ବ୍ୟାନ୍ ପରେ ବି ଫୁଟିଲା ବାଣ, ଚରମ ସ୍ତରରେ ପହଞ୍ଚିଲା ବାୟୂ ପ୍ରଦୂଷଣ
Advertisement

ବ୍ୟାନ୍ ପରେ ବି ଫୁଟିଲା ବାଣ, ଚରମ ସ୍ତରରେ ପହଞ୍ଚିଲା ବାୟୂ ପ୍ରଦୂଷଣ

ଖୋଲାଖୋଲି ଭାବେ ସରକାରୀ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ। ନିଷିଧାଦେଶ ପରେ ବି ଦୀପାବଳିରେ ଫୁଟିଲା ବାଣ। 

 

ସୌ- ଏଏନ୍ଆଇ

ନୂଆଦିଲ୍ଲୀ: ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଚଳିତ ବର୍ଷ ଦୀପାବଳୀରେ ବାଣ ଫୁଟାକୁ ବାରଣ କରିଥିଲେ। ଏହା ପରେ ମଧ୍ୟ ଏନଜିଟିର ନିୟମକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟାଯାଇଥିଲା। ଯେଉଁଥିପାଇଁ ଅନେକ ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖି ୧୦୦୦ରେ ପହଞ୍ଚି ଯାଇଛି।

ଦିଲ୍ଲୀରେ ନିଷିଧାଦେଶ ପରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଥିଲା। ଫଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖି ୧୦୦୦ରେ ପହଞ୍ଚିଛି। ଦିଲ୍ଲୀର ପାଲମ, ପାଣ୍ଡବ ନାଗର ପରି ଅନେକ ଅଞ୍ଚଳରେ ଲୋକେ ପ୍ରବଳ ବାଣ ଫୁଟାଇଛନ୍ତି। ଯେଉଁ କାରଣରୁ ଆକାଶରେ କେବେଳ ଧୂଆଁ ହିଁ ଧୂଆ ଦେଖିବାକୁ ମିଳିଛି। ଏଠାରେ ସକାଳ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି ଢାଙ୍କି ହୋଇଥିଲା।

ଆନନ୍ଦ ବିହାରରେ, AQI ୪୫୧ ରୁ ୮୮୧, ଦ୍ୱାରକା ୪୩୦ରୁ ୮୯୬ ଏବଂ ଗାଜିଆବାଦରେ ୪୫୬ରୁ ୯୯୯କୁ ବୃଦ୍ଧି ପାଇଛି। ଦ୍ୱାରକାରେ ୪୩୦, ଆଇଟିଓରେ ୪୪୯, ଚାନ୍ଦନୀ ଚୌକ ୪୧୪ ଏବଂ ଲୋଡି ରୋଡରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୮୯ ରେକର୍ଡ କରାଯାଇଛି। ଦିଲ୍ଲୀର ଆର.କେ ଆଶ୍ରମ ରେ ମଧ୍ୟ AQI ସ୍ତର ୯୯୯ ରେକର୍ଡ କରାଯାଇଥିଲା। ତେବେ ଅଧିକାଂଶ ଅଞ୍ଚଳରେ AQI ଦୁଇ ଗୁଣା ବୃଦ୍ଧି ପାଇଥିବା ଦେଖାଯାଇଛି।

ଯଦି AQI ସ୍ତର ୪୦୦ରୁ ଅଧିକ ଯାଏ, ଏହାର ଅର୍ଥ ଶ୍ୱାସରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ। କୋରୋନା ଯୁଗରେ ଏହା ଆହୁରି ଭୟାନକ। କେବଳ ଦିଲ୍ଲୀ ନୁହେଁ ସମଗ୍ର ଏନସିଆରର ଅବସ୍ଥା ମଧ୍ୟ ଏପରି ଥିଲା। ଇଣ୍ଡିଆ ଗେଟ୍, ନେହେରୁ ପ୍ଲେସ୍, ସାଉଥ୍ ଏକ୍ସ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ରାତିସାରା ବାଣ ଫଟେଇ ଲୋକେ ସମଗ୍ର ଅଞ୍ଚଳକୁ ଧୂଆଁ କରିଛନ୍ତି।

ନିକଟରେ ଆତସବାଜି ଉପରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଗାଇଡ୍ ଲାଇନ୍ ଜାରି କରିଥିଲା। ଦିଲ୍ଲୀ-ଏନସିଆରରେ ୩୦ ନଭେମ୍ବର ପର୍ଯ୍ୟନ୍ତ ବାଣ ବିକ୍ରୟ ଏବଂ ଫଟେଇବା ନିଷେଧ ଘୋଷଣା କରାଯାଇଥିଲା। ଯେଉଁମାନେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି। କିନ୍ତୁ ଦୀପାବଳିରେ ଦିଲ୍ଲୀବାସୀ ଏହି ନିୟମକୁ ଫୁ କରି ଦେଇଛନ୍ତି। ତେବେ ଓଡିଶାର ବି ଅନେକ ଅଞ୍ଚଳରେ ଲୋକେ ବାଣ ଫୁଟାଉଥିବା ଅଭିଯୋଗ ହୋଇଛି।