ଏପ୍ରିଲ ୧ ପୂର୍ବରୁ ଏହି ୮ଟି ବ୍ୟାଙ୍କର ଗ୍ରାହକ ହୋଇଯାଆନ୍ତୁ ସାବଧାନ !
Advertisement
Article Detail0/zeeodisha/odisha873224

ଏପ୍ରିଲ ୧ ପୂର୍ବରୁ ଏହି ୮ଟି ବ୍ୟାଙ୍କର ଗ୍ରାହକ ହୋଇଯାଆନ୍ତୁ ସାବଧାନ !

ଆପଣଙ୍କ ଟଙ୍କା କାରବାର କରିବା କଷ୍ଟକର ହୋଇପାରେ, କାରଣ ଆପଣଙ୍କ ବ୍ୟାଙ୍କ ଚେକବୁକ୍ କେବଳ ଖାଲି କାଗଜ ଖଣ୍ଡ ହେବ, ନା ଟଙ୍କା ଉଠା ଯାଇପାରିବ ନା ସେଥିରେ ଚଙ୍କା ଜମା ହୋଇପାରିବ।

ଏପ୍ରିଲ ୧ ପୂର୍ବରୁ ଏହି ୮ଟି ବ୍ୟାଙ୍କର ଗ୍ରାହକ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ ଏହି ୮ ଟି ସରକାରୀ ବ୍ୟାଙ୍କରେ ଅଛି ଯାହା ଅନ୍ୟ ସରକାରୀ ବ୍ୟାଙ୍କ ସହିତ ମିଶ୍ରିତ ହୋଇଛି, ତେବେ ତୁରନ୍ତ ସତର୍କ ରୁହନ୍ତୁ । କାରଣ ଏପ୍ରିଲ୍ ୧, ୨୦୨୧ ଠାରୁ, ଏହି ଆଠଟି ବ୍ୟାଙ୍କର ଗ୍ରାହକଙ୍କ ପୁରୁଣା ଚେକ୍ ବୁକ୍, ପାସବୁକ୍ ଏବଂ IFSC କୋଡ୍ ଅବୈଧ ହୋଇଯିବ । ଅର୍ଥାତ୍ ଆପଣଙ୍କ ଟଙ୍କା କାରବାର କରିବା କଷ୍ଟକର ହୋଇପାରେ, କାରଣ ଆପଣଙ୍କ ବ୍ୟାଙ୍କ ଚେକବୁକ୍ କେବଳ ଖାଲି କାଗଜ ଖଣ୍ଡ ହେବ, ନା ଟଙ୍କା ଉଠା ଯାଇପାରିବ ନା ସେଥିରେ ଚଙ୍କା ଜମା ହୋଇପାରିବ।

ଯଦି ଆପଣଙ୍କର ଆକାଉଣ୍ଟ ଏହି ୮ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଅଛି, ତେବେ ଯଥାଶୀଘ୍ର ଏହି କାର୍ଯ୍ୟକୁ ତୁରନ୍ତ ସମାଧାନ କରିନିଅନ୍ତୁ । କାରଣ କେବଳ ଆଜି ଏବଂ ସୋମବାର ଦିନ ବ୍ୟାଙ୍କ (Bank) ଗୁଡିକ କାର୍ଯ୍ୟ କରିବ । ଏହା ପରେ ରଙ୍ଗର ପର୍ବ ହୋଲିର ଛୁଟି ଆରମ୍ଭ ହେବ । ଯଦି କିଛି କାମ ଶେଷ ହୋଇନି ତେବେ ତୁରନ୍ତ ଆଜି ହିଁ ଆପଣଙ୍କର ବ୍ୟାଙ୍କ ଶାଖାକୁ ଯାଆନ୍ତୁ ଏବଂ ନୂଆ ଚେକବୁକ୍ (Cheque book)  ପାଇଁ ଆବେଦନ କରନ୍ତୁ । ଯଦି ଆପଣ ଏବେ ଏକ ଚେକ୍ ବୁକ୍ ପାଇଁ ଆବେଦନ କରୁଛନ୍ତି, ତେବେ ଆପଣ ୮ ରୁ ୧୦ ଦିନ ମଧ୍ୟରେ ଏକ ନୂଆ ଚେକ୍ ବୁକ୍ ପାଇ ପାରିବେ ।

Also Read: ଆସନ୍ତାକାଲି ଠାରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା

ଏଠାରେ କହିରଖୁଛୁ ଯେ,  ସରକାର ଏହି ୮ ଟି ବ୍ୟାଙ୍କର ମିଶ୍ରଣ କରିଛନ୍ତି ।

1. ଦେନା ବ୍ୟାଙ୍କ (Dena Bank) ଏବଂ ବିଜୟା ବ୍ୟାଙ୍କ (Vijaya Bank) କୁ ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରଣ କରାଯାଇଥିଲା । ଏହା ୧ ଏପ୍ରିଲ ୨୦୧୯ ଠାରୁ କାର୍ଯ୍ୟକାରୀ କରାଯାଉଛି ।

2. ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ (Oriental Bank of Commerce) ଏବଂ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ମିଶ୍ରିତ ହୋଇଛି।

3. ସିଣ୍ଡିକେଟ୍ ବ୍ୟାଙ୍କ  (Syndicate Bank) କୁ କାନାରା ବ୍ୟାଙ୍କ (Canara Bank) ସହ ମିଶ୍ରଣ କରାଯାଇଛି । 

4. ଆନ୍ଧ୍ର ବ୍ୟାଙ୍କ (Andhra Bank) ଏବଂ କର୍ପୋରେସନ୍ ବ୍ୟାଙ୍କ (Corporation Bank) ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (Union Bank of India) ସହ ମିଶ୍ରଣ ହୋଇଛି।

5. ଆହ୍ଲାବାଦ ବ୍ୟାଙ୍କ ((Allahabad Bank)) କୁ ଇଣ୍ଡିଆନ ବ୍ୟାଙ୍କ (Indian Bank) ସହିତ ମିଶ୍ରଣ କରାଯାଇଛି। 

ଏହି ବ୍ୟାଙ୍କଗୁଡିକର ଗ୍ରାହକମାନଙ୍କୁ କୌଣସି ବି ପରିସ୍ଥିତିରେ ୧ ଏପ୍ରିଲ ୨0୨୧ ରୁ ଏକ ନୂତନ ଚେକ୍ ବୁକ୍ ନେବାକୁ ପଡିବ । ତେବେ ସିଣ୍ଡିକେଟ୍ ଏବଂ କାନାରା ବ୍ୟାଙ୍କ ଗ୍ରାହକଙ୍କ କ୍ଷେତ୍ରରେ କିଛିଟା ଆଶ୍ୱସ୍ତି ମିଳିଛି। ସିଣ୍ଡିକେଟ୍ ବ୍ୟାଙ୍କର ଚେକ୍ ବୁକ୍ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୈଧ ଅଛି ।