ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
Advertisement

ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର କିସ୍ତି ଶୀଘ୍ର ପ୍ରଦାନ କରାଯିବ । ବିଶେଷ କଥା ହେଉଛି ଜୁଲାଇ ୨୦୨୧ରୁ ଲାଗୁ ହେବାକୁ ଥିବା ଦରରେ ହିଁ ପୈଠ କରାଯିବ । କୋରୋନା ସଙ୍କଟ କାରଣରୁ ମହଙ୍ଗା ଭତ୍ତା (DA) ର କିସ୍ତି ଉପରେ ରୋକ ଲଗାଯାଇଥିଲା ।

ହୋଲି ପୂର୍ବରୁ ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: କୋରୋନା ସଙ୍କଟ (Coronavirus Crisis) ମଧ୍ୟରେ କେନ୍ଦ୍ର କର୍ମଚାରୀ (Central Govt Employees) ଙ୍କ ସମେତ କେତେକ ରାଜ୍ୟର ସରକାରୀ କର୍ମଚାରୀ (State Govt Employees) ଙ୍କ ପାଇଁ ରିହାତି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିଗୁଡ଼ିକ ସିଧାସଳଖ କର୍ମଚାରୀଙ୍କ ପକେଟକୁ ପ୍ରଭାବିତ କରୁଛି । ସର୍ବପ୍ରଥମେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଘୋଷଣା କରାଯାଇଛି ଏହାସହ ଡିଏର ଅବଶିଷ୍ଟ ୩ କିସ୍ତି ଶୀଘ୍ର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର (Central Govt) କହିଛି ।\

ଅଧିକ ପଢ଼ନ୍ତୁ:-ପ୍ରତିଦିନ ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର କିସ୍ତି ଶୀଘ୍ର ପ୍ରଦାନ କରାଯିବ । ବିଶେଷ କଥା ହେଉଛି ଜୁଲାଇ ୨୦୨୧ରୁ ଲାଗୁ ହେବାକୁ ଥିବା ଦରରେ ହିଁ ପୈଠ କରାଯିବ । କୋରୋନା ସଙ୍କଟ କାରଣରୁ ମହଙ୍ଗା ଭତ୍ତା (DA) ର କିସ୍ତି ଉପରେ ରୋକ ଲଗାଯାଇଥିଲା ।

ସେପଟେ ମଧ୍ୟପ୍ରଦେଶର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ସ୍କେଲ ହିସାବରେ ହୋଲି ପୂର୍ବରୁ ବକେୟାର ତୃତୀୟ କିସ୍ତିର ୭୫ ପ୍ରତିଶତ ରାଶି ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାର କର୍ମଚାରୀମାନଙ୍କୁ ସପ୍ତମ ବେତନ ସ୍କେଲର ବକେୟା ପ୍ରଦାନ କରୁଛନ୍ତି । ଏଥି ସହିତ ତ୍ରିପୁରା ସରକାର ଚଳିତ ବର୍ଷ ମାର୍ଚ୍ଚ ୧ରେ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାକୁ ଘୋଷଣା କରିଥିଲେ । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଡିଏ ୩ ପ୍ରତିଶତ ବୃଦ୍ଧି ପାଇଛି । ଏଥିପାଇଁ ତ୍ରିପୁରା ସରକାର ଅତିରିକ୍ତ ୩୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ଏପ୍ରିଲ ୧୦ରେ ଦେବାକୁ ଯାଉଛି ବହୁତ ବଡ଼ ଖୁସି ଖବର!

କେବଳ ଏତିକି ନୁହେଁ, ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ବେତନ ଆୟୋଗର ସୁପାରିଶ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ଘୋଷଣା କରାଯିବ । ଖୁବ୍ ଶୀଘ୍ର ସରକାରୀ କର୍ମଚାରୀଙ୍କ ପାଇଁ ଦରମା ସଂଶୋଧନ କରାଯିବ । ଏହା ସହିତ କର୍ମଚାରୀମାନେ ବେତନ ବୃଦ୍ଧି ପାଇବ ।