କୋରୋନା ଟିକାକରଣ; ୭୫% ସାଂସଦ-ମନ୍ତ୍ରୀଙ୍କୁ ଲାଗିବ ଟିକା, ସାମିଲ ହେବେନି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ
Advertisement

କୋରୋନା ଟିକାକରଣ; ୭୫% ସାଂସଦ-ମନ୍ତ୍ରୀଙ୍କୁ ଲାଗିବ ଟିକା, ସାମିଲ ହେବେନି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ

ଶନିବାର ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କୋରୋନା ଟିକାକରଣ (corona vaccination) ର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟକର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ କଥାହେବେ। ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ପ୍ରଥମ ଦିନ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶନିବାରଠୁ ଦେଶରେ ଆରମ୍ଭ ହେଉଛି କୋରୋନା ଟିକାକରଣ। ଦିନ ସାଢେ ୧୦ଟାରେ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ଟିକାକରଣ ପାଇଁ ରାଜ୍ୟ ଗୁଡିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ନୀତି ଆୟୋଗ (NITI Ayog) ସଦସ୍ୟ ଭି.କେ ପଲଙ୍କ ସୂଚନାନୁସାରେ, ଶନିବାର ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କୋରୋନା ଟିକାକରଣ (corona vaccination) ର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟକର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ କଥାହେବେ। ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ପ୍ରଥମ ଦିନ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବ। ପ୍ରତ୍ୟେକ ଟିକା କେନ୍ଦ୍ରରେ ୧୦୦ଜଣଙ୍କୁ ଟିକା ଦିଆଯିବ। ପରେ ଟିକାକରଣ କେନ୍ଦ୍ର ୩ ହଜାରରୁ ୫ହଜାରକୁ ବୃଦ୍ଧି କରାଯିବ।

Also Read: ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...

ଦେଶର ୧୨ଟି ସହରରେ ଦେଶୀ 'କୋଭାକ୍ସିନ' ଟିକା (Vaccine) ଦିଆଯିବ। ଅନ୍ୟ ସବୁ ସ୍ଥାନରେ 'କୋଭିସିଲ୍ଡ' ଟିକା ଦିଆଯିବ। କୋଭିଡ୍‌ ଟିକାକରଣ ନେଇ ଓଡିଶା ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟରେ ୪ ଲକ୍ଷ ୮ ହଜାର କୋଭିସିଲ୍‌ଡ ଟିକା ପହଞ୍ଚିଛି। ସମସ୍ତ ଜିଲ୍ଲାର ଭ୍ୟାକ୍ସିନ ସେଣ୍ଟରକୁ ମଧ୍ୟ ଟିକା ପହଞ୍ଚି ସାରିଲାଣି। ୧୬୦ ନିର୍ଦ୍ଧାରିତ ମେଡିକାଲରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। 

ସୁରକ୍ଷା ଦୃଷ୍ଟିରୁ ଗର୍ଭବତୀ, ଅଧିକ ଅସୁସ୍ଥ ଓ ଛୋଟ ପିଲାଙ୍କୁ କୋରୋନା ଟିକାରଣ ହେବନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗାଇଡଲାଇନ ଜାରି କରାଯାଇଛି। ସେପଟେ ପିଲାଙ୍କ ପାଇଁ ଭାରତ ବାୟୋଟେକର କୋଭିଡ୍ ଟିକା ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି। କିନ୍ତୁ ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟୟରେ କେବଳ ସ୍ୱାସ୍ଥ୍ୟକର୍ମୀ ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ।

Also Read: ଏଥର ଗଣତନ୍ତ୍ର ଦିବସରେ ଆସିବେନି କେହି ବିଦେଶୀ ଅତିଥି, ଜାଣନ୍ତୁ କାହିଁକି ?

ଦେଶର ପ୍ରାୟ ୭୫ ପ୍ରତିଶତରୁ ଊର୍ଦ୍ଧ୍ୱ ମନ୍ତ୍ରୀ ଓ ସାଂସଦ (MP) ଙ୍କର ଟିକାକରଣ ହେବ। ରାଜ୍ୟସଭାର ୮୦ ଓ ଲୋକସଭା (Loksobha) ର ୭୨ ପ୍ରତିଶତ ସଦସ୍ୟଙ୍କ ବୟସ ୫୦ ବା ତଦୁର୍ଦ୍ଧ। ମୋଦି ସରକାରଙ୍କ କ୍ୟାବିନେଟର ୨୧ ଜଣ ମନ୍ତ୍ରୀ ବି କୋରୋନା ଟିକା ନେବାକୁ ଯୋଗ୍ୟ। ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ବି କୋରୋନା ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯାଇପାରେ।

ସେପଟେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟକର୍ମୀ (Health worker) କୋଭିଡ ଟିକାକୁ ନା କରିଛନ୍ତି। ସେମାନେ ଟିକା ନେବେ ନାହିଁ କିମ୍ବା କାହାକୁ ଦେବେ ନାହିଁ  ବୋଲି ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅବହେଳା ପ୍ରତିବାଦରେ ୪ଟି ସ୍ୱାସ୍ଥ୍ୟକର୍ମୀ ଆଜିଠୁ କଳାବ୍ୟାଜ୍ ପିନ୍ଧିବେ। ଆସନ୍ତା ଏକ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି। କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ୧୫ହଜାର ସ୍ୱାସ୍ଥ୍ୟକର୍ମୀ ଅଡି ବସିଛନ୍ତି।