'ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି', ଅଜମେରର ସଲମାନ ଚିଶ୍ତିଙ୍କ ଭିଡିଓ ଭାଇରାଲ
Advertisement

'ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି', ଅଜମେରର ସଲମାନ ଚିଶ୍ତିଙ୍କ ଭିଡିଓ ଭାଇରାଲ

Nupur Sharma: ଏହି ଧମକକୁ ବିଶ୍ୱ ପ୍ରସିଦ୍ଧ ସୁଫି ସନ୍ଥ ଖ୍ୱାଜା ଗରିବ ନୱାଜଙ୍କ ଦରଗାହର ଖାଦିମ ଦେଇଛନ୍ତି । ଭାଇରାଲ୍ ଭିଡିଓରେ ଖାଦିମ ସଲମାନ ଚିଶ୍ତି (Salman Chishti) କହୁଛନ୍ତି ଯେ ନୁପୂର ଶର୍ମାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ସେ ଟଙ୍କା ଓ ଘର ଦେବେ । ଏହି ଭାଇରାଲ ଭିଡିଓରେ ନୁପୂର ଶର୍ମାଙ୍କ ବେକ କାଟିଥିବା ବ୍ୟକ୍ତିଙ୍କୁ ଉପହାର ସ୍ୱରୂପ ତାଙ୍କ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି ।

'ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି', ଅଜମେରର ସଲମାନ ଚିଶ୍ତିଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: Nupur Sharma: ପ୍ରଫେଟ ମହମ୍ମଦ  (Prophet Mohammad) ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମା (Nupur Sharma) ଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ପ୍ରାୟ ଦିନ ତାଙ୍କ ସମ୍ୱନ୍ଧୀୟ ବିଷୟ ଘଟଣା ସବୁ ସାମ୍ନାକୁ ଆସୁଛି । ନୁପୂର ଶର୍ମାଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ । ନିକଟ ଅତୀତରେ ହୋଇଥିବା ଶୁଣାଣି ସମୟରେ ସୁପ୍ରିମ କୋର୍ଟ ନୁପୁର ଶର୍ମାଙ୍କ ବିରୋଧରେ କଡ଼ା ଟିପ୍ପଣୀ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ରାଜସ୍ଥାନର ଅଜମେରରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନୁପୂର ଶର୍ମାଙ୍କୁ ଖୋଲାଖୋଲି ହତ୍ୟା ଧମକ ଦିଆଯାଉଛି ।

ଏହି ଧମକକୁ ବିଶ୍ୱ ପ୍ରସିଦ୍ଧ ସୁଫି ସନ୍ଥ ଖ୍ୱାଜା ଗରିବ ନୱାଜଙ୍କ ଦରଗାହର ଖାଦିମ ଦେଇଛନ୍ତି । ଭାଇରାଲ୍ ଭିଡିଓରେ ଖାଦିମ ସଲମାନ ଚିଶ୍ତି (Salman Chishti) କହୁଛନ୍ତି ଯେ ନୁପୂର ଶର୍ମାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ସେ ଟଙ୍କା ଓ ଘର ଦେବେ । ଏହି ଭାଇରାଲ ଭିଡିଓରେ ନୁପୂର ଶର୍ମାଙ୍କ ବେକ କାଟିଥିବା ବ୍ୟକ୍ତିଙ୍କୁ ଉପହାର ସ୍ୱରୂପ ତାଙ୍କ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ଭିଡିଓଟି ପ୍ରାୟ ୨ ମିନିଟ୍ ୫୦ ସେକେଣ୍ଡର ହେବ । ଏଥିରେ ସଲମାନ ଚିଶ୍ତି ନିଜର ଧାର୍ମିକ ଭାବନାକୁ ଦର୍ଶାଇ ନୁପୂର ଶର୍ମାଙ୍କୁ ଧମକ ଦେଉଛନ୍ତି । ଅନ୍ୟପକ୍ଷରେ ଭିଡିଓ ଭାଇରାଲ ହେବା ପରେ ଅଜମେର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଏହି ଭିଡିଓର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ:-ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଫେରିବାକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ; ଅଯୋଗ୍ୟତା ନୋଟିସ ଉପରେ ବି ସିନ୍ଦେଙ୍କୁ ଦେଲେ ଏହି ଜବାବ

ଏହା ବି ପଢ଼ନ୍ତୁ:-'ମୁଁ ୪ ଥର ମୁଖ୍ୟମନ୍ତ୍ରୀ ରହିଛି କିନ୍ତୁ ରାଜ୍ୟପାଳ ଥରେ ବି ପେଡା ଖୁଆଇ ନାହାଁନ୍ତି'

ଏହା ବି ପଢ଼ନ୍ତୁ:-ମମତା ସରକାରଙ୍କୁ ଝଟକା ଦେଲେ ରାଜ୍ୟପାଳ ଧନଖର, ନେଲେ ଏହି ବଡ଼ ନିଷ୍ପତ୍ତି

ଏହି ଭିଡିଓ ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟ ଅତୀତରେ ନୁପୂର ଶର୍ମାଙ୍କ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ପରେ ତାଙ୍କ ସମର୍ଥନ କରିବାକୁ ନେଇ ରାଜସ୍ଥାନର ଉଦୟପୁରର ଟେଲର କହ୍ନେୟା ଲାଲ (Kanhaiya Lal) ଙ୍କ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକୁ ଗୌସ୍ ମହମ୍ମଦ  (Ghaus Mohammad) ଓ ରିୟାଜ ମହମ୍ମଦ (Riyaz Mohammad) ଜୁନ ୧୭ରେ କରିଥିଲେ । ଏଭଳି ପରିସ୍ଥିତିରେ ନୁପୂର ଶର୍ମାଙ୍କ ହତ୍ୟାକୁ ନେଇ ଭିଡିଓ ଜାରି କରାଯାଇଥିବା ଭିଡିଓରୁ ସାରା ଅଜମେରରେ ଆଲୋଡ଼ନ ସୃଷ୍ଟି ହୋଇଛି ।