ଦିଲ୍ଲୀ ସୀମାରେ ଅଢେଇ ମାସ; ଲମ୍ବା ଲଢେଇ ପାଇଁ କୃଷକଙ୍କୁ ରାକେଶ ଟିକାୟତ ଦେଲେ ଗୁରୁମନ୍ତ୍ର
Advertisement
Article Detail0/zeeodisha/odisha842315

ଦିଲ୍ଲୀ ସୀମାରେ ଅଢେଇ ମାସ; ଲମ୍ବା ଲଢେଇ ପାଇଁ କୃଷକଙ୍କୁ ରାକେଶ ଟିକାୟତ ଦେଲେ ଗୁରୁମନ୍ତ୍ର

ଗତ ୨ ସପ୍ତାହ ଭିତରେ ଉଭୟ ପକ୍ଷ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଆଗକୁ ହେବ ନା ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଯେଉଁ ପ୍ରକାରେ ଦିଲ୍ଲୀସୀମାରେ ପ୍ରଶାସନ ବ୍ୟବସ୍ଥା କରୁଛି ତାହାକୁ ଦେଖିଲେ, କୃଷକ ଆନ୍ଦୋଳନ ଉପରେ ସରକାର କିଛି ଗୋଟିଏ ବଡ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଅନୁମାନ କରାଯାଉଛି।

ଦିଲ୍ଲୀ ସୀମାରେ ଅଢେଇ ମାସ; ଲମ୍ବା ଲଢେଇ ପାଇଁ କୃଷକଙ୍କୁ ରାକେଶ ଟିକାୟତ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ପ୍ରାୟ ଅଢେଇ ମାସ ହେଲା ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ୨ ସପ୍ତାହ ହେଲା ସରକାର ଓ ଆନ୍ଦୋଳନକାରୀ କୃଷକ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଆନ୍ଦୋଳନ ସ୍ଥଳରେ ମୁତୟନ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବି ଲଗାତାର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ଆହୁରି ଲମ୍ବା ଚାଲିବ ବୋଲି କୃଷକ ନେତା ରାକେଶ ଟିକାୟତ ଆନ୍ଦୋଳନକାରୀ କୃଷକଙ୍କୁ ଚେତାଇ ଦେଇଛନ୍ତି। 

୩ ବିବାଦୀୟ କୃଷି ଆଇନ (Farm Law) ବିରୋଧ ଓ MSP ଗ୍ୟାରେଣ୍ଟି ଦାବିରେ ୭୩ ଦିନ ହେଲା ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଲକ୍ଷାଧିକ କୃଷକ ଆନ୍ଦୋଳନ (Farmers Protest) ରେ ବସିଛନ୍ତି। ଏହାରି ମଧ୍ୟରେ କୃଷକ ଓ ସରକାରଙ୍କ ମଧ୍ୟରେ ୧୧ ଥର ଆଲୋଚନା  ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ନାହିଁ। ସେପଟେ ଗଣତନ୍ତ୍ର ଦିବସ (Republic Day) ର ଟ୍ରାକ୍ଟର ରାଲି (Tractor Rally)  ହିଂସାକାଣ୍ଡ ପରେ ସରକାର କୋଠର ହୋଇଛନ୍ତି। ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ଠପ୍ କରାଯାଇଛି। ଆନ୍ଦୋଳନ ସ୍ଥଳରୁ ପାଣି ଓ ବିଜୁଳି ସଂଯୋଗ କାଟି ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏପରି କି ସ୍ଥାୟୀ ବ୍ୟାରିକେଡ, ତାର ଓ ଲୁହାକଣ୍ଡା ଖଞ୍ଜା ଯାଇଛି।

Also Read: କୃଷକ ତାଡ଼ିଲେ ପୋତା କଣ୍ଟା, ପୋଲିସ କହିଲା ଗୁଜବ

ସରକାର (Modi Govt) ଙ୍କ ସୁରକ୍ଷା ଆୟୋଜନକୁ ନେଇ ଏବେ ଆନ୍ଦୋଳନକାରୀ କୃଷକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗତ ୨ ସପ୍ତାହ ଭିତରେ ଉଭୟ ପକ୍ଷ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଆଗକୁ ହେବ ନା ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଯେଉଁ ପ୍ରକାରେ ଦିଲ୍ଲୀସୀମାରେ ପ୍ରଶାସନ ବ୍ୟବସ୍ଥା କରୁଛି ତାହାକୁ ଦେଖିଲେ, କୃଷକ ଆନ୍ଦୋଳନ ଉପରେ ସରକାର କିଛି ଗୋଟିଏ ବଡ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଅନୁମାନ କରାଯାଉଛି।

ସେପଟେ ସରକାରଙ୍କ ଭିତିରିଆ ଯୋଜାନକୁ କୃଷକ ନେତା ରାକେଶ ଟିକାୟତ (Rakesh Tikait) ଆକଳନ କରିଛନ୍ତି। ସେ କହିଛନ୍ତି ଯେ, କୃଷକମାନେ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ସରକାର ନିରବ ଅଛନ୍ତି ଓ ଆନ୍ଦୋଳନକୁ ଲମ୍ବା ଟାଣିବାକୁ ଚାହୁଁଛନ୍ତି। ତେଣୁ କୃଷକମାନେ ମଧ୍ୟ ଏହି ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ସେ କହିବା ସହ ଆନ୍ଦୋଳନକାରୀଙ୍କୁ କିଛି ଗୁରୁମାନ୍ତ୍ର ମଧ୍ୟ ଦେଇଛନ୍ତି।

Also Read: ଆଜି ସୁପ୍ରିମକୋର୍ଟରେ ଲାଲକିଲ୍ଲା ହିଂସାର ଶୁଣାଣି, ଜାଣନ୍ତୁ କ'ଣ ରହିଛି ମାମଲା?

ସେ କହିଛନ୍ତି ଯେ, କୃଷକମାନେ ସରକାରଙ୍କୁ ନିରାଶ କରିବେ ନାହିଁ। ପ୍ରଧାନମନ୍ତ୍ରୀ (PM Modi) ଯେତେଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିବାକୁ ଚାହିଁବେ ନାହିଁ, ସେତେଦିନ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ପ୍ରତିଟି ଗାଁରୁ ୧୫ ଜଣ କୃଷକ ଓ ଗୋଟିଏ ଟ୍ରାକ୍ଟର ଆସିବ। ଏହି ୧୫ ଜଣ ସୀମାରେ ୧୦ ଦିନ ବିତେଇ ଘରକୁ ଫେରିଲେ ପୁଣି ଅନ୍ୟ ୧୫ ଜଣ ଆସିବେ। ଏଭଳି ହେଲେ ୭୦ ବର୍ଷ ପର୍ଯ୍ୟନ୍ତ ଆନ୍ଦୋଳନ ବି ଚାଲିବ ଓ କୃଷକର ଫସଲ ବି ଅମଳ ହେବ।