ବିହାରରେ ପୁଣି ଏନଡିଏ ଶାସନ! ବିଜେପି ଅପେକ୍ଷା ଆରଜେଡିକୁ ଅଧିକ ଭୋଟ୍
Advertisement

ବିହାରରେ ପୁଣି ଏନଡିଏ ଶାସନ! ବିଜେପି ଅପେକ୍ଷା ଆରଜେଡିକୁ ଅଧିକ ଭୋଟ୍

ବହୁପ୍ରତିକ୍ଷୀତ ବିହାର ନିର୍ବାଚନର ଫଳାଫଳ ଆସିଛି। ଏଥିରେ ଏନଡିଏକୁ ବହୁମତ ମଳିଛି। ତେବେ ବିଜୟଠାରୁ ମାତ୍ର ଅଳ୍ପ ଦୂରରେ ରହିଯାଇଛି ମାହାମେଣ୍ଟ।

ଡିଜାଇନ ଫଟୋ

ପାଟନା: ଦୀର୍ଘ ୨ ଦଶକ ପରେ ବଜେପି ବିହାର ନିର୍ବାଚନରେ ଏନଡିଏର ଏକ ବଡ ସହଯୋଗୀ ପାର୍ଟି ଭାବେ ଉଭା ହୋଇଛି। ୨୦୨୦ ବିଧାନସଭାରେ ବିଜେପି ବିହାରର ଆଞ୍ଚଳିକ ଦଳ ଜେଡିୟୁ ତୁଳନାରେ ୨୯ଟି ସିଟ ଅଧିକା ଜିତିଛି। ଏହା ସହ ଏନଡିଏର ମ୍ୟାଜିକ ନମ୍ୱର ୧୨୨ ପାର କରି ମୋଟ ୧୨୫ଟି ସିଟରେ ବିଜୟ ହାସଲ କରିଛି। 

ବିହାର ନିର୍ବାଚନରେ ବିଜେପିକୁ ମୋଟ ୭୪ଟି ଆସନ ମିଳିଥିବା ବେଳେ ସହଯୋଗୀ ଜେଡିୟୁକୁ ମାତ୍ର ୪୩ ଆସନ ମିଳିଛି। ସେପଟେ ମହାମେଣ୍ଟ ଖାତାକୁ ଯାଇଛି ୧୧୦ଟି ସିଟ୍। ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟାଠୁ ଅଧିକ ସିଟ୍ ଏନଡିଏ ପାଖରେ ଅଛି। ତେଣୁ ବିହାରରେ ପୁଣି ଥରେ ଏନଡିଏ ସରକାର ଆସିବ। କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ବିଜେପିରୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳୀୟ ସମର୍ଥକ ଦାବି କରୁଛନ୍ତି। ସେପଟେ ନୌରାଶ୍ୟଜନକ ପ୍ରଦର୍ଶନ ପରେ ବି ଜେଡିୟୁ ଚୌକି ଛାଡିବାକୁ ନାରାଜ। ଏପରି ସ୍ଥିତିରେ ଏନଡିଏରେ ଏକ ପ୍ରକାରର ମତାନ୍ତର ଦେଖିବାକୁ ମିଳୁଛି। ତେବେ ଖୁବଶୀଘ୍ର ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ବରିଷ୍ଠ ନେତାମାନେ କହୁଛନ୍ତି।

ଏଥର ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏଠୁ ଅଲଗା ହୋଇ ଏଲଜେପି ଏକାକୀ ନିର୍ବାଚନ ଲଢିଛି। ଯାହା ଚିରାଗ ପାଶୱାନଙ୍କୁ ମହଙ୍ଗା ପଡିଛି। ତାଙ୍କ ଦଳରୁ ମାତ୍ର ଜଣେ ବିଧାୟକ ବିଧାନସଭା ଯିବେ। ସେପଟେ ଏନଡିଏର ଏକ ଅଂଶ ହୋଇଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ୍) ଏବଂ ବିକାଶ ଇନସାନ ପାର୍ଟି (ଭିଆଇପି) ୪ଟି ଲେଖାଏଁ ସିଟରେ ବିଜୟ ହୋଇଛନ୍ତି।

ବିହାର ନିର୍ବାଚନକୁ ନେଇ ଆସିଥାବ ବୁଥ ବାହୁଡା ମତ ଭୁଲ ସାବ୍ୟସ୍ତ ହୋଇଛି। ମହାମେଣ୍ଟକୁ ପଛରେ ପକାଇ  ବହୁମତରେ ଏନଡିଏ ସରକାର ଗଠନ କରୁଛି। ଯଦି କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ବିହାରରେ ମହାମେଣ୍ଟ ସରକାର ହୋଇଥାନ୍ତା। ଏହି ବିଧାନସଭା ନିର୍ବାଚନରେ ୭୫ଟି ଆସନ ତଥା ୩୦.୮୬ ପ୍ରତିଶତ ଭୋଟ ସହ ଆରଜେଡି ବିହାର ବଡ ଦଳ ଭାବେ ପରିଗଣିତ ହୋଇଛି। ସେପଟେ ସହଯୋଗୀ କଂଗ୍ରେସ ମାତ୍ର ୧୯ଟି ଆସନ ପାଇଛି।