ଖୁବ୍ ଶୀଘ୍ର ୫୦ ଲକ୍ଷ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ
Advertisement

ଖୁବ୍ ଶୀଘ୍ର ୫୦ ଲକ୍ଷ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ବର୍ତ୍ତମାନ କୋରୋନା ସଙ୍କଟ ଯୋଗୁଁ ସରକାର ଜୁନ୍ ୨୦୨୧ ଯାଏ ଭତ୍ତା ବୃଦ୍ଧିକୁ ରୋକି ଦେଇଛନ୍ତି । କର୍ମଚାରୀମାନଙ୍କୁ ପୂର୍ବ ହାରରେ ୧୭ ପ୍ରତିଶତ DA ଦିଆଯାଉଛି । 

ଖୁବ୍ ଶୀଘ୍ର ୫୦ ଲକ୍ଷ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ନୂଆଦିଲ୍ଲୀ: 7th pay commission: ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀମାନେ ଦରମା ବୃଦ୍ଧିକୁ ଅପେକ୍ଷା କରି ବସିଛନ୍ତି ।  ଅତି ଶୀଘ୍ର ସେମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ । କାରଣ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଉପରେ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆସନ୍ତା ବର୍ଷ ଜୁନ୍ ପରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ଜୁଲାଇରେ ଏହା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ମହଙ୍ଗା ଭତ୍ତା ୪ ପ୍ରତିଶତ ହାରରେ ବୃଦ୍ଧି କରାଯାଏ । ତେବେ ଏହା ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ (central govt employees) ଏବଂ ୬୧ ଲକ୍ଷ ପେନସନଭୋଗୀ (central govt Pensioners) ଙ୍କୁ ସିଧାସଳଖ ଲାଭ ହେବ ।

ଅଧିକ ପଢ଼ନ୍ତୁ:-ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ବର୍ତ୍ତମାନ କୋରୋନା ସଙ୍କଟ ଯୋଗୁଁ ସରକାର ଜୁନ୍ ୨୦୨୧ ଯାଏ ଭତ୍ତା ବୃଦ୍ଧିକୁ ରୋକି ଦେଇଛନ୍ତି । କର୍ମଚାରୀମାନଙ୍କୁ ପୂର୍ବ ହାରରେ ୧୭ ପ୍ରତିଶତ DA ଦିଆଯାଉଛି । ଏହାର ଅର୍ଥ ହେଉଛି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହି ହାର ୨୧ ପ୍ରତିଶତ ହେବ । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଚଳିତ ବର୍ଷ ବୃଦ୍ଧି ପାଇବ ନାହିଁ ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

ମାର୍ଚ୍ଚରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DAକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ ଏପ୍ରିଲରେ ସରକାର ମହାମାରୀ କଥା କହି ଜୁନ୍ ୨୦୨୧ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ଖବର ଆସିଥିଲା ​​ଯେ ସରକାର ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି କରି ଆଧାର ବର୍ଷ ୨୦୧୬ କରି ପାରନ୍ତି । ଏହା ସିଧାସଳଖ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରିବ, କାରଣ ସେମାନଙ୍କର ମହଙ୍ଗା ଭତ୍ତା CPI-IW ଗଣନାର ଆଧାର ଉପରେ ନିର୍ଭର କରୁଛି ।