବିଜେପି ଓ ଆଉ ଆରଏସଏସର ଇତିହାସ ରହିଛି ସେମାନେ ଏହି ଟଙ୍କାକୁ ନିଜ ଲାଗି ଖର୍ଚ୍ଚ କରିପାରନ୍ତି।