Advertisement
Article Detail0/zeeodisha/odisha2212332
Zee OdishaOdisha TrendingOdisha Sunstroke Death: ଅଂଶୁଘାତ କାରଣରୁ ଜଣେ ମୃତ; ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି

Odisha Sunstroke Death: ଅଂଶୁଘାତ କାରଣରୁ ଜଣେ ମୃତ; ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି

odisha govt confirms 1 sunstroke death in state: ଚଳିତ ବର୍ଷ ରାଜ୍ୟର ହୋଇଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଶୁକ୍ରବାର ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ଓଡି଼ଶା ସରକାର।

 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

odisha govt confirms 1 sunstroke death from balasore: ଚଳିତ ବର୍ଷ ରାଜ୍ୟର ହୋଇଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ। ଶୁକ୍ରବାର (ଅପ୍ରେଲ ୧୯) ଓଡି଼ଶା ସରକାର ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ  ଜଣେ ବ୍ୟକ୍ତି ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ଅଂଶୁଘାତ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।

ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୯ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କଟକ  ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଶୁକ୍ରବାର ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ। ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି। ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

Add Zee News as a Preferred Source

ବିଗତ କିଛିଦିନ ହେବ ଲଗାତାର ଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବାର ରେକର୍ଡ କରାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଅନ୍ୟପଟେ କଟକ ଠାରେ ମଧ୍ୟ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରହିଛି। ସର୍ବନିମ୍ନ ତାପମାତ୍ରା ଭୁବନେଶ୍ୱର ଠାରେ ୨୬.୫ ଡିଗ୍ରୀ ରହିଥିବା ସମୟରେ କଟକ ଠାରେ ୨୫.୬ ଡିଗ୍ରୀ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଠାରେ ୨୦.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ଶୁକ୍ରବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ତାଳଚେରରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୫° ଡିଗ୍ରୀ, ଟିଟିଲାଗଡ଼ରେ ୩୩.୪° ଡିଗ୍ରୀ, ଝାରସୁଗୁଡାରେ ୩୩° ଡିଗ୍ରୀ, ବାରିପଦାରେ ୩୩° ଡିଗ୍ରୀ, ବାଲେଶ୍ୱରରେ ୩୨.୨° ଡିଗ୍ରୀ, ଭୁବନେଶ୍ୱରରେ ୩୧.୮° ଡିଗ୍ରୀ, ଚାନ୍ଦବାଲିରେ ୩୧.୬° ଡିଗ୍ରୀ, କେନ୍ଦୁଝରରେ ୩୧.୬° ଡିଗ୍ରୀ, ସମ୍ବଲପୁରରେ ୩୧.୬° ଡିଗ୍ରୀ, ପୁରୀରେ ୩୧° ଡିଗ୍ରୀ, ବୌଦ୍ଧରେ ୩୧° ଡିଗ୍ରୀ, ରାଉରକେଲାରେ ୩୦.୮° ଡିଗ୍ରୀ, ପାରାଦ୍ୱୀପରେ ୩୦.୬° ଡିଗ୍ରୀ ରହିଛି।

About the Author