War Against Terrorism: Iraq ପରେ Afghan ମୈଦାନରେ ଲଢିବ USA
Advertisement
Article Detail0/zeeodisha/odisha961215

War Against Terrorism: Iraq ପରେ Afghan ମୈଦାନରେ ଲଢିବ USA

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏଣିକି ଆମେରିକା ସେନା ଇରାକ ମାଟିରେ ଆତଙ୍କବାଦୀ ବିରୁଦ୍ଧରେ ସମ୍ମୁଖ ଯୁଦ୍ଧ ଲଢିବ ନାହିଁ। 

ପ୍ରତୀକାତ୍ମକ ଫଟୋ

ୱାଶିଂଟନ: ଆତଙ୍କବାଦ ବିରୋଧି ଲଢେଇ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଇବା ସହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ତାଲିବାନ ବିରୋଧି ଲଢେଇ ଲଢୁଥିବା ଆଫଗାନିସ୍ତାନ ସେନାକୁ ସହଯୋଗ କରିବା ପାଇଁ ଘୋଷଣା କରିଛି ବାଇଡେନ ପ୍ରଶାସନ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏବେ ଆଫଗାନିସ୍ତାନ ମାଟିରେ ଚାଲିଥିବା ଆତଙ୍କବାଦ ବିରୋଧି ଲଢେଇରେ ଅଂଶଗ୍ରହଣ କରିବ ଆମେରିକା। 

ଦିନକୁ ଦିନ ଆଫଗାନିସ୍ତାନ ମାଟିରେ ତାଲିବାନ ଆତଙ୍କୀ ସଙ୍ଗଠନର ପ୍ରଭାବ ବୃଦ୍ଧି ପାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ସ୍ଥିତି ବାବଦରେ ଅବଗତ ହେବା ପରେ ଏବେ ସତର୍କ ହୋଇଉଠିଛି ବାଇଡେନ ପ୍ରଶାସନ। ଆତଙ୍କବାଦ ବିରୋଧି ଲଢେଇରେ ବି-୫୨ ବୋମାବର୍ଷୀ ବିମାନ ଏବଂ ସ୍ପେକ୍ଟର ଗନସିପ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ଯାହା ଦ୍ୱାରା ଆଫଗାନ ସେନାକୁ ସହଯୋଗ ମିଳିପାରିବ।

Also Read: Taliban Rocket ଆକ୍ରମଣରେ ଥରହର Kandahar Airport; ବାତିଲ ହୋଇଗଲା ଉଡା଼ଣ

ତାଲିବାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ବି-୫୨ ବୋମାବର୍ଷୀ ବିମାନରୁ ସିଧାସଳଖ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ। ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଏସି-୧୩୦ ସ୍ପେକ୍ଟର ଗନସିପ୍ ରହିଛି। ଏହି ଗନସିପ୍ ୨୫ ମିମି ଗେଟଲିଙ୍ଗ୍ ତୋପ, ୪୦ ମିମି ବୋଫର୍ସ ତୋପ, ୧୦୫ ମିମି ଏମ ୧୦୨ ତୋପ ସହ ସଂଯୁକ୍ତ ହୋଇଛି। ଯାହା ଦ୍ୱାରା ଆକାଶ ମାର୍ଗରୁ ସ୍ଥଳ ଭାଗରେ ଥିବା ଶତ୍ରୁ ପକ୍ଷ ଉପରେ ଜୋରଦାର ବିମାନ ଆକ୍ରମଣ କରାଯାଇପାରିବ।       

ତାଲିବାନ ବିରୋଧି ଲଢେଇରେ ଆଫଗାନ ସେନାକୁ ସହଯୋଗ କରିବ ପାଇଁ ଆମେରିକା ରାଷ୍ଟ୍ରପତି ଘୋଷଣା କରିବା ପୂର୍ବରୁ ଇରାକ ଠାରେ ଚାଲିଥିବା ଆତଙ୍କବାଦ ବିରୋଧି ଲଢେଇ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ବାଇଡେନ  ପ୍ରଶାସନ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଇରାକ ମାଟିରେ ଚାଲିଥିବା ଆତଙ୍କବାଦ ଦମନ ଅଭିଯାନକୁ ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦ କରିବା ପାଇଁ ଘୋଷଣା କରିଛି ଆମେରିକା ସେନା। ଗତ ସପ୍ତାହରେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ କାଜମୀଙ୍କୁ ରାଷ୍ଟ୍ରପତି ବାଇଡେନ ଭେଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

