ଆପଲ୍ ଆଣିବ ମେଗା ଅଫର୍
Advertisement
Article Detail0/zeeodisha/odisha2288120

ଆପଲ୍ ଆଣିବ ମେଗା ଅଫର୍

Apple WWDC Event 2024 : ଆପଲ୍ ୱାର୍ଲ୍ଡ ୱାଇଡ ଡେଭଲପର୍ସ କନଫରେନ୍ସ  ଆରମ୍ଭ ହୋଇଯାଇଛି ଜାଣନ୍ତୁ କିଭଳି ଦେଖିବେ ଇଭେଣ୍ଟ
..

APPLE TYPICALLY USES

ଆପଲର ମେଗା ଇଭେଣ୍ଟ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଚଳିତ ଥର ରଜ ମାହୋଲରେ ଚାରଚାନ୍ଦ ଲଗାଇବ ଏହି ଇଭେଣ୍ଟ । ତେବେ ଆପଲ ଲଭରଙ୍କ ପାଇଁ ଆରମ୍ଭ ହେଉଛି ଖୁସିର ଦିନ । ଟେକ୍ ଜିଆଣ୍ଟ ଆପଲ୍ ଏହାର ସର୍ବ ବୃହତ ଇଭେଣ୍ଟ ୱାର୍ଲ୍ଡ ୱାଇଡ ଡେଭଲପର୍ସ କନଫରେନ୍ସ (WWDC) ସେମବାର ରାତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବା ବେଳେ ଜୁନ 14 ପର୍ଯ୍ୟନ୍ତ ଚାଲିବ ।

ଆପଲର ଏହି ଇଭେଣ୍ଟ ଉପରେ ସମସ୍ତଙ୍କ ନଜର ରହିଥାଏ କାରଣ କମ୍ପାନୀ ପକ୍ଷରୁ ଅନେକ ବଡ ଘୋଷଣା କରାଯାଇଥାଏ । ତେବେ ଗତ 3 ବର୍ଷ ଧରି ଏହି କାର୍ଯ୍ୟକ୍ରମ କେବଳ ଅନଲାଇନରେ ଆୟୋଜିତ ହେଉଥିବା ବେଳେ ଚଳିତ ଥର ଏହା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ପ୍ରସାରଣ କେବଳ ଅନଲାଇନରେ ପ୍ରସାରିତ ହେବ ।  iOS 18 ରୁ AI ଅପଡେଟ୍ ପର୍ଯ୍ୟନ୍ତ ଅନେକ ପ୍ରଡକ୍ଟରେ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି ।

ଆପଲର ଏହି ଇଭେଣ୍ଟ କାର୍ଲିଫର୍ଣ୍ଣିଆର କ୍ୟୁପର୍ଟିନୋରେ ଆୟୋଜିତ ହେବ । କମ୍ପାନୀର ଘୋଷଣା ଅନୁଯାୟୀ, WWDC 2024 ଜୁନ୍ 10ରେ ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ । ଆପଲର ଅଫିସିଆଲ୍ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଇଭେଣ୍ଟରେ ଯୋଗଦାନ କରିପାରିବେ ।developer.apple.com/wwdc24ରେ ଇଭେଣ୍ଟ ସହିତ ଜଡିତ ସମସ୍ତ ସୂଚନା ପାଇପାରିବେ । ଏହା ବ୍ୟତୀତ ଆପଲର ଅଫିସିଆଲ୍ ଚ୍ୟାନେଲରେ ଲାଇଭ୍ କି ନୋଟ୍ ଗୁଡିକର ବିବରଣୀ ମଧ୍ୟ ଉପଲବ୍ଧ ହେବ ।

ଆପଲ୍ WWDC 2024 ଇଭେଣ୍ଟରେ ଅନେକ ଅପଡେଟ ସାମ୍ନାକୁ ଆସିଛି । ଆପଲ୍ ଏକ ପାସୱାର୍ଡ ମ୍ୟାନେଜର୍ ଆପ୍ ଉପରେ କାମ କରୁଛି ଯାହା ଆଇଫୋନ୍ ଏବଂ ମାକବୁକ୍ ପାଇଁ ହେବା ନେଇ ଚର୍ଚ୍ଚା ହେଉଛି । ଆପଲର ପାସୱାର୍ଡ ମ୍ୟାନେଜର୍ ଆପର ନାମ ପାସଓ୍ବାର୍ଡ୍ସ ରଖାଯିବ । ଏହି ଆପ୍ ଆସିବା ପରେ ୟୁଜର୍ସଙ୍କ ଅନେକ ପ୍ରକାର ସୁବିଧା ହେବ । କୌଣସି ୱେବସାଇଟ୍ କିମ୍ବା ସଫ୍ଟୱେୟାରରେ ଲଗଇନ୍ ପ୍ରକ୍ରିୟା ଆପ୍ ସହିତ ସହଜ ହେବ । ଆପଲ୍ ଦୀର୍ଘ ସମୟ ଧରି ଜେନେରେଟିଭ୍ AI ଉପରେ କାମ କରି ଆସୁଛି । ଏହି ଇଭେଣ୍ଟରେ, କମ୍ପାନୀ iOS 18, iPadOS 18, watchOS ପାଇଁ ଅପଡେଟ ଏବଂ ଲାଟେଷ୍ଟ ଭର୍ସନ ଆଣିପାରେ ।