ଉତ୍ତର ରେଳବାଇର ନିଯୁକ୍ତି ସେଲ୍ (Northern Railway Recruitment Cell) ଆପ୍ରେଣ୍ଟିସ୍ ଆକ୍ଟ ୧୯୬୧ ଅନୁଯାୟୀ ଆପ୍ରେଣ୍ଟିସିପ୍ ଟ୍ରେନିଂର ୩୦୯୩ ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି ।
Trending Photos
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ (Indian Railways) ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଉତ୍ତର ରେଳବାଇର ନିଯୁକ୍ତି ସେଲ୍ (Northern Railway Recruitment Cell) ଆପ୍ରେଣ୍ଟିସ୍ ଆକ୍ଟ ୧୯୬୧ ଅନୁଯାୟୀ ଆପ୍ରେଣ୍ଟିସିପ୍ ଟ୍ରେନିଂର ୩୦୯୩ ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି । ତେବେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକ୍ରିୟା ୨୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrcnr.org ଭିଜିଟ କରି ଆବେଦନ କରିପାରିବେ । ଆବେଦନ ପାଇଁ ଶେଷ ତାରିଖ ୨୦ ଅକ୍ଟୋବର ୨୦୨୧ ରେ ରଖାଯାଇଛି ।
ସଂକ୍ଷିପ୍ତ ବିଜ୍ଞପ୍ତିରେ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ବେତନ, ଚୟନ ପ୍ରକ୍ରିୟା ଇତ୍ୟାଦି ବିଷୟରେ ସରକାରୀ ସୂଚନା ଅଧିକାରୀକ ଭାବେ ଦିଆଯାଇ ନାହିଁ । ଆବେଦନ ଲିଙ୍କ୍ ସକ୍ରିୟ ହେବା ପରେ ଏହି ସୂଚନା ଦିଆଯିବ । ଆବେଦନର ଲିଙ୍କ ୨୦ ସେପ୍ଟେମ୍ବର ୨୦୨୧ ରେ ଆକ୍ଟିଭ ହେବ ।
ଅଧିକ ପଢ଼ନ୍ତୁ: ସରକାରୀ ବିମାନ କମ୍ପାନୀ Air India କିଣିବାକୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲା ଟାଟା ଗ୍ରୁପ
ଆପ୍ରେଣ୍ଟିସ୍ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ଅତିକମରେ ଦଶମ ପାସ୍ ହେବା ଉଚିତ୍ । ଆହୁରି ମଧ୍ୟ, ସମ୍ପୃକ୍ତ ଟ୍ରେଡ଼ରେ ITI ସାର୍ଟିଫିକେଟ୍ ମଧ୍ୟ ସେଠାରେ ରହିବା ଉଚିତ୍ ।
ଏହିପରି କରିପାରିବେ ଆବେଦନ
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ rrcnr.org ୱେବସାଇଟ ଭିଜିଟ କରି ଆବେଦନ କରିପାରିବେ ।
ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ
ଗୁରୁତ୍ୱପୂର୍ଣ୍ଣ ତାରିଖ
ରେଳବାଇ ନିଯୁକ୍ତି ସେଲ୍ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ହେବାର ତାରିଖ - ୧୪ ସେପ୍ଟେମ୍ବର
ଅନଲାଇନ୍ ଆବେଦନ ୱିଣ୍ଡୋ ଖୋଲିବାର ତାରିଖ ଏବଂ ସମୟ - ୨୦ ସେପ୍ଟେମ୍ବର ରାତି ୧୨ ଟା
ଅନଲାଇନ୍ ଆବେଦନ ପ୍ରକ୍ରିୟା ବନ୍ଦ ହେବାର ତାରିଖ ଏବଂ ସମୟ - ୨୦ ଅକ୍ଟୋବର ରାତି ୧୨ ଟା