ଖୁବ୍ ଶୀଘ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ
Advertisement
Article Detail0/zeeodisha/odisha815139

ଖୁବ୍ ଶୀଘ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ଆସନ୍ତା ବର୍ଷ ଜୁନ୍ ମାସ ପରେ ମହଙ୍ଗା ଭତ୍ତା (Dearness Allowance) ଉପରେ ଖୁସି ଖବର ଦେଇପାରନ୍ତି । କୋରୋନା ସଙ୍କଟ (Coronavirus Crisis) କାରଣରୁ କମ ଭତ୍ତା (DA) ପାଉଥିବା ୫୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ସରକାର ଡିଏ

ଖୁବ୍ ଶୀଘ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ଆସନ୍ତା ବର୍ଷ ଜୁନ୍ ମାସ ପରେ ମହଙ୍ଗା ଭତ୍ତା (Dearness Allowance) ଉପରେ ଖୁସି ଖବର ଦେଇପାରନ୍ତି । କୋରୋନା ସଙ୍କଟ (Coronavirus Crisis) କାରଣରୁ କମ ଭତ୍ତା (DA) ପାଉଥିବା ୫୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ସରକାର ଡିଏ ଉପରେ ରିଲିଫ ଦେଇ ବେତନ ବୃଦ୍ଧି କରିପାରନ୍ତି । ପେନସନଭୋଗୀ (Central Govt Pensioners) ତଥା କର୍ମଚାରୀମାନେ (Central Govt Employees ମଧ୍ୟ ସିଧାସଳଖ ଲାଭବାନ ହେବେ ।

ଅଧିକ ପଢ଼ନ୍ତୁ:-ଅମିତ ଶାହଙ୍କ ସହ କିପରି କରିବେ ମୁକାବିଲା? 'ଦିଦି'ଙ୍କୁ ପରାମର୍ଶ ଦେଲେ ପାୱାର

ବାସ୍ତବରେ, କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତାର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ନୂତନ ବର୍ଷରେ ହଜାର ହଜାର କର୍ମଚାରୀ ହେବେ ପ୍ରଭାବିତ, ଏଠାକାର ସରକାର ପଦୋନ୍ନତି ଉପରେ ଲଗାଇଲେ ରୋକ

ସରକାର ମାର୍ଚ୍ଚରେ ନେଇଥିବା ନିଷ୍ପତ୍ତିରେ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଡିଏ ବୃଦ୍ଧିକୁ ବନ୍ଦ କରିଦେଇଥିଲେ । ଏଭଳି ପରିସ୍ଥିତିରେ ଜୁନ୍ ୨୦୨୧ ପରେ ସରକାର DA ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଯଦି ବର୍ତ୍ତମାନର ଡିଏ ହାର (୨୧ ପ୍ରତିଶତ) କାର୍ଯ୍ୟକାରୀ ହୁଏ । ତେବେ କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନ୍ ବୃଦ୍ଧି ହୋଇ ମିଳିବ ।

ଅଧିକ ପଢ଼ନ୍ତୁ:-ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

ଜୀବନ ପ୍ରମାଣପତ୍ର ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି: ଜୀବନ ପ୍ରମାଣପତ୍ର ଦାଖଲ କରିବାର ଶେଷ ତାରିଖ ବର୍ତ୍ତମାନ ଫେବୃଆରୀ ୨୦୨୧ କରିଦିଆଯାଇଛି । ପୋଷ୍ଟମ୍ୟାନ୍ ମାଧ୍ୟମରେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଁ ସରକାର ଡୋର୍ ଷ୍ଟେପ୍ ସେବା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟ ନିକଟସ୍ଥ ଡାକଘରର ପୋଷ୍ଟମ୍ୟାନ୍ କିମ୍ବା ଗ୍ରାମିନ୍ ଡାକ ସେବାଙ୍କ ମାଧ୍ୟମରେ ସମ୍ପନ୍ନ ହୋଇପାରିବ । ପୋଷ୍ଟମେନମାନେ ପେନସନଭୋଗୀଙ୍କ ଘରେ ପହଞ୍ଚି ଅନଲାଇନରେ ପ୍ରମାଣପତ୍ର ଦାଖଲ କରିବେ । ଏହି ସେବାର ଲାଭ ଉଠାଇବାକୁ, କିଛି ଦେୟ ମଧ୍ୟ ଦେବାକୁ ପଡିବ ।