ଉପାୟ ଶୂନ୍ୟ କେଜ୍ରିୱାଲ; ଦିଲ୍ଲୀରେ ଲାଗିବ ୬ ଦିନିଆ ଲକଡାଉନ୍
Advertisement
Article Detail0/zeeodisha/odisha886867

ଉପାୟ ଶୂନ୍ୟ କେଜ୍ରିୱାଲ; ଦିଲ୍ଲୀରେ ଲାଗିବ ୬ ଦିନିଆ ଲକଡାଉନ୍

ଆଜି ରାତି ୧୦ ଠାରୁ ରାଜଧାନୀ ଦିଲ୍ଲୀରେ ଆସନ୍ତା ୬ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରି ଏହି ସୂଚନା ଦେଇଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାମାରୀ କୋରୋନାର ବିକଟାଳ ରୂପ ଦେଖି ଆତଙ୍କୀତ ହେଲେ ଦିଲ୍ଲୀ ସରକାର। ସ୍ଥିତି ବିଗିଡିବା ପୂର୍ବରୁ ନେଲେ କଠୋର ପଦକ୍ଷେପ। ଆଜି ରାତି ୧୦ ଠାରୁ ରାଜଧାନୀ ଦିଲ୍ଲୀରେ ଆସନ୍ତା ୬ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରି ଏହି ସୂଚନା ଦେଇଛନ୍ତି।

ଆଜି ଅର୍ଥାତ ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ (Lockdown) ଆରମ୍ଭ ହେବ। ଏହା ଆସନ୍ତା ସୋମବାର (ଏପ୍ରିଲ ୨୬) ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରୀ ସେବା, ଖାଦ୍ୟ ଯୋଗାଣ, ଔଷଧ ବିତରଣ ବା ବିକ୍ରି ହୋଇପାରିବ। ଏହି ସମୟରେ ଯଦି କାହାର ବିବାହ ଥାଏ, ତେବେ ସେମାନେ ସ୍ୱତନ୍ତ୍ର ପାସ୍ ଆଣି ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତିରେ ତାହାକୁ ସମ୍ପାଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।

Also Read: ଅନିୟନ୍ତ୍ରିତ କୋରୋନା: ଦେଶରେ ପ୍ରଥମ ଥର ପାଇଁ ୨.୭୩ ଲକ୍ଷ ନୂଆ ମାମଲା ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ସଂକ୍ରମିତଙ୍କ ମୃତ୍ୟୁ

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (Aravind Kejriwal) ବିଶେଷ କରି ଦିନ ମଜୁରୀଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ହାତ ଯୋଡି ଅପିଲ କରିଛନ୍ତି। ସେ କହିଛନ୍ତି, ଗତବର୍ଷ ଲକଡାଉନ ସମୟରେ ଗରିବ ଲୋକ ହିଁ ଅଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏଥର ସେଭଳି କିଛି ହେବ ନାହିଁ। ଏହା ଏକ ଛୋଟିଆ ଲକଡାଉନ। ତେଣୁ ଦିଲ୍ଲୀରେ ଥିବା ସମସ୍ତ ଲୋକ ଦିଲ୍ଲୀ (Delhi) ଛାଡନ୍ତୁ ନାହିଁ। ଯିଏ ଯେଉଁଠାରେ ଅଛନ୍ତି ସେଠାରେ ହିଁ ରହୁନ୍ତୁ। ଅଯଥାରେ ଯାତାୟତ କରି ଅର୍ଥ ଅପଚୟ କରନ୍ତୁ ନାହିଁ। 

fallback

ଜାତୀୟ ରାଜଧାନୀର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେ କହିଛନ୍ତି ଯେ, ଦିଲ୍ଲୀର ସ୍ଥିତି ଏବେ ସାଙ୍ଘାତିକ। ମହାମାରୀକୁ ରୋକିବା ପାଇଁ ଲକଡାଉନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଦିଲ୍ଲୀରେ ICU ବେଡ ପ୍ରାୟ ଶେଷ ହୋଇ ଗଲାଣି। ହସ୍ପିଟାଲ ଗୁଡିକରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ସ୍ଥାନ ନାହିଁ। ଲୋକେ ରାସ୍ତାରେ ପଡିଛନ୍ତି। ଏହା ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ସେମାନେ ମଧ୍ୟ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲକଡାଉନ ସମୟରେ କୋଭିଡ୍ ବେଡ, ଅକ୍ସିଜେନ ଓ ଔଷଧର ବ୍ୟବସ୍ଥା କରାଯିବ। ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି କେଜ୍ରିୱାଲ କହିଛନ୍ତି।

Also Read: ନବୀନଙ୍କୁ ଅଡୁଆରେ ପକାଇଲା ଜଗନଙ୍କ ଚିଠି

ସେପଟେ ଲକଡାଉନ ଆରମ୍ଭ ପୂର୍ବରୁ ହିଁ ଦିଲ୍ଲୀର ମଦ ଦୋକାନ (Wine shop) ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପୂର୍ବାହ୍ଣରେ କାଉଣ୍ଟର ଖୋଲିଲା ବେଳକୁ ମଦ ପାଇଁ ଜନ ସମୁଦ୍ର ଦେଖିବାକୁ ମିଳିଥିଲା। ଲୋକେ ଆସନ୍ତା ସପ୍ତାହକ ପାଇଁ ପେଟି ପେଟି ମଦ ବୋହି ନେଇଛନ୍ତି। ରାସନ ଦୋକାନରେ ଲୋକଙ୍କ ଯେତିକି ଲମ୍ବା ଲାଇନ ଲାଗିନଥିଲା ତାଠାରୁ ଅଧିକ ମଦ ଦୋକାନରେ ଦେଖିବାକୁ ମିଳିଛି। ଦିଲ୍ଲୀ-ୟୁପି ସୀମାନ୍ତ ସରକାରୀ ମଦ ଦୋକାନ ଗୁଡିକରେ ଅଧିକ ଭିଡ ଜମିଥିଲା। ଏହି ସମୟରେ ଲୋକେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩, ୫୦୦ କୋରୋନା (Coronavirus) ର ନୂଆ ମାମଲା ସାମନାକୁ ଆସିଛି। ଲଗାତାର ଗତ ୩ ଦିନହେଲା ଦିଲ୍ଲୀରେ ଦୈନିକ କୋରୋନାର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ କେଶ ଆସୁଛି। ଫଳରେ ରୋଗୀଙ୍କୁ ହସ୍ପିଟାଲରେ ବେଡ ମିଳିପାରୁନାହିଁ। ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯହାକୁ ଦେଖି ପୂର୍ବରୁ ଲକଡାଉନ ଲଗାଇବାକୁ ମନା କରୁଥିବା ଦିଲ୍ଲୀ ସରକାର ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।