ଚାକିରି ପ୍ରୋଲଭନ ଦେଖାଇ ନିରୀହ ଯୁବକ ଯୁବତୀଙ୍କୁ ଠକେଇ; ୨ ଗିରଫ
Advertisement
Article Detail0/zeeodisha/odisha1190158

ଚାକିରି ପ୍ରୋଲଭନ ଦେଖାଇ ନିରୀହ ଯୁବକ ଯୁବତୀଙ୍କୁ ଠକେଇ; ୨ ଗିରଫ

 ଚାକିରୀ କରିବା ଆଶାରେ ଆସୁଥିବା ବେକାର  ଯୁବକ ଯୁବତୀଙ୍କୁ ଏମାନେ ନିଜର ଶିକାର କରୁଥିଲେ।

ଚାକିରି ପ୍ରୋଲଭନ ଦେଖାଇ ନିରୀହ ଯୁବକ ଯୁବତୀଙ୍କୁ ଠକେଇ; ୨ ଗିରଫ

ଝାରସୁଗୁଡା:  ଚାକିରି ପ୍ରୋଲଭନ ଦେଖାଇ ନିରୀହ ଯୁବକ ଯୁବତୀଙ୍କୁ ଠକିବା ଅଭିଯୋଗରେ ଗୁରୁବାର ଝାରସୁଗୁଡା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶର ବସନ୍ତ ଲାଲ ଏବଂ ମହମ୍ମଦ ଆସଲମ୍। ଅଭିଯୁକ୍ତଙ୍କ ଠାରୁ ପୋଲିସ ୨୦ ହଜାର ଟଙ୍କା, ୪ ମୋବାଇଲ ଫୋନ ଜବତ୍ କରିବା ସହ ନକଲି ପରିଚୟ ପତ୍ର ଜବତ କରିଛି। 

ପୋଲିସ ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଜିଲ୍ଲାରେ ଏକ ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀ ଙ୍କୁ ଚାକିରି କରାଇଦେବା ନାମରେ ଠକେଇ କରୁଥିଲେ। ଏନେଇ ଝାରସୁଗୁଡା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଜଣକୁ ଟାଟା ଅଞ୍ଚଳରୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଜିଲ୍ଲାରୁ ଗିରଫ କରିଛି। ଅଭିଯୁକ୍ତଦ୍ୱ ଜଣ ଝାରସୁଗୁଡା ସହ ଆଖପାଖ ଜିଲ୍ଲାର ୧୫୦ ଜଣରୁ ଅଧିକ ଯୁବକ ଯୁବତୀଙ୍କୁ ଠକେଇ କରିଥିବା ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି। ଚାକିରୀ କରିବା ଆଶାରେ ଆସୁଥିବା ବେକାର  ଯୁବକ ଯୁବତୀଙ୍କୁ ଏମାନେ ନିଜର ଶିକାର କରୁଥିଲେ।