• ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ
  • ଆଜି ପୁଣି ବଢିଲା ପେଟ୍ରୋଲ ଦର
  • ମାସକ ଭିତରେ ୭ ଟଙ୍କା ବଢିଲାଣି ଦର
  • ଦେଶୀ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ
  • ସାରା ଦେଶରେ ହୋଇଥିଲା ପରୀକ୍ଷଣ
  • ସଫଳତା ହାର ୭୭.୮ ପ୍ରତିଶତ ବୋଲି ଦର୍ଶାଇଛି ଭାରତ ବାୟୋଟେକ
  • କଟକରେ ନକଲି କୋଭିଡ ଔଷଧ କାରବାର ମାମଲା
  • ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା
  • ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
  • ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ

'ଆନ୍ଦୋଳନକୁ ବିକି ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ'

କୃଷକ ଆନ୍ଦୋଳନ ଆଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ନିଜ ନିଜ ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି।  

'ଆନ୍ଦୋଳନକୁ ବିକି ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ'
ଅରବିନ୍ଦ-ଅମରିନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀମାନେ ସୋମବାର ଅନଶନରେ ବସିଛନ୍ତି। ଚାଷୀଙ୍କ ସମର୍ଥନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ଅନଶନରେ ବସିବା ନେଇ ଘୋଷଣା କରିଛନ୍ତି। କିନ୍ତୁ ଅରବିନ୍ଦଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୀତି। କୃଷକ ଆନ୍ଦୋଳନ ଆଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ନିଜ ନିଜ ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି।

କୃଷଙ୍କ ଆନ୍ଦୋଳନ ସମର୍ଥନରେ ସୋମବାର ଅରବିନ୍ଦ କେଜ୍ରୀୱାଲ (Arvind Kejriwal) ଅନଶନ (hunger strike) ରେ ବସିଛନ୍ତି। ତେବେ ଅରବିନ୍ଦଙ୍କ ଅନଶନକୁ ନାଟକ ବୋଲି କହିଛନ୍ତି ସିଏମ୍ କ୍ୟାପଟେନ ଅମରିନ୍ଦ୍ର (Amarinder Singh) । ସେ କହିଛନ୍ତି ଯେ, କୃଷକଙ୍କୁ ନେଇ କେଜ୍ରୀୱାଲ କେବେଳ ରାଜନୀତି କରୁଛନ୍ତି। ଦୀର୍ଘ ୧୮ ଦିନ ହେଲା ଦିଲ୍ଲୀ ବାହାରେ କୃଷକମାନେ ଥଣ୍ଡା, କାକରରେ ବସିଛନ୍ତି। କିନ୍ତୁ ଆପ୍ ସରକାର ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ। 

Also Read: ସବୁଜ ଆନ୍ଦୋଳନରେ 'ଲାଲ ଷଡଯନ୍ତ୍ର' !

ସେପଟେ ପଞ୍ଜାବ ସିଏମଙ୍କୁ ଏହି ଅଭିଯୋଗର ମୁହଁତୋଡ ଜବାବ ଦେଇଛନ୍ତି କେଜ୍ରୀୱାଲ। ସେ ଟ୍ୱିଟ କରି କ୍ୟାପଟେନ ଅମରିନ୍ଦ୍ରଙ୍କ ବିରୋଧରେ ଆଣିଛନ୍ତି ଏକ ସାଙ୍ଘାତିକ ଅଭିଯୋଗ। କ୍ୟାପଟେ କେବେଳ ନିଜ ପୁଅଙ୍କୁ ED ପଞ୍ଝାରୁ ବଞ୍ଚାଇବା ପାଇଁ କୃଷକ ଆନ୍ଦୋଳନ (farmer protest) ର ସାହାରା ନେଇଛନ୍ତି। କେନ୍ଦ୍ର ସହ ସଲାସୁତୁରା କରି ସେ ଆନ୍ଦୋଳନକୁ ବିକି ଦେଇଛନ୍ତି ବୋଲି ଅରବିନ୍ଦ କେଜ୍ରୀୱାଲ କହିଛନ୍ତି।

ଅରବିନ୍ଦ-ଅମରିନ୍ଦ୍ର ମୁହାଁମୁହିଁ

ଏହା ବ୍ୟତୀତ କେଜ୍ରୀୱାଲ କହିଛନ୍ତି, ମୁଁ ଆରମ୍ଭକୁ କୃଷକଙ୍କ ସହ ଠିଆ ହୋଇଛି। ଦିଲ୍ଲୀର ଷ୍ଟାଡିୟମଙ୍କୁ କେନ୍ଦ୍ର ସରକାର ଜେଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାର ପ୍ରତିବାଦରେ କେନ୍ଦ୍ର ସହ ଲଢେଇ କରିଛି। ମୁଁ କୃଷକଙ୍କ ସେବାୟତ ସାଜି ସେବା କରିବାକୁ ଚାହୁଁଛି। ସେପଟେ ଅନ୍ନଦାତାଙ୍କ ସମର୍ଥନରେ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାର ପାର୍ଟି ମୁଖ୍ୟାଳୟରେ ଅନଶନ କରାଯାଉଥିବା ନେଇ ସାଂସଦ ସଞ୍ଜୟ ସିଂହ (Sanjay Singh) ଟ୍ୱିଟ କରି ସୂଚନା ଦେଇଛନ୍ତି।