Oxygen Crisis: ୫ ମିନିଟରେ ଆଖି ବୁଜିଲେ ୧୧ କୋରୋନା ଆକ୍ରାନ୍ତ
Advertisement

Oxygen Crisis: ୫ ମିନିଟରେ ଆଖି ବୁଜିଲେ ୧୧ କୋରୋନା ଆକ୍ରାନ୍ତ

 Oxygen ନମିଳିବାରୁ ICUରେ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 

ପ୍ରତିକାତ୍ମକ ଫଟୋ

ତିରୁପତି: ସାରା ଦେଶରେ କୋରୋନାର ମୃତ୍ୟୁ ତାଣ୍ଡବ ଜାରି ରହିଛି। ଏଥିରେ ଅତ୍ୟଧିକ ରୋଗୀ Oxygen ଅଭାବରୁ ମୃତ୍ୟୁବରଣ କରୁଛନ୍ତି। ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଏଭଳି ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ Oxygen ନମିଳିବାରୁ ICUରେ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ତିରୁପତିସ୍ଥିତ (Tirupati) ସରକାରୀ ରୁଇଆ ହସ୍ପିଟାଲରେ ICUରେ Oxygen ଅଭାବ ଦେଖାଦେଇଥିଲା। ଉପଯୁକ୍ତ ପରିମାଣର Oxygen ନମିଳିବାରୁ ଅତି କମରେ ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Oxygen ସିଲିଣ୍ଡର ପୁନଃ ଲୋଡ୍ କରିବାରେ ଅନେକ ସମୟ ଲାଗିଥିବାକୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଚିତ୍ତୋର ଜିଲ୍ଲା ମାଜିଷ୍ଟ୍ରେଟ୍ ଏମ୍ ହରି ​​ନାରାୟଣନ୍ କହିଛନ୍ତି।

Also Read: ନୂଆ ମହାମରୀର ସଙ୍କେତ; ଗଙ୍ଗାରେ ଭାସୁଛି ଶତାଧିକ ସନ୍ଦିଗ୍ଧ କୋରୋନା ମୃତଦେହ!

 

ହରି ନାରାୟଣନ କହିଛନ୍ତି ଯେ, ପାଞ୍ଚ ମିନିଟ ମଧ୍ୟରେ Oxygen ଯୋଗାଣ ପୁନଃ ଯୋଗାଣ କରାଯାଇଛି ଏବଂ ଏବେ ସ୍ଥିତି ସ୍ୱାଭାବିକ ଅଛି। ରୋଗୀଙ୍କ ତଦାରଖ ପାଇଁ ତୁରନ୍ତ ୩୦ ଜଣ ଡାକ୍ତରଙ୍କୁ ICUକୁ ପଠାଯାଇଛି। ଡାକ୍ତରଖାନାରେ Oxygenର ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର ଯୋଗାଣ କରାଯାଉଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ (Jagan Mhan Reddy) ଦୁଃଖ ପ୍ରକାଶ କରିଛନ୍ତି। ସେ ଜିଲ୍ଲା କଲେକ୍ଟରଙ୍କ ସହ କଥା ହୋଇ ଘଟଣାର ବିସ୍ତୃତ ତଦନ୍ତ ରିପୋର୍ଟ ମାଗିଛନ୍ତି। ଏହିପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।