Grah Gochar 2024: ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ୫ ରାଶି ଭାଗ୍ୟରେ ଧନ ବର୍ଷା
Advertisement
Article Detail0/zeeodisha/odisha2364856

Grah Gochar 2024: ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ୫ ରାଶି ଭାଗ୍ୟରେ ଧନ ବର୍ଷା

August Rashifal: ମାସ ଆରମ୍ଭ ଅର୍ଥାତ ଅଗଷ୍ଟ ୨ ଶୁକ୍ରବାର ଦିନ ସୂର୍ଯ୍ୟ ଅଶ୍ଲେଶା ନକ୍ଷତ୍ରରେ ପ୍ରବେଶ କରିବେ । ସାପଙ୍କ ରାଜା ଶେଶନାଗଙ୍କୁ ଅଶ୍ଲେଶା ନକ୍ଷତ୍ରର ଦେବତା ଭାବରେ ବିବେଚନା କରାଯାଏ। ୫ ତାରିଖରୁ ବୁଧ ଗ୍ରହ ୨୪ ଦିନ ପାଇଁ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ଶୁକ୍ରଦେବ ୧୧ ଅଗଷ୍ଟ ରବିବାର ଦିନ ପୁର୍ବା ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ । ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଅଗଷ୍ଟ ୧୬ ରେ ସିଂହରେ ପ୍ରବେଶ କରିବେ । ଅଗଷ୍ଟ ୨୦ ରେ ବୃହସ୍ପତି ମୃଗଶିରା ନକ୍ଷତ୍ରରେ ଚଳନ କରିବେ । ଅଗଷ୍ଟ ୨୨ ରେ ବୁଧ କର୍କଟ ରାଶିରେ ଚଳନ କରିବେ। ଏହା ପରେ, ଅଗଷ୍ଟ ୨୫ ରେ ଶୁକ୍ର କନ୍ୟା ରାଶିରେ ଚଳନ କରିବେ । ଯଦିଓ ଏହି ଗ୍ରହମାନଙ୍କ ଚଳନ ପ୍ରତିଟି ରାଶିକୁ ପ୍ରଭାବିତ କରିବ କିନ୍ତୁ ବିଶେଷକରି ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

Grah Gochar 2024: ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ୫ ରାଶି ଭାଗ୍ୟରେ ଧନ ବର୍ଷା

August Rashifal: ଅଗଷ୍ଟ ମାସକୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରର ଅଷ୍ଟମ ମାସ- ବୋଲି ବିବେଚନା କରାଯାଏ । ଯେଉଁଥିରେ ମୋଟ ୩୧ ଦିନ ରହିଛି । ଅଗଷ୍ଟ ୧୯ରେ ଶ୍ରାବଣ ମାସ ଶେଷ ହେବ ଏବଂ ଅଗଷ୍ଟ ୨୦ରେ ଭାଦ୍ରବ ମାସ ଆରମ୍ଭ ହେବ । ଏହି ମାସରେ ରକ୍ଷାବନ୍ଧନ ପର୍ବ ମଧ୍ୟ ରହିଛି ।  ଆସନ୍ତୁ ଜାଣିବା, କେଉଁ ଗୁରୁତ୍ୱପୂର୍ଣ୍ଣ ଗ୍ରହମାନେ ଚଳିତ ମାସରେ କେଉଁ ରାଶି ଏବଂ ନକ୍ଷତ୍ରରେ ଗତି କରିବେ ।

ମାସ ଆରମ୍ଭ ଅର୍ଥାତ ଅଗଷ୍ଟ ୨ ଶୁକ୍ରବାର ଦିନ ସୂର୍ଯ୍ୟ ଅଶ୍ଲେଶା ନକ୍ଷତ୍ରରେ ପ୍ରବେଶ କରିବେ । ସାପଙ୍କ ରାଜା ଶେଶନାଗଙ୍କୁ ଅଶ୍ଲେଶା ନକ୍ଷତ୍ରର ଦେବତା ଭାବରେ ବିବେଚନା କରାଯାଏ। ୫ ତାରିଖରୁ ବୁଧ ଗ୍ରହ ୨୪ ଦିନ ପାଇଁ ପ୍ରତ୍ୟାବର୍ତ୍ତନ କରିବେ । ସେହିପରି ଶୁକ୍ରଦେବ ୧୧ ଅଗଷ୍ଟ ରବିବାର ଦିନ ପୁର୍ବା ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ । ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଅଗଷ୍ଟ ୧୬ ରେ ସିଂହରେ ପ୍ରବେଶ କରିବେ । ଅଗଷ୍ଟ ୨୦ ରେ ବୃହସ୍ପତି ମୃଗଶିରା ନକ୍ଷତ୍ରରେ ଚଳନ କରିବେ । ଅଗଷ୍ଟ ୨୨ ରେ ବୁଧ କର୍କଟ ରାଶିରେ ଚଳନ କରିବେ। ଏହା ପରେ, ଅଗଷ୍ଟ ୨୫ ରେ ଶୁକ୍ର କନ୍ୟା ରାଶିରେ ଚଳନ କରିବେ । ଯଦିଓ ଏହି ଗ୍ରହମାନଙ୍କ ଚଳନ ପ୍ରତିଟି ରାଶିକୁ ପ୍ରଭାବିତ କରିବ କିନ୍ତୁ ବିଶେଷକରି ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

ମେଷ ରାଶି
ଅଗଷ୍ଟରେ ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଆପଣଙ୍କ ଆତ୍ମବିଶ୍ୱାସ ଏବଂ ସାହସ ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । କାର୍ଯ୍ୟ ଏବଂ ବ୍ୟବସାୟରେ ଅଗ୍ରଗତି କରିବେ । ଆୟ ବୃଦ୍ଧି ହେବାର ଦୃଢ ସମ୍ଭାବନା ଅଛି ।

କନ୍ୟା ରାଶି
ଅଗଷ୍ଟ ମାସ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ଅଫିସରେ ସହକର୍ମୀ ଏବଂ ବରିଷ୍ଠ କର୍ମୀଙ୍କ ମଧ୍ୟରେ ଆପଣଙ୍କର ସୁସମ୍ପର୍କ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଆୟ ବୃଦ୍ଧି ପାଇପାରେ ।

ସିଂହ ରାଶି
ଆପଣଙ୍କ ପାଇଁ ମାସଟି ବିଶେଷ ଫଳପ୍ରଦ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଯାହା ବି କାମ କରନ୍ତୁ ଆପଣଙ୍କୁ ଶୁଭ ଫଳାଫଳ ମିଳିବାର ଅଧିକ ସମ୍ଭାବନା ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ । ପାରିବାରିକ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ ।

ଧନୁ ରାଶି
ଆପଣଙ୍କ ପାଇଁ ଏହି ମାସଟି ସ୍ମରଣୀୟ ଏବଂ ଅତ୍ୟନ୍ତ ଆନନ୍ଦଦାୟକ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଆପଣଙ୍କର ଆୟ ବୃଦ୍ଧି ପାଇବ । ବିବାହିତ ଦମ୍ପତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ଜୀବନ ଖୁସିରେ କଟିବ ।

କୁମ୍ଭ ରାଶି
ଆପଣଙ୍କୁ ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଏକ ବଡ଼ ଦାୟିତ୍ୱ ମିଳିପୀରେ । ବିବାହିତ ଜୀବନ ସୁଖମୟ ହେବ । କିଛି ଭଲ ଖବର ଆପଣଙ୍କୁ ମିଳିପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