ବନ୍ଦ ଡାକରାକୁ ବିଭିନ୍ନ ରାଜ୍ୟରେ ସମର୍ଥନ ମିଳିଛି। ଶାନ୍ତି ଶୃଙ୍ଘଳାରେ ବନ୍ଦ ପାଳନ ମଧ୍ୟ ହୋଇଛି। କିନ୍ତୁ ପଞ୍ଜାବରେ ଏକ ନିନ୍ଦନୀୟ ଘଟଣା ଘଟିଯାଇଛି। ଆନ୍ଦୋଳନକାରୀମାନେ ସର୍ବସାଧାରଣରେ ଜଣେ BJP ବିଧାୟକଙ୍କ ପୋଷାକ ଚିରିବା ସହ କାଳିମାଡ କରିଛନ୍ତି।
Trending Photos
ଅମ୍ରିତସର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧି ଆନ୍ଦୋଳନକୁ ୪ ମାସ ପୁରିଛି। ଏହି ଅବସରରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜ୍ୟରେ ସମର୍ଥନ ମିଳିଛି। ଶାନ୍ତି ଶୃଙ୍ଘଳାରେ ବନ୍ଦ ପାଳନ ମଧ୍ୟ ହୋଇଛି। କିନ୍ତୁ ପଞ୍ଜାବରେ ଏକ ନିନ୍ଦନୀୟ ଘଟଣା ଘଟିଯାଇଛି। ଆନ୍ଦୋଳନକାରୀମାନେ ସର୍ବସାଧାରଣରେ ଜଣେ BJP ବିଧାୟକଙ୍କ ପୋଷାକ ଚିରିବା ସହ କାଳିମାଡ କରିଛନ୍ତି।
୩ କୃଷି ଆଇନ ଓ MSP ଗ୍ୟାରେଣ୍ଟି ଦାବିରେ ୪ ମାସ ହେଲା ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକ ଧାରଣାରେ ବସିଛନ୍ତି। ଇତି ମଧ୍ୟରେ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ୧୧ ଥର ବୈଠକ ବସିଛି। କିନ୍ତୁ ସେଥିରୁ କୌଣସି ଫଳ ବାହାରି ନାହିଁ। ସେପଟେ ୨ ମାଲରୁ ଊର୍ଦ୍ଧ୍ୱ ସମୟ ହେଲା ସରକାର ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଦେଇ ନଥିବା ବେଳେ ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ତେବେ ଏତେ ଦିନ ଧାରଣାରେ ବସିଥିବା କୃଷକମାନେ ଏବେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
Also Read: ଡିଲ୍ ବେଳେ ରାଜଧାନୀରୁ 'ସାପ ବିଷ' ରାକେଟ ଠାବ
କୃଷକ ଆନ୍ଦୋଳନକୁ ୪ ମାସ ପୁରୁଥିବା ବେଳେ ପଞ୍ଜାବର ଅମରିନ୍ଦର ସିଂହ (Captain Amarinder Singh) ସରକାରକୁ ୪ ବର୍ଷ ପୁରିଛି। ତେବେ ଏହି କାର୍ଯ୍ୟକାଳ ମଧ୍ୟରେ ସରକାର ନିର୍ବାଚନୀ ଇସ୍ତାହାର ପୂରଣ କରିନଥିବା ବିରୋଧି BJP ଅଭିଯୋଗ ଆଣିଛି। ଏଥିପାଇଁ ମକ୍ତସରରେ ଅବୋହର BJP ବିଧାୟକ ଅରୁଣ ନାରଙ୍ଗ (Arun Narang) ଏକ ବିରୋଧ ସଭା ଡାକିଥିଲେ। ଏହା ପରେ ସେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାର ଥିଲା। କିନ୍ତୁ ତା'ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ତାଙ୍କୁ ଘେଉଉ କରିଥିଲେ।
What the hell is happening in Punjab? @capt_amarinder, a @BJP4India MLA was beaten n stripped by so-called ‘farmers’ while police looked on? If this happened in a @BJP4India state, imagine d uproar in media! But this is @INCIndia state, so all is quiet. pic.twitter.com/EmD3h7cJpo
— Shefali Vaidya. (@ShefVaidya) March 27, 2021
ଆନ୍ଦୋଳନକାରୀମାନେ କେବଳ ଘେରାଉ କରିନଥିଲେ, ସେମାନେ ବିଧାୟକ (BJP MLA) ଅରୁଣ ନାରଙ୍ଗଙ୍କ ପୋଷାକ ଚିରିବା ସହ ତାଙ୍କୁ ମାଡମାରି ଥିଲେ ଓ ତାଙ୍କ ଗାଡିକୁ କାଳିମାଡ କରିଥିଲେ। ପୋଲିସ (Punjab Police) ବହୁ କଷ୍ଟରେ ବିଧାୟକଙ୍କୁ ଉଦ୍ଧାର କରି ପ୍ରଥମେ ଗୋଟିଏ ଦୋକାନରେ ଭର୍ତ୍ତି କରିଥିଲା ଓ ପରେ ତାଙ୍କୁ ପଛ ରାସ୍ତାରେ ବାହାର କରିଥିଲା। ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।
Also Read: ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହରୀ, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
କୃଷକ ଆନ୍ଦୋଳନ (Farmer protest) ଆରମ୍ଭ ହେବା ଦିନଠାରୁ ପଞ୍ଜାବରେ BJP ନେତାଙ୍କ ବିରୋଧ କରାଯାଉଛି। ଯାହାର ପରିଣାମ ସ୍ୱରୂପ ଗତ ପୌର ନିର୍ବାଚନରେ BJPକୁ ମାଟିକାମୁଡିବାକୁ ପଡିଛି। ବିଗତ ଦିନରେ କୃଷକମାନେ ବିଧାୟକ ଅରୁଣ ନାରଙ୍ଗଙ୍କ ବ୍ୟତୀତ ଅନ୍ୟ BJP ବିଧାୟକଙ୍କ ଘେରାଉ କରିଛନ୍ତି। କିନ୍ତୁ ପ୍ରଥମ ଥର ସର୍ବସାଧାରଣରେ ବିଧାୟକଙ୍କ କପଡା ଚିରାଯାଇଛି।
ସେପଟେ ସିରୋମଣୀ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ, ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ନିନ୍ଦା କରିଛନ୍ତି। ଏହା ସହିତ ମାମଲାର ନିରପେକ୍ଷ ତଦନ୍ତ ଦାବି କରିବା ସହ ପୋଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଜଣେ ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବାରେ ପୋଲିସ ଏତେ ନାଚାର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।