ଦୋହାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଶେର ମହମ୍ମଦ ଅବ୍ବାସଙ୍କୁ ଭେଟିଛନ୍ତି । ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି । AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସି ରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି ।
Trending Photos
ହାଇଦ୍ରାବାଦ: ନିକଟରେ କତାରର ଦୋହାଠାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର (Taliban) ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଶେର ମହମ୍ମଦ ଅବ୍ବାସଙ୍କୁ ଭେଟିଥିଲେ । ତାଲିବାନର ଦାବି ଉପରେ ଏହି ବୈଠକ ସ୍ଥିର କରାଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଛି । ଏହି ବୈଠକ ସମ୍ପର୍କରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (AIMIM) ମୁଖ୍ୟ ଆସାଦୁଦ୍ଦିନ ଓୱେସି (Asaduddin Owaisi) ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ତାଲିବାନ ଉପରେ ସରକାର ନିଜର ଆଭିମୁଖ୍ୟ ସଫା କରିବା ଉଚିତ୍ '
(AIMIM) ମୁଖ୍ୟ ଆସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି, 'ଆମେ ମୋଦି ସରକାରଙ୍କୁ ପଚାରିବାକୁ ଚାହୁଁଛୁ କି ଆପଣ ସେମାନଙ୍କୁ କବାବ, ଚା ଖୁଆଇଛନ୍ତି କି ନାହିଁ ।' ଏଥି ସହ ଓୱେସି କହିଛନ୍ତି ଯେ ତାଲିବାନ ଆତଙ୍କବାଦୀ ସଂଗଠନ କି ନୁହେଁ ମୋଦି ସରକାର ଦେଶକୁ କହିବା ଉଚିତ । ଯଦି ଅଟନ୍ତି, ତେବେ ଆମେ ଏହାକୁ UAPA ତାଲିକାରେ ଯୋଡିବା କି ନାହିଁ? ତାଲିବାନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଓୱେସି ସରକାରଙ୍କୁ କହିଛନ୍ତି । ଏକାସାଙ୍ଗରେ, ଓୱେସି ପ୍ରଶ୍ନ କରିଛନ୍ତି ଯେ ସରକାର ହକାନୀ ନେଟୱାର୍କ ଏବଂ ଶ୍ରେଷ୍ଠ ୧୦୦ ନେତାଙ୍କୁ ତାଲିକାଭୁକ୍ତ କରିବେ କି?
ଅଧିକ ପଢ଼ନ୍ତୁ: ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ନେଇ ସଲମାନ ଖାନ କଲେ ଏହି ଟ୍ୱିଟ୍; କହିଲେ - 'ବହୁତ ଶୀଘ୍ର .....'
ତାଲିବାନକୁ କ’ଣ କହିଲା ଭାରତ?
ମଙ୍ଗଳବାର ଦିନ ଦୋହାଠାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର (Taliban) ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଶେର ମହମ୍ମଦ ଅବ୍ବାସଙ୍କୁ ଭେଟିଛନ୍ତି । ଏହି ସମୟରେ ଆଫଗାନିସ୍ତାନରେ (Afghanistan) ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । ଆଫଗାନିସ୍ତାନ ନାଗରିକ, ବିଶେଷକରି ଅଳ୍ପସଂଖ୍ୟକ, ଯେଉଁମାନେ ଭାରତ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଆତଙ୍କବାଦ ପାଇଁ ଆଫଗାନିସ୍ତାନ ମାଟିର ବ୍ୟବହାରକୁ ନେଇ ରାଷ୍ଟ୍ରଦୂତ ମିତ୍ତଲ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ: Fake News: ୱେବ୍ ପୋର୍ଟାଲ୍ ଓ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ବିଷୟବସ୍ତୁକୁ ନେଇ ଏହି ମତ ରଖିଲେ ସୁପ୍ରିମକୋର୍ଟ
ଏହା ଥିଲା ପ୍ରଥମ ଅଧିକାରୀକ ବୈଠକ
ଭାରତ ଏବଂ ତାଲିନା ମଧ୍ୟରେ ଏହା ପ୍ରଥମ ଅଧିକାରୀକ ବୈଠକ ଥିଲା । ତାଲିବାନ ଭାରତ ପ୍ରସଙ୍ଗରେ ସମର୍ଥନ କରିବ ବୋଲି ନିଶ୍ଚିତ କରିଥିଲା । ତାଲିବାନ ପ୍ରତିନିଧୀ ରାଷ୍ଟ୍ରଦୂତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ପ୍ରସଙ୍ଗଗୁଡିକ ସକରାତ୍ମକ ଭାବରେ ବିଚାର କରାଯିବ । ତାଲିବାନ ସମସ୍ତ ଦେଶକୁ ସେମାନଙ୍କର ରାଷ୍ଟ୍ରଦୂତଙ୍କୁ ସ୍ମରଣ ନକରିବାକୁ ନିବେଦନ କରୁଛି ଓ ଉତ୍ତମ ସମ୍ପର୍କ ପ୍ରତିଜ୍ଞା କରୁଛି ।