ଭାରତରେ ହୋଇଥିଲା ଘୋଡ଼ା ଓ ଗଣ୍ଡା ପରି ପଶୁମାନଙ୍କ ଉତ୍ପତ୍ତି
Advertisement

ଭାରତରେ ହୋଇଥିଲା ଘୋଡ଼ା ଓ ଗଣ୍ଡା ପରି ପଶୁମାନଙ୍କ ଉତ୍ପତ୍ତି

ବୈଜ୍ଞାନିକମାନେ ଘୋଡ଼ା, ଗଧ ପରି ଖୁରାଯୁକ୍ତ ଜୀବଙ୍କ ସହିତ ୩୫୦ରୁ ଅଧିକ ଜୀବାଶ୍ମଙ୍କ ଅଧ୍ୟୟନ କରିବା ପରେ ଆବିଷ୍କାର କରିଛନ୍ତି ଯେ, ସେମାନେ ହୁଏତ ବର୍ତ୍ତମାନର ଭାରତରେ କିମ୍ବା ଏହାର ଆଖପାଖରେ ଉତ୍ପନ୍ନ ହୋଇଥିବେ ।

ଭାରତରେ ହୋଇଥିଲା ଘୋଡ଼ା ଓ ଗଣ୍ଡା ପରି ପଶୁମାନଙ୍କ ଉତ୍ପତ୍ତି

ପ୍ରଦ୍ୟୁମ୍ନ ମାଝୀ, ଦିଲ୍ଲୀ: ଅନେକ ଲୋକଙ୍କ ମନକୁ ପ୍ରଶ୍ନ ଆସୁଥିବ, ଆମେ ଯେଉଁ ପଶୁମାନଙ୍କୁ ଦେଖୁଛୁ, ସେମାନେ କେଉଁଠାରୁ ଉତ୍ପନ୍ନ ହୋଇଥିଲେ । ଅବଶିଷ୍ଟ ପ୍ରାଣୀଗୁଡ଼ିକ କଥା ଜଣାନାହିଁ, କିନ୍ତୁ ଆପଣ ଘୋଡ଼ା ଓ ଗଧ ପରି ପଶୁମାନଙ୍କର ଉତ୍ପତ୍ତି ସ୍ଥାନ ବିଷୟରେ ଜାଣିବାକୁ ପସନ୍ଦ କରିବେ ।  ବାସ୍ତବରେ ତ ବୈଜ୍ଞାନିକମାନେ ଘୋଡ଼ା, ଗଣ୍ଡା ଓ ଟିପ୍ କୀଟ ସହିତ ୩୫୦ରୁ ଅଧିକ ଜୀବାଶ୍ମ ବିଷୟରେ ଅଧ୍ୟୟନ କରିଥିଲେ । ସେମାନଙ୍କ ମଧ୍ୟରୁ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି କି ଘୋଡ଼ା, ଗଣ୍ଡା ଓ ଟିପ୍ ଭଲି ପଶୁମାନଙ୍କପ ଉତ୍ପତି ବର୍ତ୍ତମାନର ଭାରତରେ କିମ୍ବା ଏହାର ଆଖପାଖ ଦେଶରେ ହୋଇଥିଲା । ଏହି ଗବେଷଣା ୧୫ବର୍ଷ ଧରି ଚାଲିଥିଲା । ଏହାର ଫଳାଫଳ ଜର୍ଣ୍ଣାଲ ଅଫ୍ ଭର୍ଟିବ୍ରେଟ୍ ପଲିଣ୍ଟୋଲୋଜିରେ ପ୍ରକାଶିତ ହୋଇଛି ।

ଅଧ୍ୟୟନ ଅନୁଯାୟୀ, ଖୁରା, ସ୍ତନ୍ୟପାୟୀ ପ୍ରାଣୀମାନେ ୫.୫ ନିୟୁତ ବର୍ଷ ପୂର୍ବେ ଭାରତୀୟ ଉପମହାଦେଶରେ ବିଚରଣ କରୁଥିଲେ। ଉତ୍ତରାଖଣ୍ଡର ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ଜିଓଲୋଜିର କିଶୋର କୁମାରଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ଏକ ମଧ୍ୟମ ଆକାରର ସିଂହ ପରି ଜୀବ ଆବିଷ୍କାର କରିଥିଲେ ।  ଯାହା ବର୍ତ୍ତମାନ ବିଲୁପ୍ତ ହୋଇଯାଇଥିବା 'କାମ୍ବେଥେରିୟମ୍' ପ୍ରଜାତି ଅଟେ। ସେ କହିଛନ୍ତି ଯେ ଏହି ଜୀବଙ୍କର ବିଶିଷ୍ଠତା ଅଛି, ଯାହାକି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଖୁରା ଏବଂ ପଶୁମାନଙ୍କ ମଧ୍ୟରେ ବିଦ୍ୟମାନ ଥିଲା ଯାହା ସେମାନଙ୍କ ପୂର୍ବରୁ ଜଗତକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-ଏଲଜେପି ବୁଡ଼ାଇ ଦେଲା ନୀତିଶଙ୍କ ଡଙ୍ଗା, ଘରର 'ଚିରାଗ'ରୁ ଏନଡିଏର ଦୁର୍ଗରେ ଲାଗିଲା ନିଆଁ!

ଏହି ଜୀବର ଅସ୍ଥି ଗଠନକୁ ଅନ୍ୟାନ୍ୟ ଜୀବଜନ୍ତୁ ଏବଂ ବିଲୁପ୍ତ ପ୍ରାଣୀମାନଙ୍କ ସହିତ ତୁଳନା କଲେ, ଏହା ଦେଖାଗଲା ଯେ ଏହି ଗୋଷ୍ଠୀର ପ୍ରାଣୀମାନେ ବିକାଶ ସମୟରେ ଅନ୍ୟ ଖୁରା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଅପେକ୍ଷା ବୟସ୍କ ଅଟନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଆବିଷ୍କାରରୁ ଜଣାପଡ଼ିଛି ଯେ, ଏହି ଗୋଷ୍ଠୀର ଜୀବମାନେ ଭାରତରେ କିମ୍ବା ଏହାର ଆଖପାଖରେ ସୃଷ୍ଟି ହୋଇଥାଇ ପାରନ୍ତି । ଏହା ବ୍ୟତୀତ ଅନେକ ପ୍ରକାରର ହରିଣ, ଭାରତୀୟ ହାତୀ, ହିମାଳୟ ଭାଲୁ ଓ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ଭାରତରେ ଉତ୍ପନ୍ନ ବୋଲି ବିଶ୍ୱାସ କରାଯାଏ। ଜୈବ ବିବିଧତା ଦୃଷ୍ଟିରୁ ଭାରତ ଧନୀ ଦେଶମାନଙ୍କ ମଧ୍ୟରେ ଗଣନା କରାଯାଏ ।