ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ
Advertisement
Article Detail0/zeeodisha/odisha1146656

ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ

ଯଦିଓ ଗୋଟିଏ ବିମାନ ଦୁଇ ଭାଗରେ ବାଣ୍ଟି ହୋଇଯିବା କୌଣସି ସାଧାରଣ କଥା ନୁହେଁ। 

ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ

ଆପଣ ଇଣ୍ଟରନେଟ ଅଥବା ଗଣମାଧ୍ୟମରେ ଅନେକ ବିମାନ ଦୁର୍ଘଟଣାର ଭିଡି଼ଓ ଦେଖିଥିବେ। ହେଲେ କେବେ ଶୁଣିଛନ୍ତି କି ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ। ଏକଥା ଶୁଣିବା ପରେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ମାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ କୋଷ୍ଟାରିକା ଠାରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ଜରୁରୀକାଳୀନ ଅବତରଣ କରିବା ସମୟରେ ଗୋଟିଏ ବିମାନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏହି ଘଟଣାର ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ଲୋକେ।

କୋଷ୍ଟାରିକାସ୍ଥିତ ଜୁଆନ ସୈନଟାମାରିଆ ଅନ୍ତର୍ଜାତୀୟ ବିମାନବନ୍ଦର (Juan Santamaria International Airport) ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଡିଏଚଏଲ କମ୍ପାନୀ (DHL Company) ଦ୍ୱାରା ପରିଚାଳିତ ବୋଇଂ ୭୦୭-୨୦୦ ପଣ୍ୟବାହୀ ବିମାନ (Boeing 757-200 Cargo Aircraft) କୁ କୌଣସି କାରଣରୁ ଏଠାରେ ଜରୁରୀ ଅବତରଣ କରିବାକୁ ପଡିଥିଲା। ମାତ୍ର ଅବତରଣ କରିବା ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

Also Read: China: ୧୩୩ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡ଼ିଓ (Plane Crash Viral Video) ରେ ଦେଖିବାକୁ ମିଳିଛି ଯେତେବେଳେ ବୋଇଂ ୭୦୭-୨୦୦ ପଣ୍ୟବାହୀ ବିମାନ, ଜୁଆନ ସୈନଟାମାରିଆ ଅନ୍ତର୍ଜାତୀୟ ବିମାନ ବନ୍ଦର ରନୱେ ଠାରେ ଅବତରଣ କରିବା ମାତ୍ରେ କିଛି ଦୂରତା ଅତିକ୍ରମ କରୁଛି। ହେଲେ ଏହା ପରେ ବିମାନ ଏହାର ଭାରସାମ୍ୟ ହରାଇବା ସହ ଦିଗ ପରିବର୍ତ୍ତନ କରୁଛି। ସେତେବେଳେ ବିମାନ ଧକ୍କା ହେବା ସହ ଏହାର ପଛ ଭାଗ ଭାଙ୍ଗିଯାଉଛି।

ଏନେଇ ଡିଏଚଏଲ୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବିମାନ ଚଳାଉଥିବା ଉଭୟ ଚାଳକ ସଦସ୍ୟଙ୍କ ଏହି ଦୁର୍ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ହେଲେ ତଥାପି ସେମାନଙ୍କୁ ନିଶ୍ଚିତ ଭାବେ ଏକ ମେଡିକାଲ୍ ଯାଞ୍ଚ ପାଇଁ ପଠାଯାଇଛି। ଦୁର୍ଘଟଣାଗ୍ରସ୍କ ବୋଇଂ ୭୦୭-୨୦୦ ପଣ୍ୟବାହୀ ବିମାନ କୋଷ୍ଟାରିକା ଠାରୁ ଗ୍ୱାଟେମାଲା ଅଭିମୁଖେ ଯାତ୍ରା କରୁଥିଲା।

ହେଲେ ଯାତ୍ରା ସମୟରେ ବିମାନର ହାଇଡ୍ରୋଲିକ ସିଷ୍ଟମ (Plane Hydraulic System) ରେ କିଛି ତ୍ରୁଟି ବିଚ୍ୟୁତି ଦେଖାଯାଇଥିଲା। ଏହା ପରେ ପାଇଲଟ ଜରୁରୀ କାଳୀନ ବିମାନ ଅବତରଣ ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଡିଏଚଏଳ କମ୍ପାନୀ ବିମାନ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା। ଅବତରଣ ସମୟରେ ବିମାନର ପଛ ଚକ ମଧ୍ୟ ଅଲଗା ହୋଇଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମ୍ପାନୀ।