ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଗଠନ କରିବା ପର ଠାରୁ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି-ଶିବସେନା ମଧ୍ୟରେ ବାକ୍ୟଯୁଦ୍ଧ ଜାରିରହିଛି।
Trending Photos
ମୁମ୍ବାଇ: ଆଜି ଭାରତ ସହ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଆଲୋକର ପର୍ବ (Festival of Light)ଦିପାବଳୀ (Diwali)। ଏହି ଅବସରରେ ପରସ୍ପର ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଦିପାବଳୀ ମିଠା ଖୁଆଇ ଏହି ଉତ୍ସବକୁ ପାଳନ କରୁଛନ୍ତି। ହେଲେ ଆଜି ଭଳି ଦିନରେ ପୁରୁଣା ସହଯୋଗୀ ବିଜେପିକୁ (BJP)ଶୁଭେଚ୍ଛା ଜଣାଇବା ପରିବର୍ତ୍ତେ ବର୍ଷିଛି ଶିବସେନା (Shivsena)।
ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଗଠନ କରିବା ପର ଠାରୁ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି-ଶିବସେନା ମଧ୍ୟରେ ବାକ୍ୟଯୁଦ୍ଧ ଜାରିରହିଛି। ଏନେଇ ପ୍ରତିକ୍ରିୟା ରଖି ଦଳର ରାଜ୍ୟସଭା ସାଂସଦ ତଥା ଶିବସେନା ମୁଖପାତ୍ର (Shivsena Spokeperson)ସଞ୍ଜୟ ରାଉତ (Sanjay Rout)କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଜୈସାଲମେର ଠାରେ ସେନା ଯବାନଙ୍କ ସହ ଦିପାବଳୀ ମନାଉଛନ୍ତି। ହେଲେ ସୀମାରେ ସୈନିକ ଶହୀଦ ହେଉଛନ୍ତି। "
ଏହା ସହିତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି (Ex USA President)ବାରାକ ଓବାମାଙ୍କୁ (Barack Obama)ବିରୁଦ୍ଧରେ ଗର୍ଜି ଶିବେସନା ମୁଖପାତ୍ର କହିଛନ୍ତି, " ଦେଶର ନେତା କିପରି ହେବା ଦରକାର ସେ ଏ ବାବଦରେ ନିଷ୍ପତ୍ତି ନେଇପାରିବେ ନାହିଁ। ଏ ମାମଲାରେ କୌଣସି ମତାମତ ରଖିବାର ଅଧିକାର ତାଙ୍କର ନାହିଁ। ସେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ରାହୁଲ ଗାନ୍ଧୀ ହୁଅନ୍ତି ସେମାନଙ୍କ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବାର ଅଧିକାର ଓବାମାଙ୍କର ନାହିଁ।
ବିଗତ ଦିନରେ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଗାଦିଚ୍ୟୁତ ହେବା ମାମଲାରେ ପ୍ରତିକ୍ରିୟା ରଖି ଶିବସେନା ନେତା କହିଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର ଲାଗି କୌଣସି ବିପଦ ନାହିଁ। କାରଣ ଏଠାରେ କୌଣସି ପ୍ରକାର ଅପେରସନ ଲୋଟସ (Operation Lotus)ଚାଲିପାରିବ ନାହିଁ।