Viral Video: ଉଡ଼ାଣ ଭରିବା ମାତ୍ରେ ଭାଙ୍ଗିଗଲା ଚକା, କିପରି ଅବତରଣ କଲା ବିମାନ?
Advertisement

Viral Video: ଉଡ଼ାଣ ଭରିବା ମାତ୍ରେ ଭାଙ୍ଗିଗଲା ଚକା, କିପରି ଅବତରଣ କଲା ବିମାନ?

Boeing Cargo Plane: ଏହି ଘଟଣାକୁ ନେଇ ପ୍ରଥମେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ବିମାନ କମ୍ପାନୀ ବୋଇଙ୍ଗ। 

Viral Video: ଉଡ଼ାଣ ଭରିବା ମାତ୍ରେ ଭାଙ୍ଗିଗଲା ଚକା, କିପରି ଅବତରଣ କଲା ବିମାନ?

Boeing Aircraft Loses Tyre: ପ୍ରତିଦିନ ବିଶ୍ୱରେ କୌଣସି ନାଁ କୌଣସି ସ୍ଥାନରେ ହେଉଛି ବିମାନ ଦୁର୍ଘଟଣା। ଯେଉଁ ଖବର ବିଭିନ୍ନ ସମୟରେ ଘଣମାଧ୍ୟମରେ ପ୍ରସାରିତ ହେଉଛି। ସଦ୍ୟ ଏପରି ଏକ ବିମାନ ଦୁ୍ର୍ଘଟଣାର ଭିଡି଼ଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଏକ ବିମାନର ଚକ ହଠାତ୍ ଭାଙ୍ଗିଯାଉଛି। ଯେତେବେଳେ ଏହି ବିମାନ ଉଡ଼ାଣ ଭରିଲା ସେତେବେଳେ ଏହାର ଗୋଟିଏ ଚକ ଭାଙ୍ଗି ଯାଇ ତଳେ ପଡ଼ି ଯାଇଥିଲା। ଏହି ଘଟଣା ଘଟିବା ସମୟରେ ବିମାନରେ ନିଆଁ ଲାଗି ଯାଇଥିବାର ଦେଖିବାକୁ ମିଳିଛି। 

ଏହି ଘଟଣା ଇଟାଲୀ ଟାରଣ୍ଟୋ ବିମାନ ବନ୍ଦରରେ (Italy Taranto Airport) ଘଟିଥିବାର ଜଣାପଡ଼ିଛି। ଏଠାରେ ଆଟଲାସ୍ ଏୟାର ଡ୍ରିମଲିଫ୍ଟର୍ ବୋଇଙ୍ଗ ୭୪୭ ବିମାନ (Atlas Air Dreamlifter Boeing 747 Aircraft) ଉଡ଼ାଣ ଭରିବାକୁ ଯାଉଥିଲା। ବିମାନ ଉଡ଼ିବା ମାତ୍ରେ ଏହାର ମୁଖ୍ୟ ଅବତରଣ ଗିଅର (Plane Landing Gear) ଟାୟାର ବିମାନ (Plane Tyre) ଠାରୁ ଅଲଗା ହୋଇ ଯାଇଥିଲା। ହେଲେ ବିମାନ କର୍ମଚାରୀ ଟାୟାର ଭାଙ୍ଗିଯିବା ଘଟଣାରେ ତୁରନ୍ତ ଅବଗତ ହୋଇ ପାରିନଥିଲେ। ହେଲେ ପରେ ସେମାନଙ୍କୁ ଏହି ଘଟଣା ବିଷୟରେ ଅବଗତ କରା ଯାଇଥିଲା।

