ରାସ୍ତରେ ଓଲଟିପଡ଼ିଲା ଖାଇବା ତେଲ ଟ୍ୟାଙ୍କର; ନେବାକୁ ମାଡ଼ି ଆସିଲେ ଲୋକେ
Advertisement
Article Detail0/zeeodisha/odisha1192955

ରାସ୍ତରେ ଓଲଟିପଡ଼ିଲା ଖାଇବା ତେଲ ଟ୍ୟାଙ୍କର; ନେବାକୁ ମାଡ଼ି ଆସିଲେ ଲୋକେ

ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡି଼ଆ ଜରିଆରେ ଭାଇରାଲ ହେବାରେ ଲାଗିଛି।

ରାସ୍ତରେ ଓଲଟିପଡ଼ିଲା ଖାଇବା ତେଲ ଟ୍ୟାଙ୍କର; ନେବାକୁ ମାଡ଼ି ଆସିଲେ ଲୋକେ

Cooking Oil Tanker Overturned on Highway: ମହାରାଷ୍ଟ୍ର ପାଲଘର ଜିଲ୍ଲା ନିକଟସ୍ଥ ତୱା ଗ୍ରାମସ୍ଥିତ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଓଲଟି ପଡ଼ିଛି ଖାଇବା ତେଲ ଟ୍ୟାଙ୍କର। ଏହି ଦୁର୍ଘଟଣା ସେଠାରେ  ଯାତାୟତ ପ୍ରଭାବିତ ହୋଇଛି। ଏନେଇ କୁହାଯାଉଛି ଯେ ଏହି ଟ୍ୟାଙ୍କର ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲା। ଯେଉଁ କାରଣରୁ ଏହା ମୁଖ୍ୟ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣା ହେତୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।

ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡି଼ଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଲୋକଙ୍କୁ ତୈଳ ଟ୍ୟାଙ୍କର ଓଲଟି ପଡ଼ିବା ଖବର ମିଳିଥିଲା ସେତେବଳେ ସେମାନେ ଶହ ଶଙ ସଂଖ୍ୟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ଲୋକ ଦର୍ଶକ ଭାବେ ପୁରା ଘଟଣାକୁ ଦେଖିବାରେ ଲାଗି ଥିବା ବେଳେ ବାକି ଲୋକ ସେମାନେ ଆଣିଥିବା ହାଣ୍ଡିରେ ତେଲ ଭର୍ତ୍ତି କରୁଥିବାର ଦେଖାଯାଇଥିଲା। ରାଜପଥରେ ତେଲ ବ୍ୟାପିଯିବା ପରେ ଲୋକେ ଏହାକୁ ନେଇଯିବାରେ ଲାଗି ପଡି଼ଥିଲେ। ଗୁଜୁରାଟ ଠାରୁ ମୁମ୍ବାଇ ଯାଉଥିବା ଏହି ତୈଳ ଟ୍ୟାଙ୍କର ଓଲଟି ପଡ଼ିବାରୁ ଏହି ଦୁର୍ଘଟଣାରେ ଏହି ଗାଡି଼ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

Also Read: ଡିଜେଲ ଟ୍ୟାଙ୍କର ସହ ପିଟିହେଲା କାଠ ବୋଝେଇ ଟ୍ରକ୍; ୯ ମୃତ

ଟ୍ୟାଙ୍କର ଓଲଟି ପଡ଼ିବା ମାତ୍ରେ ଏଥିରେ ଭର୍ତ୍ତି ହୋଇଥିବା ହଜାର ହଜାର ଲିଟର ସୋରିଷ ତେଲ ରାସ୍ତାରେ ପ୍ରବାହିତ ହେବାକୁ ଲାଗିଲା। ଯାହା ଖୁବ୍ ଶୀଘ୍ର ତେଲ ନଦୀ ପରିଣତ ହୋଇଥିଲା। ଲୋକେ ଏହା ଜାଣିବା ମାତ୍ରେ ସେମାନେ ବାସନ, କ୍ୟାଣ୍ଟର ଏବଂ ବୋତଲ ସହିତ ଟ୍ୟାଙ୍କର୍ ଆଡକୁ ଦୌଡ଼ିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଯଥାସମ୍ଭବ ତେଲ ନେଇଯିବାରେ  ଲାଗିଥିଲେ। ଲୁଟ ପରିସ୍ଥିତି ଏପରି ଥିଲା ଯେ ଯେଉଁମାନେ ଟ୍ୟାଙ୍କର ପାଖକୁ ଯାଇପାରି ନଥିଲେ ସେମାନେ ରାସ୍ତାରେ ଖାଲରେ ତେଲକୁ ନେଇଯିବାରେ ଲାଗିଥିଲେ।