ସବୁଜ ଆନ୍ଦୋଳନରେ 'ଲାଲ ଷଡଯନ୍ତ୍ର' !
Advertisement
Article Detail0/zeeodisha/odisha806526

ସବୁଜ ଆନ୍ଦୋଳନରେ 'ଲାଲ ଷଡଯନ୍ତ୍ର' !

"ଦେଶ ବିକି ଖାଇଗଲା ମୋଦି ମରି ଯା ତୁ। କୃଷକଙ୍କୁ ଧୋକା ଦେଲୁ, ମୋଦି ମରି ଯା ତୁ" ଏଭଳି ନାରା ଲାଗୁଥିବା ଶୁଣିବାକୁ ମିଳୁଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ୧୯ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ। ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମା ସିଲ କରାଯାଇଛି। ସୋମବାର ଆନ୍ଦଳନକାରୀ କୃଷକମାନେ ଅନଶନରେ ବସିଛନ୍ତି। ଏହି ସମୟରେ ଏହ ଆନ୍ଦୋଳନ ସ୍ଥଳର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତି ଜନକ ନାରାବାଜୀ ଦେଉଛନ୍ତି।

ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ (Farmer Protest) ଶାନ୍ତି ଶୃଙ୍ଖଳାରେ ଚାଲିଛି। କୌଣସି ପ୍ରକାରର ହିଂସା ସୃଷ୍ଟି ହୋଇନାହିଁ। କିନ୍ତୁ ଆନ୍ଦୋଳନରେ ଖଲିସ୍ତାନ (Khalisthan), ଅସାମାଜିକ ତତ୍ତ୍ୱ ଓ ଦେଶ ବିରୋଧି ଶକ୍ତି ସାମିଲ ହୋଇଥିବା କିଛି ଗଣମାଧ୍ୟମ ସଂସ୍ଥା ଦାବି କରୁଛନ୍ତି। କିନ୍ତୁ ସେଥିରେ କେତେ ସତ୍ୟତା ଅଛି ତାହା ଏବେ ଯାଏଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କିମ୍ବା ଗୁଇନ୍ଦା ସଂସ୍ଥାମାନେ ସ୍ପଷ୍ଟ କରିନାହାନ୍ତି।

ଏହାରି ଭିତରେ ରବିବାର ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ (Amit Malviya) ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କୃଷକ ଆନ୍ଦୋଳନର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ CPI ପତାକା ଲାଗିଛି ଓ ମହିଳାମାନେ ଧାାରଣାରେ ବସିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ବିରୋଧରେ ଆପତ୍ତି ଜନକ ନାରାବାଜି କରୁଛନ୍ତି। "ଦେଶ ବିକି ଖାଇଗଲା ମୋଦି ମରି ଯା ତୁ। କୃଷକଙ୍କୁ ଧୋକା ଦେଲୁ, ମୋଦି ମରି ଯା ତୁ" ଏଭଳି ନାରା ଲାଗୁଥିବା ଶୁଣିବାକୁ ମିଳୁଛି। 

Also Read: ଚାଷୀ ଆନ୍ଦୋଳନର ଏହି ୫ ବଡ଼ ଚେହେରା, ଯେଉଁମାନେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ତେବେ ଆନ୍ଦୋଳନକାରୀ ମହିଳାଙ୍କ ଏପରି ନାରାବାଜିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। କୃଷକ ଆମର ଅନ୍ନଦାତା, ସେମାନେ ଏଭିଳି କାର୍ଯ୍ୟକୁ କେବେ ହେଲେ ସମର୍ଥନ କରିବେ ନାହିଁ। ଆନ୍ଦୋଳନକାରୀ କୃଷକଙ୍କୁ ମୋହରା କରି ସିପିଆଇ ଲାଲ ଷଡଯନ୍ତ୍ର ରଚୁଥିବା ବିଜେପି ଅଭିଯୋଗ କରିଛି।