ମୋନେଟ୍ ନିଜର ହାଇସ୍କୁଲ ଶିକ୍ଷା ଶେଷ ହେବା ପରେ ନିଜର ପ୍ରଥମ ବିବାହ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ୧୧ ଜଣ ଭିନ୍ନ ଭିନ୍ନ ଲୋକଙ୍କୁ ବିବାହ କରିଛନ୍ତି ।
Trending Photos
Ajab Gajab News: ଭାରତରେ ବିବାହ (Wedding) କରିବା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଏ । ଯେତେବେଳେକି ଆମେରିକାରେ ଜଣେ ୫୨ ବର୍ଷୀୟା ମହିଳା (Boy Crazy Women) ଏପର୍ଯ୍ୟନ୍ତ ୧୧ ଥର ବିବାହ କରି ସାରିଛନ୍ତି । କେବଳ ଏତିକି ନୁହେଁ, ଏବେ ସେ ନିଜ ପାଇଁ ଆଉଏକ ନୂଆ ବର ଖୋଜୁଛନ୍ତି । ଏହି ମହିଳା ଏପର୍ଯ୍ୟନ୍ତ ୧୧ ଜଣ ଭିନ୍ନ ଭିନ୍ନ ପୁରୁଷଙ୍କୁ ବିବାହ (Addicted To Marriage) କରିଛନ୍ତି ।
ଭାଇର ସାଙ୍ଗମାନଙ୍କୁ ବିବାହ କରୁଥିଲେ କଳ୍ପନା
'ମିରିର ୟୁକେ'ର ଖବର ଅନୁଯାୟୀ ଆମେରିକାରେ (America) ରହୁଥିବା ମୋନେଟ ନାମକ ଜଣେ ମହିଳା ପିଲାଦିନରୁ 'ପୁରୁଷ ମାନଙ୍କର ଦିୱାନ' ରହି ଆସିଛନ୍ତି । ମୋନେଟ୍ ବିବାହରେ କରିବା ପାଇଁ ସବୁବେଳେ ବ୍ୟାକୁଳ । ମୋନେଟ୍ କୁହନ୍ତି ଯେ ସେ ଯେତେବେଳେ ଛୋଟ ଥିଲେ, ସେ ତାଙ୍କ ଭାଇର ବନ୍ଧୁମାନଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ସେମାନଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିଥିଲେ । ହାଇସ୍କୁଲ ଶିକ୍ଷା ଶେଷ ହେବା ପରେ ମୋନେଟଙ୍କର ପ୍ରଥମ ବିବାହ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ୧୧ ଜଣ ଭିନ୍ନ ଭିନ୍ନ ଲୋକଙ୍କୁ ବିବାହ କରିଛନ୍ତି । ତାଙ୍କର କୌଣସି ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ନାହିଁ । ବର୍ତ୍ତମାନ ମୋନେଟ୍ ଏକ ନୂଆ ସାଥୀ ଖୋଜୁଛନ୍ତି, ଯାହା ଦ୍ୱାରା ସେ ନିଜର ଦ୍ୱାଦଶ ବିବାହ କରିପାରିବେ ।
ବର୍ତ୍ତମାନ ପର୍ଯ୍ୟନ୍ତ ୨୮ ଜଣ ବିବାହ କରିବା ପାଇଁ ଦେଇଛନ୍ତି ପ୍ରସ୍ତାବ
ମୋନେଟଙ୍କ ବୟସ ବର୍ତ୍ତମାନ ୫୨ ବର୍ଷ । ମୋନେଟ TLC ନ୍ୟୁଜ୍ ଚ୍ୟାନେଲ ସହିତ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ ୨୮ ଜଣଙ୍କ ଠାରୁ ବିବାହ ପ୍ରସ୍ତାବ ଗ୍ରହଣ କରିଛନ୍ତି । ମୋନେଟ କହିଛନ୍ତି ଯେ ସେ ଏହାଠାରୁ ଅଧିକ ଲୋକଙ୍କୁ ବିବାହ କରିପାରିବେ । ବାରମ୍ବାର ବିବାହ ଭାଙ୍ଗିବା କାରଣରୁ ସେ ଆଦୌ ନିରାଶ ନୁହଁନ୍ତି ବୋଲି ସେ କହିଛନ୍ତି । ମୋନେଟ୍ ବର୍ତ୍ତମାନ ୫୭ ବର୍ଷୀୟ ଜନଙ୍କୁ ଡେଟ୍ କରୁଛନ୍ତି । ସେ ଦୁଇ ବର୍ଷରୁ ଅଧିକ ସମୟ ଧରି ଜନଙ୍କ ପ୍ରେମରେ ଥିଲେ ।
ମୋନେଟ୍ ନିଜ ପୂର୍ବ ସ୍ୱାମୀଙ୍କ କାହାଣୀ କହିଥିଲେ
ନିଜ ପୂର୍ବ ସ୍ୱାମୀଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଯାଇ ମୋନେଟ କହିଛନ୍ତି ଯେ ତାଙ୍କ ସ୍ୱାମୀ ପାଞ୍ଚ ନମ୍ବର ସର୍ବୋତ୍ତମ ଥିଲେ । ଯେତେବେଳେ କି ଷଷ୍ଠ ନମ୍ବରର ସ୍ୱାମୀଙ୍କର ବହୁତ ଭଲ ସ୍ୱଭାବ ଥିଲା । ଏହି କାରଣରୁ ସେ ତାଙ୍କୁ ଦୁଇଥର ବିବାହ କରିଥିଲେ । ସେ ଅନଲାଇନରେ ନିଜର ଆଠ ନମ୍ବର ସ୍ୱାମୀ ପାଇଥିଲେ। ସେ ସ୍କୁଲ ସମୟରୁ ଦଶମ ନମ୍ବର ସ୍ୱାମୀଙ୍କୁ ଜାଣିଥିଲେ ।
ଏହା ବି ପଢ଼ନ୍ତୁ: IND vs NZ: ଦ୍ୱିତୀୟ ଟେଷ୍ଟରେ ଏହି ପ୍ଲେଇଂ ଇଲେଭେନ ସହିତ ପଡ଼ିଆକୁ ଓହ୍ଲାଇ ପାରେ ଟିମ୍ ଇଣ୍ଡିଆ
ଏହା ବି ପଢ଼ନ୍ତୁ: ବାତିଲ ହେବ କି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ? BCCI ସଭାପତି ଗାଙ୍ଗୁଲି ଦେଲେ ଏହି ବଡ଼ ବୟାନ