ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୫ ପଇସା ମହଙ୍ଗା ହୋଇଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ କ୍ରମଂଶ ୧୧୭.୫୭ ଟଙ୍କା ଓ ୧୦୧.୭୯ ଟଙ୍କାରେ ମିଳୁଛି। କୋଲକାତାରେ ଲିଟର ପିଛା ୮୪ ପଇସା ବୃଦ୍ଧି ହେଲା ପରେ ପେଟ୍ରୋଲ ୧୧୨.୧୯ ଟଙ୍କା ଓ ଡିଜେଲରେ ୮୦ ପଇସା ବଢି ୯୨.୨ ଟଙ୍କାରେ ବିକ୍ରି ହେଉଛି ।
Trending Photos
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ (Russia-Ukraine War) ର ପ୍ରଭାବ ବୈଶ୍ୱକ ବଜାରରେ ଅଶୋଧିତ ତୈଳ (Crude Oil Price in International Market) ର ମୂଲ୍ୟ ଉପରେ ପଡ଼ୁଛି । ଯାହା ଫଳରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଆଜି (ଶନିବାର) ଅର୍ଥାତ ଏପ୍ରିଲ ୨ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ବିଗତ ୧୨ ଦିନରେ ୧୦ ଥର ତୈଳ ଦର (Fuel Price) ରେ ବୃଦ୍ଧି ଘଟିଛି । ଶନିବାର ପୁଣି ଥରେ ଏଥିରେ ୮୦ ପାଇସା ବୃଦ୍ଧି ହୋଇଛି।
ସାରା ଦେଶରେ ମାର୍ଚ୍ଚ ୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଦରରେ ପ୍ରାୟ ୭.୨୦ ଟଙ୍କାର ବୃଦ୍ଧି ଘଟିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଶନିବାର ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ଘଟିଛି। ଯାହା ପରେ ଜାତୀୟ ରାଜଧାନୀରେ ୧୦୨.୬୧ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ଓ ୯୩.୮୭ ଟଙ୍କାରେ ଗୋଟିଏ ଲିଟର ଡିଜେଲ ମିଳୁଛି। ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି ।
Also Read: ଆଜିର ରାଶିଫଳ: ଅଧିକାଂଶ ରାଶିରେ ଶନି ଦୋଷ! ସତର୍କ ନ ରହିଲେ ସ୍ଥିତି ହେବ ଭୟଙ୍କର
ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୫ ପଇସା ମହଙ୍ଗା ହୋଇଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ କ୍ରମଂଶ ୧୧୭.୫୭ ଟଙ୍କା ଓ ୧୦୧.୭୯ ଟଙ୍କାରେ ମିଳୁଛି। କୋଲକାତାରେ ଲିଟର ପିଛା ୮୪ ପଇସା ବୃଦ୍ଧି ହେଲା ପରେ ପେଟ୍ରୋଲ ୧୧୨.୧୯ ଟଙ୍କା ଓ ଡିଜେଲରେ ୮୦ ପଇସା ବଢି ୯୨.୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଡିଜେଲରେ ୭୬ ପଇସା ବୃଦ୍ଧି ପାଇଛି। ଫଳରେ ଏଠାରେ ଲିଟର ପିଛା ପେଟ୍ରୋଲ ୧୦୮.୨୧ ଟଙ୍କା ରହିଛି ।
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
Also Read: ମଧୁମେହ ରୋଗୀ ସାବଧାନ ! ନିୟମିତ ବ୍ୟବହାର କରନ୍ତୁନି 'ସୁଗାର ଫ୍ରି ଟାବଲେଟ'
ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।