ପାକିସ୍ତାନକୁ ଏକ ବଡ଼ ଝଟକା ଦେଲା ତାଲିବାନ; ଚୁରମାର ହୋଇଗଲା ଇମ୍ରାନଙ୍କ ସ୍ୱପ୍ନ
Advertisement

ପାକିସ୍ତାନକୁ ଏକ ବଡ଼ ଝଟକା ଦେଲା ତାଲିବାନ; ଚୁରମାର ହୋଇଗଲା ଇମ୍ରାନଙ୍କ ସ୍ୱପ୍ନ

ତାଲିବାନ (Taliban) ପାକିସ୍ତାନର ଜଣେ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ କୁହାଯାଇଥିଲା ଯେ ଦୁଇ ଦେଶର ମୁଦ୍ରା ବିନିମୟ ପାଇଁ ବ୍ୟବସ୍ଥା କରାଯାଇପାରେ ।

(ଫାଇଲ ଫଟୋ)

କାବୁଲ: ଆଫଗାନିସ୍ତାନରେ (Afghanistan) ତାଲିବାନର କବଜାକୁ ନେଇ ଖୁସିଥିବା ପାକିସ୍ତାନକୁ (Taliban) ଏହି ଆତଙ୍କବାଦୀ ସଂଗଠନ ବର୍ତ୍ତମାନ ଏକ ବଡ଼ ଝଟକା ଦେଇଛି । ପାକିସ୍ତାନ (Pakistan) ଭାବିଥିଲା ଯେ ସେ ଯାହା କହିବ ତାହା ତାଲିବାନ ସହଜରେ ଗ୍ରହଣ କରିନେବ, କିନ୍ତୁ ପାକିସ୍ତାନୀ ଟଙ୍କାରେ ଦ୍ୱିପାକ୍ଷିକ ବାଣିଜ୍ୟ କରିବାକୁ ମନା କରି ତାଲିବାନ ପାକିସ୍ତାନ ମୁହଁରେ ଏକ ଶକ୍ତ ଚାପୁଡ଼ା ଦେଇଛି ।

ତାଲିବାନ (Taliban) ପାକିସ୍ତାନର ଜଣେ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ କୁହାଯାଇଥିଲା ଯେ ଦୁଇ ଦେଶର ମୁଦ୍ରା ବିନିମୟ ପାଇଁ ବ୍ୟବସ୍ଥା କରାଯାଇପାରେ । ତାଲିବାନ ପାକିସ୍ତାନୀ ମୁଦ୍ରା (Pakistani Currency) କାରବାର କରିବାକୁ ମନା କରିଦେଇଛି ।

ଅଧିକ ପଢ଼ନ୍ତୁ: Time Influential List: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ପିଏମ୍ ମୋଦି, ମମତା ଓ ପୁନାୱାଲା

ସମ୍ ଟିଭି ଆଫଗାନିସ୍ତାନ ସୂତ୍ରରୁ ପ୍ରକାଶ ଯେ ସାଂସ୍କୃତିକ ଆୟୋଗର ସଦସ୍ୟ ଅହମ୍ମଦୁଲ୍ଲା ୱାସିକ୍ ନିଷ୍ପତ୍ତି ନେଇଛନ୍ତି ଯେ ପଡୋଶୀ ଦେଶ ମଧ୍ୟରେ କାରବାର ଆଫଗାନିସ୍ତାନ ମୁଦ୍ରାରେ ହିଁ ହେବ ।

ପୃଥକ ରିପୋର୍ଟରେ ଗୋଟିଏ ଦିନ ପୂର୍ବରୁ କୁହାଯାଇଥିଲା ଯେ ପାକିସ୍ତାନ ଖୁବ ଶୀଘ୍ର ଆଫଗାନିସ୍ତାନ ସହିତ ରୁପି (Pakistani Currency) କାରବାର ଆରମ୍ଭ କରିବ । ଏହାଦ୍ୱାରା ପାକିସ୍ତାନର ବର୍ତ୍ତମାନର ଆର୍ଥିକ ନିଅଣ୍ଟ ହ୍ରାସ ପାଇବ ।

ଅଧିକ ପଢ଼ନ୍ତୁ: ରେଲୱେରେ ୩୦୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେବେଠାରୁ କରିପାରିବେ ଆବେଦନ

ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି ତାଲିବାନ 
ଏହି ରିପୋର୍ଟଗୁଡିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ୱାସିକ୍ କହିଛନ୍ତି ଯେ ପାକିସ୍ତାନୀ ମୁଦ୍ରାରେ କୌଣସି ବ୍ୟବସାୟ କରାଯିବ ବୋଲି ଖବରର କୌଣସି ସତ୍ୟତା ନାହିଁ । ଏହାପୂର୍ବରୁ ପାକିସ୍ତାନର ଅର୍ଥମନ୍ତ୍ରୀ ସୌକତ ତରେନ ସିନେଟ ଷ୍ଟାଣ୍ଡିଂ କମିଟିକୁ କହିଛନ୍ତି ଯେ ଡଲାର ସଞ୍ଚୟ କରିବା ପାଇଁ ପାକିସ୍ତାନ ଆଫଗାନିସ୍ତାନ ସହ ଟଙ୍କା କାରବାର କରିବ ।

ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ

କାବୁଲକୁ ବିମାନ ସେବା ଆରମ୍ଭ କରିବ ପାକିସ୍ତାନ
ନ୍ୟୁଜ୍ ଏଜେନ୍ସି IANS ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) କାବୁଲକୁ ବ୍ୟବସାୟିକ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି । ପିଏଆଇର ସିଇଓ ଅର୍ଶଦ ମଲିକ କହିଛନ୍ତି ଯେ ସୋମବାର ଦିନ PIA ର ପ୍ରଥମ ବିମାନ ଇସଲାମାବାଦରୁ କାବୁଲ ଅଭିମୁଖେ ଯାତ୍ରା କରିବ । ଆଫଗାନିସ୍ତାନର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏଥିପାଇଁ ଅନୁମୋଦନ ଦେଇସାରିଛନ୍ତି ।