Also Read: US ବିମାନ ଆକ୍ରମଣରେ ଥରହର Afghan; ମାଟିରେ ମିଶିଗଲା Taliban Terror Camp

ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟରେ ହୋଇଥିବା ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଇରାକ ଠାରେ ଚାଲିଥିବା ଆତଙ୍କୀବାଦ ବିରୋଧି ଲଢେଇରେ ଆମେରିକା ସେନା ଏକ ସାମରିକ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା। ହେଲେ ସଦ୍ୟ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଇଏସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢିବା ପାଇଁ ଇରାକ ସେନାବାହିନୀକୁ ଯୁଦ୍ଧ ପ୍ରଶିକ୍ଷଣ ସହ ଆବଶ୍ୟକୀୟ ସହାଯ୍ୟ ସହଯୋଗ ଯୋଗାଇବା ଜାରି ରଖିବ ଆମେରିକୀୟ ସୈନ୍ୟବାହିନୀ।        

ଆମେରିକା ସେନା ସହଯୋଗରେ ଇରାକ ସୈନ୍ୟବାହିନୀ ଆତଙ୍କବାଦୀ ବିରୋଧି ଲଢେଇରେ ଜବରଦସ୍ତ ସଫଳତା ହାସଲ କରିଛି। ସେମାନଙ୍କର ଏହି କାର୍ଯ୍ୟ ଦର୍ଶାଉଛି ଯେ ନିଜ ଦେଶକୁ ଆତଙ୍କବାଦୀ କବଳରୁ ରକ୍ଷା କରିବା ପାଇଁ  ସକ୍ଷମ ଇରାକ ସୈନ୍ୟ। କାରଣ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ହୋଇଥିବା ଲଢେଇ ପରେ ଆଇଏସ ଆତଙ୍କୀ ସଙ୍ଗଠନ ସେତେ ମାତ୍ରାରେ ସକ୍ରିୟ ରହିନାହିଁ। ହେଲେ ଯଦିଓ ସମୟ ସମୟରେ ସ୍ଥିତି ଜାହିର କରିବା ଛୋଟ ବଡ ଧରଣର ଆକ୍ରମଣ କରୁଛନ୍ତି ଆଇଏସ ଆତଙ୍କବାଦୀ। 

Also Read: ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ

ଗତ ସପ୍ତାହରେ ହୋଇଥିବା ସାକ୍ଷାତକାର ପୂର୍ବରୁ ଗତ ଏପ୍ରିଲ ମାସରେ ରାଷ୍ଟ୍ରପତି ବାଇଡେନକୁ ଭେଟିବା ଲାଗି ଆମେରିକା ଗସ୍ତ କରିଥିଲେ ଇରାକ ପ୍ରଧାନମନ୍ତ୍ରୀ କାଜମୀ। ଏହି ଗସ୍ତ ଅବସରରେ ଆତଙ୍କବାଦ ବିରୋଧି ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ। 

ଏନେଇ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏଣିକି ଆମେରିକା ସେନା ଇରାକ ମାଟିରେ ଆତଙ୍କବାଦୀ ବିରୁଦ୍ଧରେ ସମ୍ମୁଖ ଯୁଦ୍ଧ ଲଢିବ ନାହିଁ। ଆତଙ୍କବାଦୀଙ୍କ ସହ ଲଢିବା ଲାଗି ଇରାକ ସେନାବାହିନୀକୁ ଯୁଦ୍ଧ ପ୍ରଶିକ୍ଷଣ ସହ ଆବଶ୍ୟକୀୟ ସହାଯ୍ୟ ସହଯୋଗ ଯୋଗାଇବା ଜାରି ରଖିବ ଆମେରିକା। ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନଙ୍କ ପୂର୍ବରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରମୁଖ୍ୟ ଡୋନାଲ୍ଡ ଟ୍ରମ୍ପ କ୍ଷମତାରେ ରହିଥିବା ସମୟରେ ଘୋଷଣା କରି କହିଥିଲେ ଇରାକ ଠାରେ ନିୟୋଜିତ ହୋଇଥିବା ଆମେରିକୀୟ ସୈନିକଙ୍କୁ ସ୍ୱଦେଶ ଫେରାଇ ନିଆଯିବ। 

Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Command

ବର୍ତ୍ତମାନ ପର୍ଯ୍ୟନ୍ତ ଇରାକ ମାଟିରେ ପ୍ରାୟ ୨୫୦୦ ଆମେରିକୀୟ ସୈନିକ ନିୟୋଜିତ ଅଛନ୍ତି। ଗତ ୨୦୦୧ ମସିହାରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନ ମାଟିରେ ଆତଙ୍କବାଦ ବିରୋଧି ଲଢେଇ ଆରମ୍ଭ କରିଥିଲା ଆମେରିକା।