Noida wall collapses: ନୋଏଡ଼ାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୪ ଜୀବନ
Advertisement
Article Detail0/zeeodisha/odisha1359492

Noida wall collapses: ନୋଏଡ଼ାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୪ ଜୀବନ

ମୃତାହତ ମାନେ ଶ୍ରମିକ ଶ୍ରେଣୀର ରହିଥିବା ବେଳେ ସେମାନେ ବଦାୟୁଁ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେମାନେ ସକାଳ ସାଢେ ୯ଟାରେ ମୃତାହତମାନେ ନାଳ ସଫା କରିବାକୁ ପହଞ୍ଚିଥିଲେ।

Noida wall collapses: ନୋଏଡ଼ାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୪ ଜୀବନ

Noida wall collapses: ନୂଆଦିଲ୍ଲୀ: ନାଳ ସଫା ସମୟରେ ଏକ ବଡ଼ଧରଣ ଅଘଟଣ ଘଟିଛି ନୋଏଡ଼ା (Noida) ଅଞ୍ଚଳରେ। ମଙ୍ଗଳବାର ନୋଏଡ଼ା (Noida) ସେକ୍ଟର ୨୧ (Sector 21) ଜଳବାୟୁ ବିହାର (Jalvayu Vihar) ଅଞ୍ଚଳରେ ଏକ ନାଳ ନିକଟବର୍ତ୍ତି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସକାଳ ପ୍ରାୟ ସାଢେ ୯ଟା ବେଳେ ଘଟିଥିବା ସୂଚନା ରହିଛି। ସେହିପରି ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ମୃତାହତମାନଙ୍କୁ ଉଦ୍ଧାର କରାଯାଇ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ୨୫ ବର୍ଷୀୟ ଭଗବାନ ସିଂହ, ଝଣ୍ଡୁ, ୧୮ ବର୍ଷିୟ ଧନପାଲ, ରାମନିବାସଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଭଗବାନ, ଧନପାଲ ଓ ଝଣ୍ଡୁ ବିଚୋଲା ଗ୍ରାମର ହୋଇଥିବା ବେଳେ ରାମନିବାସ ଜରୀଫ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି। 

ମୃତାହତ ମାନେ ଶ୍ରମିକ ଶ୍ରେଣୀର ରହିଥିବା ବେଳେ ସେମାନେ ବଦାୟୁଁ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେମାନେ ସକାଳ ସାଢେ ୯ଟାରେ ମୃତାହତମାନେ ନାଳ ସଫା କରିବାକୁ ପହଞ୍ଚିଥିଲେ। କାନ୍ଥ ନିକଟରେ ଥିବା ପରିତ୍ୟକ୍ତ ବର୍ଜ୍ୟବସ୍ତୁ ହଟାଇବା ପାଇଁ ତିନୋଟି ଜେସିବି ମଧ୍ୟ ନିୟୋଜିତ କରାଯାଇଥିଲା। ତେବେ ଏହି ଘଟଣା ପହଞ୍ଚିବା ପରେ ପୋଲିସ ପ୍ରଶାସନ ପହଞ୍ଚିଥିଲା। ନିଜେ ପୋଲିସ କମିଶନର  ଆଲୋକ ସିଂହ, ଡିଏମ ସୁହାସ ଏଲଓ୍ୱାଇ, ନୋଏଡ଼ା ପ୍ରାଧିକରଣର ନିଇଓ ଋତୁ ମାହେଶ୍ୱରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ ଟିମ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି। 

କୁହାଯାଉଛି କି ଠିକାଦାର ସୁନ୍ଦରର ନିର୍ଦ୍ଦେଶ କ୍ରମେ ଏହି ସଫେଇ କାର୍ଯ୍ୟ କରାଯାଉଥିଲା। ଭୁଶୁଡି ପଡ଼ିଥିବା ନାଳ ପୂର୍ବରୁ ଦୁର୍ବଳ ରହିଥିଲା। ଏନେଇ ଠିକାଦାର ସୁନ୍ଦରକୁ ସୂଚନା ପ୍ରଦାନ କରାଯାଇଥିଲା। ଏହା ସତ୍ତ୍ୱେ ଠିକାଦାର କାମ କରିଥିଲା। ତେବେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ ସୁହାସ ଏଲଓ୍ୱାଇ କହିଛନ୍ତି କି ନୋଏଡ଼ା ଅଥରିଟି ଜଳବାୟୁ ବିହାର ନିକଟରେ ଥିବା ସେକ୍ଟର ୨୧ରେ ନାଳ ସଫେଇ କାର୍ଯ୍ୟ ଠିକାଦାରକୁ ଦେଇଥିଲା। ତେବେ ଏହି ଶ୍ରମିକମାନେ ସଫେଇ କାମ ପାଇଁ କାନ୍ଥ ନିକଟରୁ ଇଟା ଗୁଡ଼ିକୁ କାଢୁଥିବା ସମୟରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ଘଟଣା ସ୍ଥଳରେ  ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

ନୋଏଡ଼ା ଅଥରିଟିର ସିଇଓ ଋତୁ ମାହେଶ୍ୱରୀ କହିଛନ୍ତି କି ସୋସାଇଟିର ନିବେଦନ ପରେ ଏହି ନାଳ ସଫେଇ କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତାହାକୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

ଅଧିକ ପଢନ୍ତୁ: ନବାବ ସୈଫଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପାଇଁ ପାଗଳ ଥିଲେ କରୀନା କପୁର! ଡେଟିଂକୁ ନେଇ କହିଥିଲେ ଏହି କଥା

ଅଧିକ ପଢନ୍ତୁ: ରାଜନୈତିକ ଦଳ ଗୁଡିକର ଛାତିରେ ଛନକା, ମୋଦି ସରକାରକୁ ଏମିତି ସୁପାରିଶ କଲା ନିର୍ବାଚନ ଆୟୋଗ