ଅମରନାଥରେ ବାଦଲଫଟା ବର୍ଷା: ୧୦ ରୁ ଅଧିକ ମୃତ, ଉଦ୍ଧାରକାର୍ଯ୍ୟ ଜାରୀ
Advertisement
Article Detail0/zeeodisha/odisha1249691

ଅମରନାଥରେ ବାଦଲଫଟା ବର୍ଷା: ୧୦ ରୁ ଅଧିକ ମୃତ, ଉଦ୍ଧାରକାର୍ଯ୍ୟ ଜାରୀ

Amarnath Cloudburst: ଜମ୍ମୁ-କଶ୍ମୀର ରେ ଆଜି ଅମରନାଥ ଗୁମ୍ଫା ପାଖରେ ବାଦଲଫଟା ବର୍ଷା ହୋଇଛି ।  ବାଦଲଫଟା ବର୍ଷା ଯୋଗୁଁ ଗୁମ୍ଫା ପାଖରେ ପାଖାପାଖି ଦୁଇଟି ଶିବିର ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ମୃତ୍ୟସଂଖ୍ୟା ୧୦ରୁ ଅଧିକ ହୋଇଥିବାବେଳେ ଉଦ୍ଧାରକାର୍ଯ୍ୟ ଜାରୀ ରହିଛି ।

ସୌ: ସୋସିଆଲ ମିଡିଆ

ଶ୍ରୀନଗର: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା (Massive cloudburst) ବର୍ଷା । ଏଥିପାଇଁ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଏଥିରେ ୧୦ରୁ ଅଧିକ ମୃତ୍ୟୁବରଣ କରିଥିବାବେଳେ  ଅନେକ ଲୋକ ନିଖୋଜ ଅଛନ୍ତି । ଆସିଥିବା ବନ୍ୟାରେ କିଛି ତୀର୍ଥଯାତ୍ରୀ ଶିବିର ଭାସି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ (NDRF), ଏସଡିଆରଏଫ (SDRF) ଓ ଆଇଟିବିପି (ITBP) ର ଜବାନ ମାନେ ନିୟୋଜିତ ଅଛନ୍ତି । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ଆଜି ଜାମ୍ମୁ-କଶ୍ମୀରର ଅମରନାଥଙ୍କ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିବାର ସୂଚନା ମିଳିଛି । ବାଦଲଫଟା ବର୍ଷା ଯୋଗୁଁ ପବିତ୍ର ଗୁମ୍ଫା ନିକଟରେ ଥିବା ଲଙ୍ଗର ଭିତରୁ ଅତି କମରେ ଦୁଇଟି ଶିବିର(langars) ପ୍ରଭାବିତ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜଥିବା ସୂଚନା ମିଳିଛି ।  ସନ୍ଧ୍ୟା ପ୍ରାୟ ୫ : ୩୦ ମିନିଟ ସମୟରେ ପ୍ରବଳ ବର୍ଷା ପରେ ବନ୍ୟା ଆସିଯାଇଥିଲା । ପ୍ରବାହିତ ଜଳ ଦ୍ୱାରା କିଛି ଲଙ୍ଗର ପ୍ରଭାବିତ ହୋଇଥିବାରୁ ପୋଲିସ୍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନ୍ୟୁଜ୍ ସରବରାହ ସଂସ୍ଥାକୁ ଦେଇଥିବା ତଥ୍ୟ ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ କହିଛନ୍ତି "ପ୍ରଥମେ ଛଅ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କେତେ ଯାତ୍ରୀ ନିଖୋଜ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛୁ।"

ଏହା ପୂର୍ବରୁ ଆଜି ୬,୧୦୦ ରୁ ଅଧିକ ଅମରନାଥ ତିର୍ଥଯାତ୍ରୀ ଦକ୍ଷିଣ କଶ୍ମୀର ହିମାଳୟରେ ଥିବା ଅମରନାଥ ମନ୍ଦିରର ୩,୮୮୦ ମିଟର ଉପରେ ଥିବା ଉଚ୍ଚଗୁମ୍ଫାକୁ ଯାତ୍ରା କରିଥିଲେ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ(CRPF)ର କଡ଼ା ସୁରକ୍ଷା ବଳୟ ଭିତରେ ୨୪୯ ଟି ଗାଡ଼ିରେ ପ୍ରାୟ ୬,୧୫୯ ତିର୍ଥଯାତ୍ରୀ ଭଗବତୀ ନଗର ଯାତ୍ରୀ ନିବାସ ଛାଡ଼ିଛନ୍ତି । ଏଥିମଧ୍ୟରୁ ୪,୭୫୪4 ଜଣ ପୁରୁଷ,୧,୨୨୦ ଜଣ ମହିଳା, ୩୫ ଜଣ ପିଲା,୧୩୯ ଜଣ ସାଧୁ ଏବଂ ୧୨ ଜଣ ସ୍ୱାଧ୍ୱୀ ବୋଲି ଜଣାପଡ଼ିଛି । ତେବେ ବାଲ୍ଟାଲ(Baltal)ଅଭିମୁଖେ ଯାଉଥିବା ୨,୦୩୭ ତୀର୍ଥଯାତ୍ରୀ ପ୍ରଥମେ ଭଗବତୀ ନଗର ଶିବିରରୁ ୯୫ ଟି ଗାଡ଼ିରେ ଭୋର୍ ୩:୩୦ ରେ ବାହାରିଥିଲେ । ଏହାପରେ ୧୫୪ ଟି ଗାଡ଼ିରେ ପହଲଗାମ ପାଇଁ ୪,୧୨୨ ଯାତ୍ରୀଙ୍କୁ ନେଇ ଗାଡ଼ି ବାହାରିଥିଲା । 

୨୯ ଜୁନ ରୁ ଏପର୍ଯ୍ୟନ୍ତ ଭଗବତୀ ନଗର ଆଧାର ଶିବିରରୁ ସମୁଦାୟ ୬୩,୪୮୭ ତିର୍ଥଯାତ୍ରୀ ଘାଟିରେ ପହଞ୍ଚି ସାରିଛନ୍ତି । ଯେତେବେଳେ  ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ ବାହାରିଥିଲେ ସେତେବେଳେ ରାଜ୍ୟପାଳ ଲେଫ୍ଟନାଣ୍ଟ  ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଯାତ୍ରା ପ୍ରଥମ ଦିନରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ଚଳିତ ବର୍ଷର ପ୍ରଥମ ବ୍ୟାଚ ଅଂଶଗ୍ରହଣ କରିଥିଲେ। ଯାତ୍ରା ପାଇଁ ଦୁଇଟି ମାର୍ଗ ନିର୍ଦ୍ଧାରିତ କରାଯାଇଥିଲା। ଦୁଇ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାବା ଅମରନାଥ ଗୁମ୍ଫାର ଦୂରତା ବେସକ୍ୟାମ୍ପରୁ ୧୪ କିମି ରହିଛି। ସମୁଦ୍ର ପତନ ଠାରୁ ୩,୮୮୮ ମିଟର ଉଚ୍ଚତାରେ ରହିଛି। ତେବେ ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଗୋଟିଏ ଦିନରେ ବାବାଙ୍କ ଦର୍ଶନ କରି ବେସ କ୍ୟାମ୍ପକୁ ଫେରିବାକୁ ବ୍ୟବସ୍ଥା କରାଯାଇଛି । ମାତ୍ର ବର୍ତ୍ତମାନର ଦୁର୍ଘଟଣା ପରେ ସାମୟିକ ଭାବରେ ଯାତ୍ରାକୁ  ସ୍ଥଗିତ ରଖାଯାଇଛି ।