7th Pay Commission, 7th CPC Latest News, Central Government Employees: ଗଙ୍ଗୱାର କହିଛନ୍ତି ଯେ, ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ସପ୍ତାହରେ ପାଞ୍ଚ ଦିନର ବ୍ୟବସ୍ଥା କାର୍ଯ୍ୟ ବ୍ୟବସ୍ଥା ଲାଗୁ ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ନାଗରିକ ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରତିଦିନ ସାଢ଼େ ୮ ଘଣ୍ଟା ନିଆଯାଏ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ସପ୍ତାହରେ ୪ ଦିନର କାମ ଓ ୩ ଦିନର ଛୁଟି ବ୍ୟବସ୍ଥା ବିଷୟରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର (Union Labour Minister Santosh Gangwar) ସୂଚନା ଦେଇଛନ୍ତି ଯେ, କେନ୍ଦ୍ରୀୟ ବିଭାଗରେ ସପ୍ତାହରେ ୪ ଦିନ କାର୍ଯ୍ୟ ଓ ୩ ଦିନର ଛୁଟି ବ୍ୟବସ୍ଥାକୁ ଲାଗୁ କରିବାର କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଲିଖିତ ଉତ୍ତରରେ ଶ୍ରମ ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହରୀ, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
ଗଙ୍ଗୱାର କହିଛନ୍ତି ଯେ, ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ସପ୍ତାହରେ ପାଞ୍ଚ ଦିନର ବ୍ୟବସ୍ଥା କାର୍ଯ୍ୟ ବ୍ୟବସ୍ଥା ଲାଗୁ ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ନାଗରିକ ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରତିଦିନ ସାଢ଼େ ୮ ଘଣ୍ଟା ନିଆଯାଏ ।
ଅଧିକ ପଢ଼ନ୍ତୁ:-ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ
ଚତୁର୍ଥ ବେତନ କମିଶନର ଏହି ସୁପାରିଶ ଥିଲା, ଯାହାକୁ ସପ୍ତମ ବେତନ ଆୟୋଗରେ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ବାସ୍ତବରେ, ଖବର ଆସିଥିଲା ଯେ ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ସପ୍ତାହରେ ମାତ୍ର ଚାରି ଦିନ କାମ କରିବେ । ମନେ କରାଯାଏ ଯେ ଏହି ବ୍ୟବସ୍ଥା ନୂତନ ଶ୍ରମ ସଂହିତା ନିୟମରେ ଅନ୍ତର୍ଭୁକ୍ତ ହେବ ।