ଆମେରିକା ସେନାର ଅପରେସନରେ ଆଇଏସଆଇଏସ ମୁଖ୍ୟ ଅବୁ ବକର ବାଗଦାଦି ନିହତ ପରେ ଅବୁ ବକର ଇବ୍ରାହିମ୍ ଅଲ କୁରେସୀ କମାଣ ସମ୍ଭାଳିଛି ।
Trending Photos
ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଆମେରିକା ସେନା ଅପରେସନରେ ଯିବ ଽ ହେଲେ ସେମିତି ହେଲାନାହିଁ ଽ ଫରେନ୍ ଅଫେୟାର୍ସ ପତ୍ରିକାରେ ପ୍ରକାଶ ପାଇଥିବା ଏକ ଖବରରୁ ଜଣାପଡ଼ିଛି ଅବୁ ବକର ବାଗଦାଦିର ମୃତ୍ୟୁ ପରେ ଆଇଏସଆଇଏସ କେତେକ ମାତ୍ରାରେ ଦୁର୍ବଳ ହୋଇଯାଇଛି । ହେଲେ ତାର ସମୂଳେ ଧ୍ୱସଂ ହୋଇନାହିଁ । ମାର୍ଚ୍ଚ ୨୦୧୯ରେ ଆଇଏସଆଇଏସକୁ ବଡ଼ ଝଟକା ଲାଗିଥିଲା । ଯେବେ ଆମେରିକା ସମର୍ଥିତ କୁର୍ଦ ଏବଂ ଆରବ ସେନା ପୂରା ସିରିଆର ବାଗୁଜ ସହରରେ ଆଇଏସଆଇଏସ ଶେଷ ଗଡ଼କୁ କବଜା କରିନେଇଥିଲେ । ଏହାସହ ମାସକ ପରେ ଆମେରିକା ସେନାର ଏକ ସଙ୍ଗେ ସଂଘର୍ଷରେ ଅଲ-ବାଗଦାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା ।
ଲାଡେନ୍ ଓ ଜୱାହାରୀଠୁ ବି ବେଶୀ ଭୟଙ୍କର ଆଉ ମୁଣ୍ଡ କାଟିବାରେ ମାହିର ଥିଲା ବାଗଦାଦି । ଅବୁ ବକର ଅଲ ବାଗଦାଦି ୨୦୧୦ ମେ’ ୧୬ରେ ISIS ମୁଖ୍ୟ ହେବା ପରେ ମାତ୍ର ୪ ବର୍ଷ ମଧ୍ୟରେ ବନିଯାଇଥିଲା ବିଶ୍ୱର ସବୁଠୁ ଖୁଁଖାର ଆତଙ୍କୀ ଆଉ ତାର ବର୍ବରତାରେ ସାରା ବିଶ୍ୱ ଥରହର ହେଉଥିଲା । କେତେବେଳେ ଗଳାକାଟି ହତ୍ୟା ତ କେତେବେଳେ ପିଞ୍ଜରା ଭିତରେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଉଥିଲା । ତାର ଲକ୍ଷ୍ୟ ଥିଲା ଇରାକ ଏବଂ ସରିୟା ସହ ସାଇପ୍ରସ, ଜୋଡାନ, ତୁର୍କୀ, ଲେବାନାନ, ପାଲେଷ୍ଟାଇନ୍, ଇଜରାୟଲକୁ ମିଶାଇ ଇସଲାମିକ୍ ଷ୍ଟେଟ୍ ପ୍ରତିଷ୍ଠା କରିବା । ବାଗଦାଦି ହେଉଛି ବିଶ୍ୱର ସବୁଠୁ ଧନୀ ଆତଙ୍କୀ ସଂଗଠନର ମୁଖ୍ୟ । ଆଇଏସଆଇଏସ ସଂଗଠନର କାରବାର ୨ ଟ୍ରିଲିୟନ ଡଲାରରୁ ଅଧିକ । ବାର୍ଷିକ ଆୟ ୨.୯ ବିଲିୟନ ଡଲାର । ମୂଳ ଆୟ କ୍ରୁଡ ଅଏଲ ।
ଫରେନ୍ସ ଆଫୟର୍ସ ପତ୍ରିକାର ସୂଚନା ଅନୁସାରେ ନଭେମ୍ୱର ମାସରେ ୟୁଏଇ ନ୍ୟାସନାଲ କାଉଣ୍ଟଟର ଟେରରିଜିମ୍(NCT) ସେଣ୍ଟର କାର୍ଯ୍ୟବାହାକ ନିର୍ଦ୍ଦେଶକ ରସେଲ ଟ୍ରେବର୍ସ କଂଗ୍ରେସକୁ ସୂଚନା ଦେଇଛନ୍ତି ଗତ ବର୍ଷରେ ଆଇଏସଆଇଏସ ଅନେକ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆକ୍ରମଣ ଏବଂ ପ୍ରଚାର ଅଭିଯାନ ବହୁତ ଭଲ ସଂଗଠିତ ଏବଂ ସାବଧାନ ତରିକାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଯାହା ଆଇଏସଆଇଏସର ବୃଦ୍ଧି ପାଇଥିବା ସଂଯୋଗୀକରଣକୁ ସଙ୍କେତ ଦେଉଛି । ସେ କହିଛନ୍ତି ସଂଗଠନ ମଜବୁତ ରହିଛି ଏବଂ କିଛି କ୍ଷେତ୍ରରେ ବିସ୍ତାର କରୁଛି ଆଇଏସଆଇଏସ । ହେଲେ ଆଇଏସଆଇଏସ ନୂଆ ମୁଖିଆର ବ୍ୟାକଗ୍ରାଉଣ୍ଡ ବିଷୟରେ କାହାକୁ ଜଣାନାହିଁ । ଏବଂ ଆଇଏସଆଇଏସକୁ ସଂଗଠିତ କରିବାକୁ ସେ ପୁରାପୁରୀ ଲାଗିପଡ଼ିଛି । ସେଥିରେ ଅବୁ ଇବ୍ରାହିମ୍ ଅଲ୍ କୁରେସୀକୁ କେତେ ମାତ୍ରାରେ ସଫଳତା ମିଳିଥିବା ସୂଚନା ମୁଳୁଛି ।