Accident News: କାଳ ସାଜିଲା ତାଳଗଛ, ୨ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2365260

Accident News: କାଳ ସାଜିଲା ତାଳଗଛ, ୨ଜଣଙ୍କ ମୃତ୍ୟୁ

Accident News: ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଉଭୟ ସାଙ୍ଗ କିଛି କାମ ପାଇଁ ବଜାରକୁ ଯାଇଥିଲେ । ସେହି ସମୟରେ କାଗି ମୋହଲ୍ଲାରେ ଥିବା ଏକ ତାଳ ଗଛର ଉପର ଅଂଶ ହଠାତ୍ ଭାଙ୍ଗି ତଳେ ପଡ଼ିଯାଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ୨ ଯୁବକଙ୍କ ଉପରେ ପଡିଥିଲା ତାଳ ଗଛ ।

Accident News: କାଳ ସାଜିଲା ତାଳଗଛ, ୨ଜଣଙ୍କ ମୃତ୍ୟୁ

Accident News: ଆଜି ନାଲନ୍ଦାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବିହାର ସରିଫ ପୋଲିସ ଷ୍ଟେସନ ଅନ୍ତର୍ଗତ କାଗିରେ ହଠାତ୍ ଏକ ତାଳ ଗଛ ରାସ୍ତା ମଝିରେ ଭାଙ୍ଗି ପଡିବାରୁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିଲା। ଉଭୟ ମୃତବ୍ୟକ୍ତିଙ୍କ ବୟସ ୨୦ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି ।

ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଉଭୟ ସାଙ୍ଗ କିଛି କାମ ପାଇଁ ବଜାରକୁ ଯାଇଥିଲେ । ସେହି ସମୟରେ କାଗି ମୋହଲ୍ଲାରେ ଥିବା ଏକ ତାଳ ଗଛର ଉପର ଅଂଶ ହଠାତ୍ ଭାଙ୍ଗି ତଳେ ପଡ଼ିଯାଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ୨ ଯୁବକଙ୍କ ଉପରେ ପଡିଥିଲା ତାଳ ଗଛ । ଫଳରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରିବାର ସଦସ୍ୟ କହିଛନ୍ତି ଯେ, ଉଭୟ ଯୁବକ ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ତିଆରି କରିବା କାର୍ଯ୍ୟ କରୁଥିଲେ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ୟକ୍ତ ପରିସ୍ଥିତି ଦେଖିବାକୁ ମିଳିଥିଲା । ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ରାଗରେ ରାସ୍ତା ଅବରୋଧ କରିଥିଲେ । ମେଡିକାଲ ଛକ ପର୍ଯ୍ୟନ୍ତ ଯାତାୟାତ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣା ପାଇଁ ଜଙ୍ଗଲ ବିଭାଗ ଏବଂ ସ୍ଥାନୀୟ ପୋଲିସକୁ ଦାୟୀ କରିଛନ୍ତି ମୃତକଙ୍କ ପରିବାର ସଦସ୍ୟ ।

ଦୁର୍ଘଟଣା ପରେ ଅଞ୍ଚଳବାସୀ ସମସ୍ତ ଦୋକାନବଜାର ବନ୍ଦ କରିଥିଲେ । ଏଥିସହିତ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ କ୍ୟାମେରା ବନ୍ଦ କରିବାକୁ କୁହାଯାଇଥିଲା । ପରିବାର ସଦସ୍ୟ କ୍ଷତିପୂରଣ ଦାବି ରଖିଥିଲେ । ମୃତକଙ୍କ ପରିବାରର ଜଣକୁ ଚାକିରି, ଆର୍ଥିକ ସହାୟତା ଏବଂ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ଦାବି କରିଥିଲେ ସ୍ଥାନୀୟ ଲୋକେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତ ପଡିନଥିବା ସୂଚନା ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

Also Read- Delhi Drain Death: ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମାଆ ଛାଡିନଥିଲା ଛୁଆର ହାତ

Also Read- Grah Gochar 2024: ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ୫ ରାଶି ଭାଗ୍ୟରେ ଧନ ବର୍ଷା