ଏହି ଘଟଣାକୁ ନେଇ ପ୍ରଥମେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ ବିମାନରେ ଲାଗିଥିବା ଅନ୍ୟ ଚକ ସାହାଯ୍ୟରେ ଆମେରିକାରେ (United States of America) ଏହାର ଅବତରଣ କରାଯାଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ବିମାନ କମ୍ପାନୀ ବୋଇଙ୍ଗ (Boeing Aircraft Industry)। ଏନେଇ କମ୍ପାନୀ ପକ୍ଷରୁ ଜାରି ହୋଇଥିବା  ବିବୃତ୍ତିରେ କୁହାଯାଇଛି ଯେ ଏକ କାର୍ଗୋ ବିମାନ (Boeing Cargo Plane) ଆମେରିକାର ଚାର୍ଲଷ୍ଟନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ (Charleston International Airport) ସୁରକ୍ଷିତ ଅବତରଣ କରିଛି। ବର୍ତ୍ତମାନ ଏହି ଦୁର୍ଘଟଣାର କାରଣ ବାବଦରେ ଅନୁସନ୍ଧାନ କରାଯାଉଛି। କୁହାଯାଉଛି ଯେ ବିମାନର ଏକ ଚକ ଖସିଯିବା ମାତ୍ରେ ଏଥିରେ ନିଆଁ ଲାଗି ଯାଇଥିବାର ଦେଖିବାକୁ ମିଳିଥିଲା।

Also Read: ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ

ଖବର ଅନୁଯାୟୀ, ବିମାନରୁ ଅଲଗା ହୋଇଥିବା ଟାୟାର ଓଜନ ପ୍ରାୟ ୧୦୦ କିଲୋଗ୍ରାମ। ବିମାନ ବନ୍ଦର ନିକଟରେ ରହିଥିବା ଏକ ଅଙ୍ଗୁର ବଗିଚାରୁ ଏହି ଟାୟାର ମିଳିଛି। ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ବିମାନ ଉଡ଼ାଁ ଭରିବା ମାତ୍ରେ  ଟାୟାର ଅଲଗା ହେବା ପରେ ରନୱେ ଉପରେ ପଡିରହିଥିବାର ଦେଖାଯାଉଛି। ଭାଇରାଲ ଭିଡିଓରେ ବିମାନରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ପୂର୍ବରୁ ଗତ ଅପ୍ରେଲ ମାସରେ ଦେଖିବାକୁ ମିଳିଥିଲା। କୋଷ୍ଟାରିକାସ୍ଥିତ ଜୁଆନ ସୈନଟାମାରିଆ ଅନ୍ତର୍ଜାତୀୟ ବିମାନବନ୍ଦର (Juan Santamaria International Airport) ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଡିଏଚଏଲ କମ୍ପାନୀ (DHL Company) ଦ୍ୱାରା ପରିଚାଳିତ ବୋଇଂ ୭୦୭-୨୦୦ ପଣ୍ୟବାହୀ ବିମାନ (Boeing 757-200 Cargo Aircraft) କୁ କୌଣସି କାରଣରୁ ଏଠାରେ ଜରୁରୀ ଅବତରଣ କରିବାକୁ ପଡିଥିଲା। ମାତ୍ର ଅବତରଣ କରିବା ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା।

Also Read: ବିମାନର ସଫଳ ଅବତରଣ କରାଇ ଚର୍ଚ୍ଚାରେ ଯାତ୍ରୀ

ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡ଼ିଓ (Plane Crash Viral Video) ରେ ଦେଖିବାକୁ ମିଳିଛି ଯେତେବେଳେ ବୋଇଂ ୭୦୭-୨୦୦ ପଣ୍ୟବାହୀ ବିମାନ, ଜୁଆନ ସୈନଟାମାରିଆ ଅନ୍ତର୍ଜାତୀୟ ବିମାନ ବନ୍ଦର ରନୱେ ଠାରେ ଅବତରଣ କରିବା ମାତ୍ରେ କିଛି ଦୂରତା ଅତିକ୍ରମ କରୁଛି। ହେଲେ ଏହା ପରେ ବିମାନ ଏହାର ଭାରସାମ୍ୟ ହରାଇବା ସହ ଦିଗ ପରିବର୍ତ୍ତନ କରୁଛି। ସେତେବେଳେ ବିମାନ ଧକ୍କା ହେବା ସହ ଏହାର ପଛ ଭାଗ ଭାଙ୍ଗିଯାଇଥିଲା।