ଦେଢ଼ ବର୍ଷର ବକେୟା ମହଙ୍ଗା ଭତ୍ତାକୁ ନେଇ ଆସିଲା ସବୁଠାରୁ ବଡ଼ ଖବର, ମୋଦି ସରକାର ନେଲେ ଏହି ନିଷ୍ପତ୍ତି
Advertisement

ଦେଢ଼ ବର୍ଷର ବକେୟା ମହଙ୍ଗା ଭତ୍ତାକୁ ନେଇ ଆସିଲା ସବୁଠାରୁ ବଡ଼ ଖବର, ମୋଦି ସରକାର ନେଲେ ଏହି ନିଷ୍ପତ୍ତି

ସେ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୁଲାଇ ୧,୨୦୨୧ରୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ (DR) ର କିସ୍ତି ଜାରି କରିଦେଇଛନ୍ତି । 

ଦେଢ଼ ବର୍ଷର ବକେୟା ମହଙ୍ଗା ଭତ୍ତାକୁ ନେଇ ଆସିଲା ସବୁଠାରୁ ବଡ଼ ଖବର, ମୋଦି ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: 7th pay commission latest news in Odia: ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ଅଛି । ମହଙ୍ଗା ଭତ୍ତା ((Dearness Allowance, DA) ବୃଦ୍ଧି ପରେ ସାରା ଦେଶର ସରକାରୀ କର୍ମଚାରୀମାନେ ଆଶା କରୁଥିଲେ ଯେ ସେମାନେ ସେମାନଙ୍କର ମହଙ୍ଗା ଭତ୍ତାର ଦେଢ଼ ବର୍ଷର ବକେୟା (Arrear) ପାଇବେ । ତେବେ ଏହି ପ୍ରଶ୍ନ ଉପରେ ସରକାରଙ୍କର ଆଉ କିଛି କହିବାର ଅଛି । ସରକାର ରାଜସଭାରେ କହିଛନ୍ତି ଯେ ଜାନୁୟାରୀ ୨୦୨୦ରୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ କୌଣସି ବକେୟା ଅର୍ଥ ପ୍ରଦାନ କରାଯିବ ନାହିଁ । ଯଦି ଏହା ଘଟେ, ତେବେ କର୍ମଚାରୀଙ୍କ ପାଇଁ ଏକ ବଡ଼ କ୍ଷତି ହେବ ।

ଏହାର କାରଣ କ'ଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କହିଛନ୍ତି ଯେ କୋଭିଡ-19 କାରଣରୁ ସରକାରୀ ଆର୍ଥିକ ସମ୍ବଳ ଉପରେ ଚାପକୁ ହ୍ରାସ କରିବା ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ (DR) ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେ କହିଛନ୍ତି ଯେ କୋଭିଡ-19 ମହାମାରୀରୁ ସୃଷ୍ଟି ହୋଇଥିବା ସଙ୍କଟକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ଭାବ୍ୟ ଉପାୟରେ ସମ୍ବଳ ସଂଗ୍ରହ କରିବା ଆବଶ୍ୟକ ଥିଲା, ଯେଉଁଥିରେ ୦୧.୦୪.୨୦୨୦ରୁ ୩୧.୦୩.୨୦୨୧ ପର୍ଯ୍ୟନ୍ତ ୧୨ ମାସ ମଧ୍ୟରେ ସଂସଦର ସଦସ୍ୟଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାର ନିଷ୍ପତ୍ତି ମଧ୍ୟ ସାମିଲ ଥିଲା ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ସାଂସଦଙ୍କ ଦରମା ମଧ୍ୟ ହ୍ରାସ ପାଇଛି

ସୀତାରମଣ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀମାନଙ୍କର ଦରମା ସାଂସଦଙ୍କ ବେତନ, ଭତ୍ତା ଓ ପେନସନ ଅଧିନିୟମ, 1954 ର ଧାରା ୩ରେ ନିର୍ଦ୍ଦିଷ୍ଟ ସମାନ ହାରରେ ଅଛି । ସଂସଦର ସଦସ୍ୟମାନଙ୍କୁ ଦିଆଯାଉଥିବା ଦରମା ୩୦ ପ୍ରତିଶତ ହ୍ରାସ ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ଦରମା ମଧ୍ୟ ୩୦ ପ୍ରତିଶତ ହ୍ରାସ ପାଇଛି । ଅଧସ୍ତନ କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ବେତନ କିମ୍ବା ଡିଏ କଟାଯାଇ ନାହିଁ । ସେମାନଙ୍କୁ ଦରମା ଓ ଡିଏ ପୁରା ମିଳିଛି । କେବଳ DA ର ଅତିରିକ୍ତ ବୃଦ୍ଧିକୁ ୧.୦୧,୨୦୨୦ରୁ ୩୦.୦୬.୨୦୨୧ ପର୍ଯ୍ୟନ୍ତ ରୋକ ଲଗାଯାଇଥିଲା ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ କାମର ଖବର: ମହୁରେ ଏହି ଜିନିଷ ମିଶାଇ କରନ୍ତୁ ସେବନ, ଆପଣଙ୍କୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ...

ମହଙ୍ଗା ଭତ୍ତା କରାଯାଇଛି ବୃଦ୍ଧି 

ସେ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୁଲାଇ ୧,୨୦୨୧ରୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର କିସ୍ତି ଜାରି କରିଦେଇଛନ୍ତି । ଯାହା ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଓ ଜାନୁଆରୀ ୨୦୨୧ର ଦେୟ ଥିଲା । କେନ୍ଦ୍ର ସରକାରଙ୍କ କର୍ମଚାରୀ / ପେନସନଭୋଗୀମାନେ ଜୁଲାଇ ୨୦୨୧ରୁ ୨୮ ପ୍ରତିଶତ ହାରରେ DA ଓ  DR ପାଇବେ । ୧ ଜାନୁଆରୀ ୨୦୨୦ରୁ ୩୦ ଜୁନ ୨୦୨୧ ଅବଧି ପାଇଁ DA  ହାର  ୧୭ ପ୍ରତିଶତ ହିଁ ରହିବ ।

ଅଧିକ ପଢ଼ନ୍ତୁ:-ଏହି କର୍ମଚାରୀଙ୍କ ୧୦ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା, ସେପ୍ଟେମ୍ବରରେ ମିଳିବ ଡବଲ ଲାଭ

୩୪୪୦୨.୩୨ କୋଟି ଟଙ୍କାର ସଞ୍ଚୟ  

ଅର୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଓ ଜାନୁଆରୀ ୨୦୨୧ର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର ୩ଟି କିସ୍ତି ରୋକିବା କାରଣରୁ ୩୪୪୦୨.୩୨ କୋଟି ଟଙ୍କାର ସଞ୍ଚୟ ହୋଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୯୧ ସଂକ୍ରମିତ