ଆମେରିକା ବିରୁଦ୍ଧରେ ଯୁଦ୍ଧ ଲଢି ଆଫଗାନିସ୍ତାନକୁ ମୁକ୍ତ କରିଛି ତାଲିବାନ। ଏହି ଘଟଣାକୁ ନେଇ ଉତ୍ସାହିତ ହୋଇଉଠିଛନ୍ତି ପାଲେଷ୍ଟାଇନ ଅଧିବାସୀ ଏବଂ ହମାସ।
Trending Photos
ନୂଆଦିଲ୍ଲୀ: ଓଡିଆରେ ଏକ ଢଗ ରହିଛି ତାହା ହେଉଛି ଓଧ ସାଙ୍ଗରେ ବଣଭୂଆ ବାଇ। ଯାହାର ଅର୍ଥ ହେଉଛି ସମର୍ଥ ଲୋକ କଥାରେ ପଡି ନବୁଝି ନସୁଝି କୌଣସି କାମ କରିବା ପାଇଁ ଅସମର୍ଥ ଲୋକ ଆଗେଇ ଆସିବା। ଏକ ଆତଙ୍କବାଦୀ ସଙ୍ଗଠନ କ୍ଷେତ୍ରରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ହେଲେ ଏହାର ପରିଣାମ କ'ଣ ହେବ ତାହା ଭବିଷ୍ୟତରେ ଜଣାପଡି଼ବ।
ତାଲିବାନ (Taliban) ଭଳି ଏକ ଆତଙ୍କବାଦୀ ସଙ୍ଗଠନ ନିୟନ୍ତ୍ରଣକୁ ଆଫଗାନିସ୍ତାନ (Afghanistan) ଭଳି ଏକ ଦେଶ ଚାଲିଯିବା ଘଟଣାକୁ ନେଇ ଉତଫୁଲ୍ଲିତ ହୋଇଉଠିଛି ଅନ୍ୟ ଏକ ଆତଙ୍କୀ ଗୋଷ୍ଠୀ ହମାସ (Hamas)। ଆମେରିକା (America) ଭଳି ମହାଶକ୍ତି ବିରୁଦ୍ଧରେ ଲଢେଇ କରି ଆଫଗାନକୁ (Afghan) ମୁକ୍ତ କରିଥିବାରୁ ଏହି ବିଜୟ ପାଇଁ ତାଲିବାନକୁ ଅଭିନନ୍ଦନ ଜଣାଇଛି ହମାସ।
ଏ ପ୍ରସଙ୍ଗରେ ଜାରି କରାଯାଇଥିବା ବୟାନରେ ହମାସ ପକ୍ଷରୁ କୁହାଯାଇଛି ଆଫଗାନ ମୁସଲମାନ (Afghan Muslim) ଏବଂ ତାଲିବାନ ଦୀର୍ଘ ୨୦ ବର୍ଷ ଧରି ଯୁଦ୍ଧ ଲଢିବା ପରେ ନିଜ ଦେଶରୁ ଆମେରିକାକୁ ହଟାଇବାରେ ସଫଳ ହୋଇଛି। ଏନେଇ ସଙ୍ଗଠନ ପକ୍ଷରୁ ତାଲିବାନର ସାହସିକ ନେତୃତ୍ୱ ଏବଂ ଆଫଗାନିସ୍ତାନବାସୀଙ୍କୁ (Afghani) ଆମେ ଅଭିନନ୍ଦନ ଜଣାଉଛୁ। ଦେଶର ଏକତା, ସ୍ଥିରତା, ସମୃଦ୍ଧତା ହାସଲ କରିବାରେ ଆଫଗାନ ନାଗରିକ ଏବଂ ଏହାର ନେତୃତ୍ୱ ସଫଳ ହେବେ। ଆଫଗାନ ଲଢେଇରେ ଆମେରିକା ଏବଂ ଏହାର ସହଯୋଗୀ ଦେଶର ପରାଜୟ ଏହା ଦର୍ଶାଉଛି ଯେ ସ୍ୱାଧିନତା ପାଇଁ ସଂଘର୍ଷ କରୁଥିବା ପାଲେଷ୍ଟାଇନବାସୀ ମଧ୍ୟ ବିଜୟ ହାସଲ କରିବେ।
Also Read: ଖୋଲିଲା ଗୁମର; କାହିଁକି Taliban ବିରୋଧି ଲଢେଇ ହାରିଗଲା Afghan Army
