୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1054964

୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ

ଡଙ୍ଗାରେ ପ୍ରାୟ ୮୦୦ ଲୋକ ଯାତ୍ରା କରୁଥିବାର ଖବର ରହିଛି।  ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। 

୮୦୦ ଲୋକ ଥିବା ବୋଟରେ ଲାଗିଲା ନିଆଁ, ୪୦ ଜଣଙ୍କ ମୃତ୍ୟୁ

ଢାକା: ବାଂଲାଦେଶରେ ବଡ଼ ଧରଣର ଅଘଟଣ। ଶୁକ୍ରବାର ଦିନ ଦକ୍ଷିଣ ବାଂଲାଦେଶର ସୁଗାଣ୍ଡା ନଦୀରେ ତିନି ମହଲା ବୋଟରେ ନିଆଁ ଲାଗିଯିବା ଫଳରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଡଙ୍ଗାରେ ପ୍ରାୟ ୮୦୦ ଲୋକ ଯାତ୍ରା କରୁଥିବାର ଖବର ରହିଛି।  ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। 

ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ,  ଶୁକ୍ରବାର ଦିନ ସ୍ଥାନୀୟ ସମୟ ୩ଟା ସମୟରେ ଢାକା (Dhaka) ରୁ ବାରଗୁଣା ଯାଉଥିବା ଏମଭି ଅଭିଯାନ-୧୦ର ଇଞ୍ଜିନ କକ୍ଷରେ ଅଗ୍ନିକାଣ୍ଡ ଘଟିଥିଲା। ଅନେକ ଯାତ୍ରୀ ଏହି ଘଟଣାରେ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସ୍ଥାନୀୟ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନଅଟି ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଟେଲିଭିଜନ ଚ୍ୟାନେଲ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରାଯାଇଛି ।

Also Read: 7th Pay Commission: କର୍ମଚାରୀଙ୍କୁ ମିଳିବ ଖୁସି ଖବର, ନୂଆବର୍ଷରେ ଖାତାକୁ ଟ୍ରାନ୍ସଫର ହେବ ଲକ୍ଷ ଲକ୍ଷ ଟଙ୍କା !

ଘଟଣା ସ୍ଥଳରେ ଥିବା ଜଣେ ପୋଲିସ ଅଧିକାରୀ (Police Officer) ଙ୍କ କହିବା କଥା, କିଛି ଲୋକଙ୍କର ମୃତ୍ୟୁ ନିଆଁ ଲାଗି ହୋଇଥିବା ବେଳେ କିଛି ଜୀବନ ବିକଳରେ ନଦୀକୁ ଡେଇଁପଡ଼ିଥିଲେ ହେଲେ ପାଣିରେ ବୁଡ଼ିଯିବାରୁ ବି ସେମାନଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି ଯେ, ନିଆଁ ଲାଗିବା ସମୟରେ କିଛି ଲୋକ ଶୋଇବା ଅବସ୍ଥାରେ ଥିଲେ । ଧୂଆଁ କାରଣରୁ ଶ୍ୱାସରୁଦ୍ଧ ହେବା ସହ ନଦୀରେ ଡେଇଁପଡ଼ିବାରୁ ଯାତ୍ରୀ (Boat Passenger) ଙ୍କ ମୃତ୍ୟୁ ଘଟିଛି । 

Also Read: ବିଶ୍ୱକୁ କୋରୋନା କବଳରୁ ନାହିଁ ତ୍ରାହି, ଓମିକ୍ରନ ପରେ ଆତଙ୍କ ଖେଳାଇଲାଣି Delmicron

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାକଥା, ବୋଟରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଆଉ ଅଧିକାଂଶ ଲୋକ ସପ୍ତାହର ଶେଷ ଦିନ ଥିବାରୁ ନିଜ ଘର ଲୋକଙ୍କ ସହ ସମୟ ବିତାଇବାକୁ ଛୁଟିରେ ଯାଉଥିଲେ। ତେବେ ଔପଚାରିକ ଭାବେ ବୋଟ (Boat) ରେ ନିଆଁ ଲାଗିବାର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ଯାଞ୍ଚ ପାଇଁ ସାତ ସଦସ୍ୟ ବିଶିଷ୍ଟ କମିଟିର ଗଠନ କରାଯାଇଛି ଯେଉଁମାନେ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ଅଧିକ ଗୁରୁତର ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । 

Also Read: Baba Vanga 2022 Prediction: ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ବିନାଶ!

ବରିଶାଲ ଅଗ୍ନିଶମ ସେବା(Fire Brigade) ର ଡେପ୍ୟୁଟି ଡାଇରେକ୍ଟର କମଲୁଦ୍ଦିନ ଭୁୟାନ କହିଛନ୍ତି ଯେ, ଜାଲକାଠି ଜିଲ୍ଲା ଦେଇ ଯାଉଥିବା ବେଳେ ଡଙ୍ଗାର ଇଞ୍ଜିନ ରୁମରୁ ନିଆଁ ଲାଗିଥଲା। ଫାୟାର ସର୍ଭିସେସ୍ କଣ୍ଟ୍ରୋଲ୍ ରୁମ୍ ଏକ ବିବୃତ୍ତିରେ କହିଛି ଯେ, ସୂଚନା ପାଇବା ପରେ ଡେପ୍ୟୁଟି ଡାଇରେକ୍ଟର, ବରିଶାଲ ଡିଭିଜନାଲ ଫାୟାର ସର୍ଭିସ ଏବଂ ସିଭିଲ ଡିଫେନ୍ସ କମଲୁଦ୍ଦିନ ଭୁୟାନଙ୍କ ନେତୃତ୍ୱରେ ୧୫ଟି ଅଗ୍ନି ଟେଣ୍ଡରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।