Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ
Advertisement
Article Detail0/zeeodisha/odisha2424502

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। 

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ
Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଦେବରପାଲ୍ଲୀ ମଣ୍ତଳରେ ଟ୍ରକ୍ ଟି ରାସ୍ତା କଡ଼କୁ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଏକ  ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।
 
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ୭ ଜଣ ଦିନ ଶ୍ରମିକ କାମ ସାରି ବୋରାମପାଲ୍ ରୁ ନିଡାଡାଭୋଲେ ମଣ୍ତଳ ଅଭିମୁଖେ ଏକ ଟ୍ରକ୍ ର ଡାଲାରେ ବସି ଯାତ୍ରା କରୁଥିଲେ। କିନ୍ତୁ ହଠାତ୍  ଟ୍ରକ୍ ଟି ଦେବରପାଲ୍ଲୀ ମଣ୍ତଳରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଟ୍ରକ୍ ଡାଲାରେ ବସିଥିବା ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି। ତେବେ, ପୋଲିସ୍ ର ସୂଚନା ଅନୁସାରେ, ଟ୍ରକ୍ ରେ ୭ ଜଣ ଶ୍ରମିକ ଯାତ୍ରା କରୁଥିଲେ। ଏବଂ ଟ୍ରକ୍ ଚାଳକ ଓ ହେଲଫର କ୍ୟାବିନ୍ ରେ ଥିଲେ।  ମୃତକ ମାନେ ହେଲେ, ଟେଡି କ୍ରିଷ୍ଣା (୪୫), ମୂଷାଲ୍ୟ (୩୫), ବିଷ୍ଣୁ ପ୍ରସାଦ (୩୨), ତାମିରି ରୁଦ୍ରଭୌରବ(୪୫),  ବି.ଟିଟୁ (୪୦), ନାରାୟଣ ସ୍ବାମୀ( ୪୦) ଓ ସ୍ବାମ୍ କୁମାର (୪୦)। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।....