ଗତ ରବିବାର ରାତିରେ ହମାସ୍ ପଲଟିକାଲ ବ୍ୟୁରୋ ସଦସ୍ୟ (Hamas Political Bureau Member) ମୂଷା ଆବୁ ମାରଜୁକ (Musa Abu Marzouk) କହିଛନ୍ତି ଆତଙ୍କବାଦ ସହାୟତାରେ ତାଲିବାନ ବିଜୟୀ ହୋଇଥିବା ନେଇ ଚର୍ଚ୍ଚା ହେଉଛି ହେଲେ ତାଲିବାନୀ ମୁଜାହିଦୀନ (Taliban Mujahideen) ଆମେରିକା ଏବଂ ଏହାର ସମର୍ଥକଙ୍କ ବିରୁଦ୍ଧରେ ଯୁଦ୍ଧ ଲଢି ଆଫଗାନ ଦଖଲ କରିଛନ୍ତି। ବର୍ତ୍ତମାନ ତୃଣମୂଳ ସ୍ତରରେ ଆଫଗାନ ସ୍ଥିତ କ'ଣ ରହିଛି ତାହା ପୂର୍ବ ଅପେକ୍ଷା ତାଲିବାନ ବେଶ ଭଲ ଭାବେ ବୁଝିସାରିଛି। ଗଣତନ୍ତ୍ର, ନିର୍ବାଚନ କିମ୍ବା ମିଥ୍ୟା ପ୍ରତିଶୃତି ଦେଇ ଶୋଷିତ ଆଫଗାନିସ୍ତାନ ଲୋକଙ୍କୁ କେବେ ଠକି ନାହିଁ ତାଲିବାନ।
ନିକଟରେ କତାର (Qatar) ରାଜଧାନୀ ଦୋହାସ୍ଥିତ କାର୍ଯ୍ୟାଳୟ (Doha Taliban Office) ଠାରେ ହମାସ ନେତା (Hamas Leader) ଇସମାଇଲ ହାନେୟାଙ୍କୁ (Ismail Haniyeh) ଭେଟିଥିଲା ତାଲିବାନ ପ୍ରତିନିଧିମଣ୍ଡଳୀ (Taliban Delegation)। ଗତ ୨ ବର୍ଷ ଧରି ହମାସ ଗୋଷ୍ଠୀର ଏହି ନେତା ସେଠାରେ ଅବସ୍ଥାନ କରୁଛନ୍ତି। ଏନେଇ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୈଠକ ସମୟରେ ଚଳିତ ବର୍ଷ ମେ ମାସରେ ହୋଇଥିବା ୧୧ ଦିନିଆ ଯୁଦ୍ଧରେ ଇସ୍ରାଏଲ ସେନା ବିରୁଦ୍ଧରେ ବିଜୟ ହାସଲ କରିଥିବାରୁ ହମାସକୁ ଅଭିନନ୍ଦନ ଜଣାଇଛି ତାଲିବାନ।
ଏ ଘଟଣାରେ ପ୍ରତିକ୍ରିୟା ରଖି ଜଣେ ପାଲେଷ୍ଟାଇନ ଗଣମାଧ୍ୟମ ପ୍ରତିନିଧି କହିଛନ୍ତି ଆଫଗାନ ଦଖଲ ପରେ ଉଭୟ ହମାସ-ତାଲିବାନ ମଧ୍ୟରେ ସହଯୋଗ ବୃଦ୍ଧି ପାଇପାରେ। କାରଣ ଆମେରିକା ବିରୁଦ୍ଧରେ ଯୁଦ୍ଧ ଲଢି ଆଫଗାନିସ୍ତାନକୁ ମୁକ୍ତ କରିଛି ତାଲିବାନ। ଏହି ଘଟଣାକୁ ନେଇ ଉତ୍ସାହିତ ହୋଇଉଠିଛନ୍ତି ପାଲେଷ୍ଟାଇନ ଅଧିବାସୀ ଏବଂ ହମାସ। ଏପରିକି ଅନେକ ପାଲେଷ୍ଟାଇନ ନାଗରିକ ତାଲିବାନ ସପକ୍ଷରେ ନାରାବାଜି କରିବା ସହ ଆଫଗାନ ଲଢେଇରେ ଆମେରିକା ପରାସ୍ତ ହୋଇଛି ବୋଲି ସାମାଜିକ ଗଣମାଧ୍ୟମରେ ମତ ରଖୁଛନ୍ତି।
