କୋରୋନାକୁ ବାଏ ବାଏ !
Advertisement
Article Detail0/zeeodisha/odisha1133886

କୋରୋନାକୁ ବାଏ ବାଏ !

ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିଜ ନିଜର କ୍ଷମତାନୁସାରେ କିଛି ଉପାୟ ବିକଶିତ କରିଛନ୍ତି । ମହାମାରୀ ମୁକାବିଲା ପାଇଁ ବିସ୍ତୃତ ବିଶିଷ୍ଟ ଯୋଜନାକୁ ଲାଗୁ କରିଛନ୍ତି । ଗତ ସାତ ସପ୍ତାହ ମଧ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର କମିଛି ।

କୋରୋନାକୁ ବାଏ ବାଏ !

ନୂଆଦିଲ୍ଲୀ : କୋରୋନା ଭାଇରସ୍ ର ଲଗାତାର କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରାଳୟ । ପ୍ରାୟ ଦୁଇ ବର୍ଷ ପରେ ମାର୍ଚ୍ଚ ୩୧ରୁ କୋଭିଡ୍-19 ସମ୍ପର୍କିତ ସମସ୍ତ କଟକଣା ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅବଶ୍ୟ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ଏବେ ବି ଜାରି ରହିବ । କେନ୍ଦ୍ର ସରକାର ମାର୍ଚ୍ଚ ୨୪, ୨୦୨୦ରେ ପ୍ରଥମ ଥର ଦେଶରେ କୋରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁସାରେ ଅନେକ କଟକଣା ଜାରି କରିଥିଲେ । ପରେ ପରିସ୍ଥିତି ଅନୁସାରେ ଧୀରେ ଧୀରେ ଏଥର ପରିବର୍ତ୍ତନ ମଧ୍ୟ କରାଯାଇଥିଲା ।

କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା ନିଜେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ, ଗତ ୨୪ ମାସରେ ବିଶ୍ୱ ଉପରେ ସଙ୍କଟ ହୋଇ ଆସିଥିବା ମହାମାରୀର ମୁକାବିଲା ପାଇଁ, ରୋଗ ସମ୍ପର୍କରେ ଜାଣିବା ପାଇଁ, ତା ଉପରେ ନଜର ରଖିବା ପାଇଁ, ରୋଗ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ, ରୋଗର ନିରାକରଣ, ଟିକାକରଣ ଓ ହସ୍ପିଟାଲ ନିର୍ମାଣ ଆଦି ସମ୍ୱନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି । ଏବେ ସାଧାରଣ ଲୋକ ମଧ୍ୟ କୋଭିଡ୍-19 (Covid 19) ସହ ଲଢ଼ିବ ପାଇଁ ଆବଶ୍ୟକ ଉଚିତ ବ୍ୟବହାରକୁ ନେଇ ବେଶ ସଚେତନ ଅଛନ୍ତି ।

Also Read: କେଜ୍ରିୱାଲ 'କାଶ୍ମୀର ଫାଇଲ୍ସ' ଉପରେ ଦେଇଥିବା ବୟାନକୁ ନେଇ ତେଜିଲା ଅସନ୍ତୋଷ

ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିଜ ନିଜର କ୍ଷମତାନୁସାରେ କିଛି ଉପାୟ ବିକଶିତ କରିଛନ୍ତି । ମହାମାରୀ ମୁକାବିଲା ପାଇଁ ବିସ୍ତୃତ ବିଶିଷ୍ଟ ଯୋଜନାକୁ ଲାଗୁ କରିଛନ୍ତି । ଗତ ସାତ ସପ୍ତାହ ମଧ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର କମିଛି । ମାର୍ଚ୍ଚ ୨୨ ସୁଦ୍ଧା କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା ଖସି ୨୩ ହଜାର ୯୧୩ରେ ପହଞ୍ଚିଛି । ସେହିପରି ସଂକ୍ରମଣ ଦର ଏବେ ୦.୨୮ ପ୍ରତିଶତ ରହିଛି । ଏବେ ଦେଶରେ ୧୮୧ କୋଟି ୫୬ ଲକ୍ଷରୁ ଅଧିକ ଡୋଜ୍ ଭାକସିନ (Corona Vaccine) ମଧ୍ୟ ଦିଆସରିଛି ।

Also Read: 'ଛାଡପତ୍ର ଦିଅ ନଚେତ୍ ମୁଁ ଉଲଗ୍ନ ହୋଇ ରାସ୍ତାରେ ବୁଲିବି'

Also Read: ଭଲ୍ଲା ଚିଠିରେ ଲେଖିଛନ୍ତି ମହାମାରୀର କମ୍ ହୋଇଥିବା ପ୍ରକୋପ ଓ ପ୍ରଭାବ ଦେଖି, ସରକାର ନିଜର ପ୍ରସ୍ତୁତିର ସମୀକ୍ଷା କରିବା ପରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି ଯେ କୋଭିଡ୍-19 (Covid 19_  ସମ୍ପର୍କିତ କୌଣସି କଟକଣା ଲାଗୁ କରିବାର ଆଉ ଆବଶ୍ୟକତା ନାହିଁ । ଏହି କଟକଣାର ଅବଧି ମାର୍ଚ୍ଚ ୩୧ ଯାଏଁ ରହିଛି । ଏହା ପରେ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତୀୟ କୌଣସି କଟକଣା ଜାରି କରିବ ନାହିଁ ।