ଆଫଗାନିସ୍ତାନ ଠାରେ ଫସି ରହିଥିବା ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସେଠାକୁ ଏକ ବିମାନ ପଠାଇଥିଲେ ୟୁକ୍ରେନ ସରକାର।
Trending Photos
କାବୁଲ: ତାଲିବାନ କବଳକୁ ଆଫଗାନିସ୍ତାନ ଚାଲିଯିବା ପରେ ଆଫଗାନ ତଥା ବିଦେଶୀ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ବିପର୍ଯ୍ୟସ୍ଥ ହୋଇପଡିଛି଼। ସେଠାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଜାରି ରହିଛି ଉଦ୍ଧାର ଅଭିଯାନ। ଉଦ୍ଧାର କରିବାକୁ ଆସିବାକୁ ଥିବା ଏକ ବିମାନକୁ ଅପହରଣ କରି ନିଆଯାଇଥିବା ଖବର ମିଳିଛି।
ଆଫଗାନିସ୍ତାନ (Afghanistan) ଠାରେ ଫସି ରହିଥିବା ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସେଠାକୁ ଏକ ବିମାନ ପଠାଇଥିଲେ ୟୁକ୍ରେନ ସରକାର (Ukraine Govt)। ହେଲେ ଏହି ବିମାନକୁ କିଛି ଅଜ୍ଞାତ ଲୋକ ଅପହରଣ କରି ଇରାନ ନେଇଯାଇଥିବା ଜଣାପଡି଼ଛି। ଅନ୍ୟପଟେ ସେଠାରେ ଫସି ରହିଥିବା ୟୁକ୍ରେନ ନାଗରିକ (Ukrainian Citizen) କାବୁଲ ବିମାନ ବନ୍ଦର (Kabul Airport) ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ଯାହା ଫଳରେ ଉଦ୍ଧାର ଅଭିଯାନ ବିଫଳ ହୋଇଥିଲେ।
Also Read: Taliban ବିଜୟରେ ଉତଫୁଲ୍ଲିତ Hamas; Afghan Crisis ପାଇଁ ବିଭାଜିତ Palestine
ଏ ଘଟଣାରେ ପ୍ରତିକ୍ରିୟା ରଖି ୟୁକ୍ରେନ ଉପବୈଦେଶିକ ମନ୍ତ୍ରୀ (Ukraine Deputy Foreign Affairs Minister) ୟେବଗେନୀ ୟେନିନ୍ (Yevgeny Yenin) କହିଛନ୍ତି ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାବୁଲ ଅଭିମୁଖେ ଏକ ବିମାନ ପଠାଯାଇଥିଲା। ହେଲେ ଗତ ରବିବାର ଏହି ବିମାନକୁ କେତେକ କେତେକ ସଶସ୍ତ୍ର ଅପହରଣକାରୀ (Armed Kidnappers) ଅପହରଣ କରି ନେଇଛନ୍ତି। ଅପହୃତ ହୋଇଥିବା ଏହି ବିମାନ ଇରାନ (Iran) ଠାରେ ଥିବା ନେଇ ମଙ୍ଗଳବାର ଜଣାପଡି଼ଛି।
ଏହି ୟୁକ୍ରେନ ବିମାନକୁ କିଏ ଅପହରଣ କରିଛି ସେ ନେଇ କିଛି ଖବର ମିଳିନାହିଁ। ଏହାକୁ ଫେରି ପାଇବା ପାଇଁ ଦେଶର ସରକାର କେଉଁ ପଦକ୍ଷେପ ନେବେ ସେ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ୟୁକ୍ରେନ ଉପବୈଦେଶିକ ମନ୍ତ୍ରୀ।ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ଆଫଗାନିସ୍ତାନରେ ଫସି ରହିଥିବା ୟୁକ୍ରେନ ନାଗରିକ କିପରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।
Also Read: ଖୋଲିଲା ଗୁମର; କାହିଁକି Taliban ବିରୋଧି ଲଢେଇ ହାରିଗଲା Afghan Army
ଆଫଗାନିସ୍ତାନରେ ଚାଲିଥିବା ଉଦ୍ଧାର ଅଭିଯାନ ସମ୍ପର୍କରେ ମିଳିଥିବା ଖବର ଅନୁସାରେ ଗତ ରବିବାର ପର୍ଯ୍ୟନ୍ତ ପ୍ରାୟ ୮୩ ଜଣ ୟୁକ୍ରେନ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୧ ଜଣ ସାଧାରଣ ନାଗରିକ ଏବଂ ୧୨ ଜଣ ସୈନିକ ରହିଥିବା ଜଣାପଡି଼ଛି। ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ (Ukraine President Office) ପକ୍ଷରୁ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ନାଗରିକ ଆଫଗାନିସ୍ତାନ ଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।