Also Read: ଆଫଗାନ ସଂକଟକୁ ନେଇ ବାଇଡେନଙ୍କ ବିରୁଦ୍ଧରେ ବର୍ଷିଲେ ଟ୍ରମ୍ପ; ଦାବି କଲେ ଇସ୍ତଫା
ଆଫଗାନ ପ୍ରସଙ୍ଗକୁ ନେଇ ବିଭାଜିତ ହୋଇଯାଇଛି ପାଲେଷ୍ଟାଇନ। ଆମେରିକା ବିରୋଧି ଲଢେଇରେ କଥିତ ବିଜୟ ପାଇଁ ତାଲିବାନକୁ ଅଭିନନ୍ଦନ ଜଣାଉଥିବା ଲୋକଙ୍କ ଉପହାସ କରିବାକୁ ପଛେଇନାହାଁନ୍ତି ପାଲେଷ୍ଟାଇନ ମୁକ୍ତିବାହିନୀ (Palestine Liberation Organization) ପିଏଲଓ (PLO) କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ (PLO Executive Committee member ) ଅହମ୍ମଦ ମଜଦଲାନି (Ahmed Majdalani)।
ଏନେଇ ସେ କହିଛନ୍ତି ଆମେରିକୀୟ ସାମ୍ରାଜ୍ୟବାଦ ସଂଘର୍ଷ କରି ତାଲିବାନ ବିଜୟୀ ହୋଇଛି ବୋଲି ଯେଉଁମାନେ ସ୍ୱୀକାର କରୁଛନ୍ତି ସେମାନେ ମନେ ରଖିବା ଦରକାର ଦୋହା ରାଜିନାମ ଅନୁସାରେ ଆଫଗାନ ମାଟିରୁ ସୈନ୍ୟ ବଳ ପ୍ରତ୍ୟାହାର କରିବା ପାଇଁ ତାଲିବାନ ସହ ଚୁକ୍ତି କରିଥିଲା ଆମେରିକା। ଆଫଗାନିସ୍ତାନ ଆମେରିକୀୟ ସୈନ୍ୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବା ପରେ ବିନା କୌଣସି ପ୍ରତିରୋଧର ସମ୍ମୁଖୀନ ହୋଇ ସମଗ୍ର ଆଫଗାନ ଏବେ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି।
Also Read: Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?
ତାଲିବାନ ଏକ ନିର୍ଦ୍ଦୟୀ ଆତଙ୍କୀ ସଙ୍ଗଠନ। ଯାହା ଆଇଏସ୍, ଅଲ-କାଏଦା ଭଲି ଆତଙ୍କବାଦୀ ସଙ୍ଗଠନ ସୃଷ୍ଟି କରିଛି। ଯାହାର ପରିଣାମ ପ୍ରଥମେ ଆରବ ଜଗତ ଏବଂ ମୁସଲମାନଙ୍କୁ ଭୋଗିବାକୁ ପଡିଛି ବୋଲି କହିଛନ୍ତି ପିଏଲଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଅହମ୍ମଦ ମଜଦଲାନି।