ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
Advertisement

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଉପରେ ରିହାତି ପ୍ରଦାନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଲାଭାର୍ଥୀଙ୍କୁ ଡିଏର ସଂପୂର୍ଣ୍ଣ ଲାଭ ଜୁଲାଇ ୧ରୁ ମିଳିବ ।

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର କର୍ମଚାରୀ ଓ କିଛି ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ନିକଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିଗୁଡ଼ିକ କର୍ମଚାରୀଙ୍କ ପକେଟ ଉପରେ ପ୍ରଭାବ ପକାଉଛି । କେନ୍ଦ୍ରର ୫୦ ଲକ୍ଷରୁ ଅଧିକ କର୍ମଚାରୀ ବ୍ୟତୀତ ତ୍ରିପୁରା ଓ ତେଲେଙ୍ଗାନାର କର୍ମଚାରୀଙ୍କୁ ଲାଭ ମିଳୁଛି ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମ ଥର ପାଇଁ ଦେଶରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ସଂକ୍ରମିତ ଚିହ୍ନଟ

କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଉପରେ ରିହାତି ପ୍ରଦାନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଲାଭାର୍ଥୀଙ୍କୁ ଡିଏର ସଂପୂର୍ଣ୍ଣ ଲାଭ ଜୁଲାଇ ୧ରୁ ମିଳିବ । DA ର ବିଚାରାଧୀନ ତିନୋଟି କିସ୍ତିର ଦେୟ ଚଳିତ ବର୍ଷ ଜୁଲାଇ ୧ରୁ ଆରମ୍ଭ ହେବ । କୋରୋନା ସଙ୍କଟ କାରଣରୁ ଗତ ବର୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଲଗାଯାଇଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ସ୍କୁଲ-କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ବିହାର, ଦିଲ୍ଲୀ, ୟୁପି ସମେତ ଏହି ସବୁ ରାଜ୍ୟ

ଏଥି ସହିତ ସରକାରୀ କର୍ମଚାରୀମାନେ ଜାତୀୟ ପେନସନ୍ ସିଷ୍ଟମକୁ ଛାଡ଼ି ମେ ୩୧ ପର୍ଯ୍ୟନ୍ତ ପୁରୁଣା ପେନଲନ୍ ସ୍କିମର ଲାଭ ଉଠାଇ ପାରିବେ । ପେନସନ୍‌ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ:-ଆହୁରି କମିବ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଦାମ! ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏହି ବଡ଼ ବୟାନ...

ଏଥି ସହିତ କେନ୍ଦ୍ର ଫ୍ୟାମିଲି ପେନସନ୍‌ ସୀମାକୁ ୪୫ ହଜାରରୁ ୧.୨୫ ଲକ୍ଷକୁ ବୃଦ୍ଧି କରିଛି । ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ମୃତ ସରକାରୀ କର୍ମଚାରୀ / ପେନସନଭୋଗୀଙ୍କ ସେହି ଶିଶୁ / ଭାଇଭଉଣୀଙ୍କ ପେନସନକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ।