ଭିଭୋ ନୁହେଁ; ଏଥର ଆମାଜନ୍ IPL-2020!
Advertisement
Article Detail0/zeeodisha/odisha728156

ଭିଭୋ ନୁହେଁ; ଏଥର ଆମାଜନ୍ IPL-2020!

ବହୁ ଦ୍ୱନ୍ଦ୍ୱ ମଧ୍ୟରେ ଚଳିତବର୍ଷ ଆଇପିଏଲ୍(IPL) ୟୁଏଇ(UAE)ରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ଏଲଏସିରେ ଭାରତ-ଚୀନ ବିବାଦ ସହ ଦେଶରେ ଚାଇନିଜ୍ ପ୍ରଡକ୍ଟକୁ ନେଇ ବିରୋଧ ହେବା ପରେ ଆଇପିଏଲ୍ ନିଜର ଟାଇଟଲ୍ ପ୍ରୟୋଜକ 'ଭିଭୋ'କୁ ହଟାଇଦେଇଛି । 

ପ୍ରତିକାତ୍ମକ ଫଟୋ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ବହୁ ଦ୍ୱନ୍ଦ୍ୱ ମଧ୍ୟରେ ଚଳିତବର୍ଷ ଆଇପିଏଲ୍(IPL) ୟୁଏଇ(UAE)ରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ଏଲଏସିରେ ଭାରତ-ଚୀନ ବିବାଦ ସହ ଦେଶରେ ଚାଇନିଜ୍ ପ୍ରଡକ୍ଟକୁ ନେଇ ବିରୋଧ ହେବା ପରେ ଆଇପିଏଲ୍ ନିଜର ଟାଇଟଲ୍ ପ୍ରୟୋଜକ 'ଭିଭୋ'କୁ ହଟାଇଦେଇଛି । ଆଉ ଏବେ ଖବର ଆସୁଛି, କି ଚଳିତ ବର୍ଷ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ସାଜିପାରେ ଇ-କମର୍ସ ଓ ଓଟିଟି ପ୍ଲାଟଫର୍ମ ଚଳାଉଥିବା କମ୍ପାନୀ ଆମାଜନ୍ ।

ଅଧିକ ପଢନ୍ତୁ: କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ଖବର ଅନୁଯାୟୀ, ଚଳିତ ବର୍ଷ ଆଇପିଏଲ୍ ଯେତେବେଳେ ଖେଳାଯାଉଥିବ ସେତେବେଳେ ଭାରତର ଉତ୍ସବର ସିଜିନ୍ ଚାଲିଥିବ । ଦୁର୍ଗାପୂଜା ଓ ଦୀପାବଳି ଭଳି ବଡ଼ ପର୍ବ ପାଳନ କରାଯାଉଥିବା । ଆଉ ଖାସ୍ ସେଇଥି ପାଇଁ ଚଳିତ ବର୍ଷ ଆଇପିଏଲର ମୁଖ୍ୟ ଟାଇଟଲ୍ ପ୍ରାୟୋଜକ ପାଇଁ ଅନେକ ଇ-କର୍ମଶ କମ୍ପାନୀ, ଡିଜିଟାଲ୍ ଶିକ୍ଷା ପ୍ରଦାନ କରୁଥିବା କମ୍ପାନୀ ଏମିତିକି ଔଷଧ ପ୍ରସ୍ତୁତକାରୀ ଫାର୍ମା କମ୍ପାନୀମାନେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ଦେଶରେ ଯେତେବେଳେ ସବୁ ବ୍ୟବସାୟ ମାନ୍ଦା ଚାଲିଛି, ସେତେବେଳେ ଏମାନଙ୍କ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବାରୁ ଏମାନଙ୍କର କଚେ ପୁଅ ବାର । ଇ-କମର୍ସ, ଫାର୍ମା ଓ ଡିଜିଟାଲ୍ ପେମେଣ୍ଟ,  ୱାଲେଟ୍ କମ୍ପାନୀଙ୍କର ଧନ୍ଦା ବେଶ୍ ଭଲ ଚାଲୁଛି । ସବୁକିଛି ଯଦି ଠିକ୍ ରହେ, ତେବେ ଇ-କମର୍ସ କମ୍ପାନୀ ଆମାଜନ୍, ୨୦୨୦ ପାଇଁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ସାଜିପାରେ ।

ଅଧିକ ପଢନ୍ତୁ: ବେଙ୍ଗାଲୁରୁ ହିଂସାରେ ୧୫୦ ଗିରଫ

ଯଦିଓ ଏହି ରେସରେ ଅନେକ ଫାର୍ମା କମ୍ପାନୀ, ଗୁଗୁଲ୍ ପ୍ଲେ ଓ ଫୋନ୍ ପେ' ଭଳି କିଛି ଡିଜିଟାଲ୍ ପେମେଣ୍ଟ କମ୍ପାନୀ ବି ଆଗରେ ଅଛନ୍ତି । କିନ୍ତୁ ଆମାଜନର ପତିଆରା ଦେଖି ଲାଗୁଛି କି ୨୦୨୦ ପାଇଁ ସ୍ୱତନ୍ତ୍ର ବିଡକୁ ଆମାଜନ ହିଁ ହାତେଇ ନେବ । ଭିଭୋ ସହ ପୂର୍ବ ଡିଲ୍ ରେ କମ୍ପାନୀ ମୁଖ୍ୟ ଟାଇଟଲ୍ ପ୍ରୟୋଜନ ପାଇଁ ୪୪୦ କୋଟି ଟଙ୍କା ବାର୍ଷିକ ବିସିସିଆଇକୁ ଦେଉଥିଲା । ଏକ୍ସପର୍ଟଙ୍କ କହିବା କଥା, କି ଚଳିତବର୍ଷ ଏତେ ଟଙ୍କା ତ କେହି ଦେବେ ନାହିଁ, କିନ୍ତୁ ଆଇପିଏଲକୁ ୨୦୨୦ର ଏହି ସ୍ୱତନ୍ତ୍ର ବିଡରେ ୨୨୫ରୁ ୨୫୦ କୋଟି ଟଙ୍କା ମିଳିପାରେ । ଆବଶ୍ୟକ ପଡିଲେ ୩୦୦ କୋଟି ବି ଟପିପାରେ ବିଡ୍ । ଡିଜିଟାଲ୍ ଶିକ୍ଷା ପ୍ରଦାନ କରୁଥିବା ବାଇଜୁ, ଡିଜିଟାଲ୍ ବିଜିନେସ୍ କନସଲଟିଂ କମ୍ପାନୀ ମନିକଣ୍ଟ୍ରୋଲ୍, ଇଲେକଟ୍ରୋନିକ୍ସ କମ୍ପାନୀ ଲଏଡ୍ ବି ଏହି ରେସରେ ରହିଛନ୍ତି । ତେବେ ଆଇପିଏଲର ପ୍ରସାରଣ ଦାୟିତ୍ୱ ନେଇଥିବା ଷ୍ଟାର୍ ଇଣ୍ଡିଆ ପାଇଁ ଚଳିତବର୍ଷ ଆଇପିଏଲ୍ ଘାଟା ସାବ୍ୟସ୍ତ ହୋଇପାରେ । ଅନେକ କମ୍ପାନୀ ଏବେ ଟେଲିଭିଜନ୍ ପ୍ରମୋସନକୁ ସାମୟିକ ଭାବରେ ବନ୍ଦ ରଖିଛନ୍ତି । ଯାହା ଷ୍ଟାର୍ ଇଣ୍ଡିଆ ପାଇଁ ଏକ ବଡ଼ ଘାଟା ସାବ୍ୟସ୍ତ ହୋଇପାରେ ।

ପୂର୍ବରୁ ଚଳିତବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ବଡ଼ ସଙ୍କଟ ଘନେଇଥିଲା । ଅନେକ ଚର୍ଚ୍ଚା ଆଲୋଚନା ପରେ ଓ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ସହ ଆଇପିଏଲ୍, ୟୁଏଇରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଇପିଏଲ୍-୨୦୨୦ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ ଓ ଫାଇନାଲ୍ ୧୦ ନଭେମ୍ବରରେ ଖେଳାଯିବ ।