Internet Service: ଅଗଷ୍ଟ ୧୫ ଠାରୁ ଜମ୍ମୁ କାଶ୍ମୀରରେ ମିଳିବ ୪ଜି ଇଣ୍ଟରନେଟ ସେବା
Advertisement
Article Detail0/zeeodisha/odisha726924

Internet Service: ଅଗଷ୍ଟ ୧୫ ଠାରୁ ଜମ୍ମୁ କାଶ୍ମୀରରେ ମିଳିବ ୪ଜି ଇଣ୍ଟରନେଟ ସେବା

4G Internet Service: ଖୁବ  ଶୀଘ୍ର ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ୪ଜି ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। 

Internet Service: ଅଗଷ୍ଟ ୧୫ ଠାରୁ ଜମ୍ମୁ କାଶ୍ମୀରରେ ମିଳିବ ୪ଜି ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ପ୍ରଦାନ କରିବାକୁ ନେଇ ଦାଏର ହୋଇଥିବା ମାମଲାର ଶୁଣାଣି ମଙ୍ଗଳବାର(ଅଗଷ୍ଟ ୧୦, ୨୦୨୦) କରିଛନ୍ତି ସୁପ୍ରିମକୋର୍ଟ । ଏ ମାମଲାରେ ପକ୍ଷଭୂକ୍ତ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଅଗଷ୍ଟ ୧୫ ତାରିଖ ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ୪ଜି ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। 
     
ଏନଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି ଜମ୍ମୁ କାଶ୍ମୀରର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଇଣ୍ଟରନେଟ ସେବା ଯୋଗାଇବା ଲାଗି ବ୍ୟବସ୍ଥା କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ଡିଭିଜନ ଅଧିନସ୍ଥ ବିଭିନ୍ନ ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ  ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଆଗାମୀ ଦୁଇ ମାସରେ ଏହା ଉପରେ ସମୀକ୍ଷା କରାଯିବ। 
 
ଆତଙ୍କବାଦୀଙ୍କ ଉପସ୍ଥିତିକୁ ନଜରରେ ରଖି ଭାରତ-ପାକିସ୍ତାନ ସୀମାକୁ (India-Pakistan Border) ନିୟନ୍ତ୍ରଣ ସୀମାରେଖା-ଏଲଓସି(LoC-Line of Control) ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ ନାହିଁ। 
    
ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରରୁ ୩୭୦, ୩୫(ଏ) ଧାରା ଉଚ୍ଛେଦ କରାଯିବା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା । କାରଣ ସାମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ଲାଗି ଏପରି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଏହା ସହିତ ଏହି ରାଜ୍ୟର ପୁନଃର୍ଗଠନ କରି ଜମ୍ମୁ କାଶ୍ମୀର  ଏବଂ ଲଦାଖ ନାମରେ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଥିଲେ ।