India ପରେ Afghan Army ଆକ୍ରମଣରେ ଥରହର Pakistan Terrorist
Advertisement
Article Detail0/zeeodisha/odisha961287

India ପରେ Afghan Army ଆକ୍ରମଣରେ ଥରହର Pakistan Terrorist

ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାରଙ୍କ ଗୁଇନ୍ଦା ବିଭାଗ ଏବଂ ସେନାବାହିନୀ ଦ୍ୱାରା ପ୍ରଶିକ୍ଷଣ ଦିଆଯିବା ସହ ଆଫଗାନ ସେନା ବିରୁଦ୍ଧରେ ଯୁଦ୍ଧ ଲଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। 

India ପରେ Afghan Army ଆକ୍ରମଣରେ ଥରହର Pakistan Terrorist

ନୂଆଦିଲ୍ଲୀ/କାବୁଲ: ଭାରତ ପରେ ଏବେ ଆଫଗାନିସ୍ତାନ ସୈନିକଙ୍କ ପ୍ରହାରରେ ଥରହର ହୋଇଉଠିଲେଣି ପାକିସ୍ତାନୀ ଆତଙ୍କବାଦୀ। ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧ ଲଢୁଥିବା ଆଫଗାନିସ୍ତାନ ସୈନିକଙ୍କ ଜୋରଦାର ଆକ୍ରମଣ ଫଳରେ  ନିଜ ଅଧିକୃତ ଅଞ୍ଚଳକୁ ଆତ୍ମଗୋପନ କରୁଛନ୍ତି ତାଲିବାନ ଆତଙ୍କବାଦୀ।    

ସମଗ୍ର କାଶ୍ମୀର ଘାଟିକୁ ଆତଙ୍କବାଦ ମୁକ୍ତ କରିବାକୁ ଯାଇ ବିଗତ କିଛି ବର୍ଷ ଧରି ସେଠାରେ ଲଗାତାର ଭାବେ ଆତଙ୍କୀ ଦମନ ଅଭିଯାନ ଜାରି ରଖିଛି ଭାରତୀୟ ସେନା। ଯାହାର ଫଳ ସ୍ୱରୂପ ଘାଟିରେ ଆତଙ୍କୀ ହମଲା ଭଳି ଘଟଣା ହ୍ରାସ ପାଇବା ସହ ପାକିସ୍ତାନୀ ଅନୁପ୍ରବେଶ କମିବାରେ ଲାଗିଛି। ସେନା କାର୍ଯ୍ୟାନୁଷ୍ଠାନରେ ଶତାଧିକ ପାକିସ୍ତାନ ଆତଙ୍କବାଦୀ ନିପାତ ହୋଇସାରିଛନ୍ତି।

Also Read: War Against Terrorism: Iraq ପରେ Afghan ମୈଦାନରେ ଲଢିବ USA

ଭାରତ ପରେ ଏବେ ଆଫଗାନିସ୍ତାନ ମୁହାଁ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି ଆଫଗାନ ସେନାବାହିନୀ। ଆଫଗାନ ସୈନିକଙ୍କ ଆକ୍ରମଣରେ ପ୍ରାୟ ୩୦ ଜଣ  ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ପ୍ରାଣ ହରାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।  

ଆଫଗାନ ସେନା ବିରୁଦ୍ଧରେ ତାଲିବାନ ସପକ୍ଷରେ ଯୁଦ୍ଧ ଲଢିବା ପାଇଁ ଆଫଗାନ ମାଟିରେ ପହଞ୍ଚି ସାରିଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ଯାହାର ପ୍ରମାଣ ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିସାରିଛି। ଗତ ଶନିବାର ଜଣେ ଆତଙ୍କବାଦୀକୁ  ଆତଙ୍କୀ ଦମନ ଅଭିଯାନ ସମୟରେ ଗିରଫ କରିନେଇଥିଲେ ଆଫଗାନ ସୈନ୍ୟ। ଗିରଫ ହୋଇଥିବା ଏହି ଆତଙ୍କବାଦୀ ନିକଟରୁ ପାକିସ୍ତାନୀ ପରିଚୟ ପତ୍ର ଜବତ କରାଯାଇଥିଲା। 

ଆଫଗାନ ସେନା ବିରୁଦ୍ଧରେ ଲଢିବା ପାଇଁ ତାଲିବାନ ସଙ୍ଗଠନକୁ ପାକିସ୍ତାନ ସରକାର ସହଯୋଗ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଆଫଗାନିସ୍ତାନ ସରକାର। ଗତ କିଛି ଦିନ ତଳେ ଆଫଗାନ ରାଷ୍ଟ୍ରପତି ଅସରଫ ଘନି ଅଭିଯୋଗ କରି କହିଥିଲେ ପାକିସ୍ତାନ ସରକାରଙ୍କ ସହଯୋଗରେ ପ୍ରାୟ ୧୦-୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନ ମାଟିରେ ପହଞ୍ଚିବା ପରେ ତାଲିବାନ ସପକ୍ଷରେ ଦେଶର ସୈନ୍ୟ ବିରୁଦ୍ଧରେ ଯୁଦ୍ଧ ଲଢୁଛନ୍ତି। 

ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାରଙ୍କ ଗୁଇନ୍ଦା ବିଭାଗ ଏବଂ ସେନାବାହିନୀ ଦ୍ୱାରା ପ୍ରଶିକ୍ଷଣ ଦିଆଯିବା ସହ ଆଫଗାନ ସେନା ବିରୁଦ୍ଧରେ ଯୁଦ୍ଧ ଲଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମର୍ଥନ ଜଣାଇ ଏବେ ସେହି ରାସ୍ତାରେ ଚାଲିବା ଆରମ୍ଭ କରିସାରିଛନ୍ତି ଆଫଗାନ ରାଷ୍ଟ୍ରପତି ଘନି।  ଆତଙ୍କବାଦୀ ସଙ୍ଗଠନକୁ ସହଯୋଗ କରିବା ନେଇ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲ ଆଫଗାନ ସରକାର।    

Also Read: US ବିମାନ ଆକ୍ରମଣରେ ଥରହର Afghan; ମାଟିରେ ମିଶିଗଲା Taliban Terror Camp

କେବଳ ସେନା ବାହିନୀ ନୁହେଁ ତାଲିବାନ ସପକ୍ଷରେ ପାକିସ୍ତାନୀ ଆତଙ୍କବାଦୀ ଯୁଦ୍ଧ ଲଢୁଥିବା ନେଇ ପ୍ରମାଣ ପାଇସାରିଛି ଆଫଗାନ ସରକାରଙ୍କ ଗୁଇନ୍ଦା ବିଭାଗ। ଦେଶକୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଇବାକୁ ଯାଇ ଆଫଗାନ ସେନା-ଗୁଇନ୍ଦା ବିଭାଗ ଆମେରିକା ସହାୟତାରେ ଆତଙ୍କବାଦୀ ଦମନ ଅଭିଯାନ ଜାରି ରଖିଛି।