'ଅଗ୍ନିପଥ' ଯୋଜନାରେ ହେଲା ବଡ଼ ପରିବର୍ତ୍ତନ; ଆଶାୟୀ ପ୍ରାର୍ଥୀଙ୍କୁ ଏହି ରିହାତି ଦେଲେ ସରକାର
Advertisement
Article Detail0/zeeodisha/odisha1224867

'ଅଗ୍ନିପଥ' ଯୋଜନାରେ ହେଲା ବଡ଼ ପରିବର୍ତ୍ତନ; ଆଶାୟୀ ପ୍ରାର୍ଥୀଙ୍କୁ ଏହି ରିହାତି ଦେଲେ ସରକାର

Agnipath Scheme : ଅଗ୍ନିପଥ ଯୋଜନାକୁ ନେଇ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ତଥା ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । 

ସାଙ୍କେତିକ ଫଟୋ

Agnipath Scheme : ଅଗ୍ନିପଥ ଯୋଜନାକୁ ନେଇ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ତଥା ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defense Minister Rajnath Singh) ଶନିବାର ଦିନ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଅଗ୍ନିବୀର ପ୍ରତିରକ୍ଷା ମନ୍ତ୍ରଣାଳୟର ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ । ଏହା ବ୍ୟତୀତ, ଅଗ୍ନିବୀରର ପ୍ରଥମ ବ୍ୟାଚ୍ ବୟସ ସୀମା ମଧ୍ୟରେ ୫ ବର୍ଷର ଆରାମ ପାଇବ ଓ ସର୍ବାଧିକ ବୟସ ୨୩ ବର୍ଷରୁ ୨୮ ବର୍ଷକୁ ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀରଙ୍କ ବୟସ ସୀମା ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି ।

ବିକ୍ଷୋଭକାରୀ ଛାତ୍ରମାନେ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ସେମାନେ ସ୍ଥାୟୀ ଚାକିରି, ସ୍ଥିର ଦରମା, ପେନସନ ଓ ସେନାରେ ଅନ୍ୟାନ୍ୟ ଲାଭରୁ ବଞ୍ଚିତ ହେବେ । କିନ୍ତୁ ସରକାର କହିଛନ୍ତି ଯେ ଅଗ୍ନିପଥ ଯୋଜନା ଅନୁଯାୟୀ ସେମାନେ ୪ ବର୍ଷ ପାଇଁ ୧୧.୭୧ ଲକ୍ଷ ଟଙ୍କା ପ୍ୟାକେଜ୍ ପାଇବେ ଓ ସେବା ସମାପ୍ତ ହେବା ପରେ ସେମାନଙ୍କୁ ରାଜ୍ୟ ପୋଲିସ ଓ ସାମରିକ ବାହିନୀର ଚାକିରିରେ ପ୍ରାଥମିକତା ଦିଆଯିବ । କ୍ରୋଧିତ ଛାତ୍ରମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଗ୍ନିପଥ ଯୋଜନା ସମ୍ବନ୍ଧରେ କେନ୍ଦ୍ର ସରକାର କିଛି ପରିବର୍ତ୍ତନ ଓ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

୧୦ ପ୍ରତିଶତ ସଂରକ୍ଷଣ ପାଇବେ 'ଅଗ୍ନିବୀର' 
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଦିନ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ଅଗ୍ନିବୀର ପ୍ରତିରକ୍ଷା ମନ୍ତ୍ରଣାଳୟର ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ । ୧୬ ଟି ପ୍ରତିରକ୍ଷା ପବ୍ଲିକ୍ ସେକ୍ଟର କମ୍ପାନୀ ବ୍ୟତୀତ ଇଣ୍ଡିଆନ୍ କୋଷ୍ଟଗାର୍ଡ ଓ ଡିଫେନ୍ସ ସିଭିଲ୍ ପୋଷ୍ଟରେ ଏହି ସଂରକ୍ଷଣ ପ୍ରଯୁଜ୍ୟ ହେବ ।

ପାରାମିଲିଟାରୀ ଫୋର୍ସ ଓ ଆସାମ ରାଇଫଲ୍ସର ନିଯୁକ୍ତିରେ ଅଗ୍ନିବୀର ମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ଓ ବୟସ ସୀମା ମଧ୍ୟରେ ଆରାମ ମଧ୍ୟ ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି । ସେନାରେ ସେମାନଙ୍କର ୪ ବର୍ଷ ସେବା ସମାପ୍ତ କରିବା ପରେ ଅଗ୍ନିବୀର ଏହି ଲାଭ ପାଇବେ ।

ପ୍ରଥମ 'ଅଗ୍ନିବୀର' ବ୍ୟାଚ୍ ପାଇଁ ବୟସସୀମାରେ ୫ ବର୍ଷ ପାଇଁ ଆରମ
ଏହା ବ୍ୟତୀତ, ଅଗ୍ନିବୀରର ପ୍ରଥମ ବ୍ୟାଚ୍ ପାଇଁ ବୟସ ସୀମାରେ ୫ ବର୍ଷର ଆରାମ ପାଇବ ଓ ସର୍ବାଧିକ ବୟସ ୨୩ ବର୍ଷରୁ ୨୮ ବର୍ଷକୁ ବୃଦ୍ଧି ପାଇବ । ଏଥି ସହିତ ଅଗ୍ନିପଥ ଯୋଜନା ଅଧୀନରେ, ଅଗ୍ନିବୀର ମାନଙ୍କ ବୟସ ସୀମା ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି ।

କହି ରଖୁଛୁ ଯେ ଏହି ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ଗତ ୨ ଦିନ ହେବ ଜୋରଦାର ହିଂସା ହୋଇଥିଲା । ବିରୋଧୀଦଳ ସମେତ ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହି ଯୋଜନା ପ୍ରତ୍ୟାହାର କରିବାକୁ ସରକାରଙ୍କୁ କହିଛନ୍ତି । କିନ୍ତୁ ସରକାର କହିଛନ୍ତି ଯେ ବହୁ ବିଚାରବିମର୍ଶ ପରେ ଏହି ଯୋଜନା ଅଣାଯାଇଛି ।

ଏହା ବି ପଢ଼ନ୍ତୁ: ନିତିନ ଗଡକରୀଙ୍କ ବଡ଼ ଘୋଷଣା; ଗାଡି କିଣିବାକୁ ଯାଉଥିବା ସମସ୍ତ ଲୋକଙ୍କୁ ମିଳିବ ଏହି ସୁବିଧା

ଏହା ବି ପଢ଼ନ୍ତୁ: Naveen Patnaik Foreign Tour: ମୁଖ୍ୟମନ୍ତ୍ରୀଙ୍କ ସହ କିଏ କିଏ ଯିବେ ବିଦେଶ? ଦେଖନ୍ତୁ ପୂରା ତାଲିକା